LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମେ’ ୨୨ ତାରିଖ, ସୋମବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

22/05/2023 at 7:23 AM

ମେଷ – ତୃତୀୟ ଚନ୍ଦ୍ର ଯୋଗୁଁ ଆଜି ଆପଣ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ନୂତନ ଜ୍ଞାନ ଆହରଣର ସୁଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ନିଶ୍ଚିତ ଆଗକୁ ବଢିବେ । ଛାତ୍ର ଛାତ୍ରୀ ମାନେ ସମୟ ର ଦୁରୁପଯୋଗ କରିବେ ।

ବୃଷ – ଲୋଭରେ ପଡ଼ି ଭୁଲ କରିବେ ହେଲେ ମଧ୍ୟ କିଛି ଖୁସି ଖବର ପାଇ ଆତ୍ମସନ୍ତୋଷ ଲାଭ କରିବେ । ପାରିବାରିକ ସମସ୍ୟାର ସମାଧାନ ହେବ । ନୂତନ ନିର୍ମାଣ ପାଇଁ ଦିନଟି ଶୁଭଦାୟକ ରହିଛି । ବିଦ୍ୟାର୍ଥୀମାନେ ନୂତନ ପ୍ରୟାସ କରିବେ ।

ମିଥୁନ – ଆଜି ମିଥୁନ ରାଶିକୁ ଶ୍ରୀ ଚନ୍ଦ୍ର । ଆଜି ଧନ ଲାଭର ଯଥେଷ୍ଟ ସମ୍ଭାବନା ରହିଛି । ନିଜ ଲୋକଙ୍କ ସହ ଭ୍ରମଣରେ ଯାଇ ପାରନ୍ତି । କର୍ଯ୍ୟବ୍ୟସ୍ତତା ଭିତରେ ଦିନଟି କଟିବ । ପରିବାରରେ ସମସ୍ତ ଆବଶ୍ୟକତା ପୂରଣ କରିବେ ।

କର୍କଟ – ଅଧିକ ପରିଶ୍ରମ ହୋଇପାରେ । ଜାଣିବାର ଇଚ୍ଛା ଆଜି କିଛି ନୂଆ ବାଟ ଦେଖାଇବ । ଅର୍ଥ ନିବେଶ ପାଇଁ ଦିନଟି ଅତି ଉତ୍ତମ ରହିଛି । କର୍ମ କ୍ଷେତ୍ର ରେ ଉନ୍ନତି ଯୋଗ ଅଛି । ପରିବାର ସହ ନିଜକୁ ମଧ୍ୟ ସମୟ ଦେବେ । ବିଦ୍ୟାର୍ଥୀ ମାନେ ଚଞ୍ଚଳ ହେବେ ।

ସିଂହ – ସବୁ କାର୍ଯ୍ୟ ରେ ଆଜି ସାବଧାନତା ଅବଲମ୍ବନ କରନ୍ତୁ । ମାଲି ମକୋଦମ୍ମାରେ ଜୟଯୁକ୍ତ ହେବେ । ଧନ ଲାଭର ଯୋଗ ଅଛି । ପରିବାର ସହ ସମୟ କାଟିବେ । କର୍ମ କ୍ଷେତ୍ର ରେ ପରୋପକାର କରି ସମ୍ମାନିତ ହେବେ ।ମନ ରେ ଉଦାରତା ରହିବ ।

କନ୍ୟା – ମାନସିକ ଓ ଆର୍ଥିକ ସ୍ଥିତି ରେ ପ୍ରଗତି ହେବ । ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଅନେକ ଲାଭ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ର ଛାତ୍ରୀ ମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । କୌଣସି ଦ୍ରବ୍ୟ ନଷ୍ଟ ହୋଇ ପାରେ ।

ତୁଳା – ଦୂର ଯାତ୍ରା କରିବାର ଯୋଗ ରହିଛି । ଦିନଟି ବ୍ୟସ୍ତ ବହୁଳ ରହିବ । ଅର୍ଥ ପ୍ରାପ୍ତି ର ସମ୍ଭାବନା ଅଛି । ଚାକିରି କ୍ଷେତ୍ର ରେ ନିଜକୁ ଅପ୍ରସ୍ତୁତ ମନେ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତ ହେବ ।

ବିଛା – ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ଛୋଟ କଥାରେ ସମସ୍ୟା ଉପୁଜିବ । ଅବଶ୍ୟ ଧନ ପ୍ରାପ୍ତିର ଯୋଗ ରହିଛି । କାହାକୁ ଉଧାର ଦିଅନ୍ତୁ ନାହିଁ । ଗୃହ କାର୍ଯ୍ୟ ରେ ବ୍ୟସ୍ତ ରହିବେ । ବିଦ୍ୟାର୍ଥୀ ମାନେ ଅବହେଳିତ ହେବେ ।

ଧନୁ – ସ୍ବାସ୍ଥ୍ୟ ଅବସ୍ଥା ଉତ୍ତମ ରହିବ । ଭାବିଚିନ୍ତି ଅର୍ଥ କାରବାର କରନ୍ତୁ । ପ୍ରେମ ସମ୍ପର୍କ ଗଭୀର ହେବ । ବିଦ୍ୟାର୍ଥୀ ମାନେ ଅନ୍ୟ ସ୍ଥାନ କୁ ଯାତ୍ରା କରି ପାରନ୍ତି। ବ୍ୟବସାୟ ରେ କ୍ଷତି ସହିବେ । ନିଜ କାର୍ଯ୍ୟ ଦ୍ଵାରା ପ୍ରଶଂସିତ ହେବେ ।

ମକର – ଭାଗ୍ୟ ର ସାଥ ଆଜି ଆପଣଙ୍କୁ ମିଳିବ। ନିହାତି ଭାବରେ ଶୁଭ ସମାଚାର ପ୍ରାପ୍ତ ହେବ । ଉଧାର ଦେଇଥିବା ଧନକୁ ଆଜି ଫେରି ପାଇବେ । ମନ ପ୍ରସନ୍ନ ରହିବ । ପରିବାର ସହ ସମୟ ଅତିବାହିତ କରିବେ। ବୌଦ୍ଧିକ କାର୍ଯ୍ୟରେ ବାଧା ଉପୁଜିପାରେ ।

କୁମ୍ଭ – ବନ୍ଧୁଙ୍କ ସାହାଯ୍ୟ ମିଳିବ । ଚାକିରିରେ ପଦୋନ୍ନତି ଯୋଗ ଅଛି । ଜୀବନ ସାଥିଙ୍କ ସହ ଯୋଗ ମିଳିବ। ଶିକ୍ଷା କ୍ଷେତ୍ର ରେ ସଫଳତା ପ୍ରାପ୍ତ ହେବ । କୌଣସି ଧର୍ମ ସ୍ଥାନ କୁ ଯାତ୍ରା କରି ପାରନ୍ତି । ସ୍ବାସ୍ଥ୍ୟାବସ୍ଥା ରେ ସୁଧାର ଆସିବ ।

ମୀନ – ବନ୍ଧନ ଯୋଗ ରହିଛି । ବାହ୍ୟ ଶତ୍ରୁଙ୍କ ଦ୍ଵାରା ପ୍ରଭାବିତ ହେବେ । ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି । କର୍ମ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ପ୍ରାପ୍ତି ହେବ। ବାହ୍ୟ ଲୋକଙ୍କ ପାଇଁ ପରିବାରରେ ସମସ୍ୟା ଦେଖା ଦେବ ।

   ଜ୍ୟୋତିଷ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର

   Related Posts