୧୮ ମାର୍ଚ୍ଚ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | March 18, 2019 IST

ମେଶ – ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିପାରେ । କିର୍ତ୍ତିମାନ୍ ହେବେ । ଭୋଗ- ବିଳାସ କରିପାରନ୍ତି । ଗୁଣବାନ୍ ହେବେ ।

ବୃଷ -  ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ସରକାରୀ ଅର୍ଥ ମିଳିବ । ଉତ୍ତମ ଗୃହରେ ବାସ କରିପାରନ୍ତି । କିର୍ତ୍ତିମାନ୍ ହେବେ । ବହୁବିଧ ଧନର ଅଧିକାରୀ ହୋଇପାରନ୍ତି ।

ମିଥୁନ - ଆର୍ଦ୍ରା ନ୩ତ୍ର ଜାତ ବ୍ୟକ୍ତି ଧନବାନ୍ ହୋଇପାରନ୍ତି । ଘରଣୀଙ୍କ ମନନେବାରେ ସିଦ୍ଧହସ୍ତ ହେବେ । ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି ।

କର୍କଟ- ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତବ୍ୟକ୍ତି ଆଶାବାଦୀ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟରୁ ସ୍ୱଳ୍ପ ଲାଭ ମିଳିବ । ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ପାଇଁ ସତର୍କତାର ଦିନ ।

ସିଂହ – ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ବନ୍ଧୁ ସହାୟତା ମିଳିବ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ବ୍ୟବସାୟ ଲାଭଜନକ ହେବ । ଅବିବାହିତଙ୍କର ସୁକନ୍ୟା ସହ ବିବାହ ସ୍ଥିର ହେବ ।

 କନ୍ୟା – ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ମନରେ ଗର୍ବଭାବ ବହନ କରିପାରନ୍ତି । ଶତ୍ରୁନାଶ କରି ଉତ୍ଫୁଲ୍ଲିତ ହେବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି ।

ତୁଳା – ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତି ରାଜନୀତି କ୍ଷେତ୍ରରେ ନିଜର ପଦମର୍ଯ୍ୟାଦା ବଜାୟ ରଖିବେ । ଚଞ୍ଚଳ ପ୍ରକୃତିର କନ୍ୟା ଲାଭ ହୋଇପାରେ । କିଛି ଅର୍ଥ ମିଳିବାର ଶୁଭ ସୂଚନା ଅଛି ।

ବିଛା - ଅନୁରାଧା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ପାଇଁ ପରିବେଶ ଲାଭଜନକ ହେବ । ଶତ୍ରୁନାଶ କରିବାରେ ସିଦ୍ଧହସ୍ତ ହେବେ । କୃଷି କ୍ଷେତ୍ରରୁ ଲାଭବାନ୍ ହେବେ ।

ଧନୁ – ପୂର୍ବାଷାଢା ନକ୍ଷତ୍ର ଜାତ ବ୍ୟକ୍ତି କିଛି ସେବା କାର୍ଯ୍ୟ କରି ଆତ୍ମଗର୍ବରେ ମଜ୍ଜି ପାରନ୍ତି । ପ୍ରିୟଭାହୀ ଓ ଧନ -ଯାନବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ ।

ମକର – ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ବନ୍ଧୁ ସହ ଯୋଗ ମିଳିବ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ ଅର୍ଥ ପ୍ରାପ୍ତ ହେବ ।

କୁମ୍ଭ - ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଧନବାନ୍ ଓ ସୁଗୁଣ ସମ୍ପନ୍ନ ହୋଇପାରନ୍ତି । ଉପାର୍ଜନକାରୀ ହେବେ । ତେଜୀୟାନ୍ ହେବେ ।

ମୀନ - ଉତ୍ତରା ଭାଦ୍ରପଦ ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତି ଆଶାବାଦି ହେବେ । ନୃତ୍ୟ ସଙ୍ଗୀତ ପ୍ରିୟ ହେବେ । ସତ୍ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଧର୍ମ ମାର୍ଗରେ ମନୋନିବେଶ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.