LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅପ୍ରେଲ ୦୨ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

2/04/2023 at 7:06 AM

ମେଷ – ସମ୍ମାନରେ ହାନି ଘଟିବ। ଘରେ କିମ୍ବା ବାହାରେ ଅପଦସ୍ତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇ ପାରେ। ଯାନବାହାନରେ ଯାତ୍ରା କରୁଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ।କିଛି ନୂତନ ସମ୍ପତ୍ତି ଅର୍ଜନ ହେତୁ ଆଜିର ପରିବେଶ ସୁଖଦ ହେବ ।

ବୃଷ – ରବିବାର ଦିନଟିରେ ଭ୍ରମଣ ର ଯୋଗ ରହିଛି । ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହେବ । ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବା ସହ ।ସମୟ ମଧ୍ୟ ନଷ୍ଟ ହେବ ।ପାରିବାରିକ ଜୀବନ ସୁଖ ମୟ ହେବ ।ବ୍ୟବସାୟରେ ଭଲ ଲାଭ ମିଳିପାରେ ।

ମିଥୁନ – ମନ ଉତ୍ସାହିତ ରହିବ ପ୍ରଫୁଲ୍ଲ ରହିବ । ଆୟ ଉତ୍ତମ ରହିଲେ ମଧ୍ୟ ଖର୍ଚ୍ଚ ମଧ୍ୟ ସମ୍ମାନ ପରିମାଣ ରେ ହେବ ବିଦ୍ୟାର୍ଥୀ ମାନେ ପରିଶ୍ରମ ର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ ।ଚାକିରି କ୍ଷେତ୍ର ରେ ଉଚପଦସ୍ଥ ହେବେ ।

କର୍କଟ – ସମ୍ମାନ ପ୍ରାପ୍ତି କରିବେ । କୌଣସି ସ୍ଥାନ ରୁ ମଧ୍ୟ ପୁରସ୍କୃତ ହେବେ । ତାହା ସତ୍ବେ ଆଳସ୍ୟ ର ବଶବର୍ତ୍ତୀ ମଧ୍ୟ ହେବେ । ନୂତନ ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ । ଆପଣଙ୍କ ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।

ସିଂହ – ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ବ୍ୟବସାୟ ମଧ୍ୟମ ହେବ ।ମନ ସାମାନ୍ୟ ଅଶାନ୍ତ ରହିବ । ନିରାଶା ଏବଂ ଅସନ୍ତୋଷ ମନରେ ରହିବ । ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ । କର୍ମ କ୍ଷେତ୍ରରେ ସାମାନ୍ୟ କଳହ ରହିପାରେ ।

କନ୍ୟା – ମାନ ସମ୍ମାନରେ ବୃଦ୍ଧି ଘଟିବ । ଗୃହ ରେ ଶୁଭ କାର୍ଯ୍ୟ ପ୍ରାପ୍ତି ହେବ । ଧନଧାନ୍ୟରେ ବୃଦ୍ଧି ଘଟି ପାରେ। ବ୍ୟବସାୟୀ ଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତି ଙ୍କୁ ନୂଆ ସ୍ଥାନ ପ୍ରପ୍ତିଭୋଇ ପାରେ । 

ତୁଳା – ବିଦେଶ ଯାତ୍ରା ରେ ଶୁଭ ଫଳାଫଳ ମିଳିବ । କର୍ମ ଫଳ ନିଶ୍ଚୟ ପ୍ରାପ୍ତି ହେବ । ସେବା ପୂଜା ରେ ମନୋନିବେଶ କରିବେ ।କିଛି ନୂଆ କାର୍ଯ୍ୟ ର ଆରମ୍ଭ ଆପଣ ଆଜି କରିପାରନ୍ତି । ଜୀବନସାଥୀ ଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇ ପାରେ ।

ବିଛା – ମନରେ ବିଷାଦ ସୃଷ୍ଟି ହେବ । ଖର୍ଚ୍ଚାନ୍ତ ହେବେ। ଯାନବାହାନ ରେକ ସତର୍କତା ଅବଲମ୍ବନ କରନ୍ତୁ । ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ଶିକ୍ଷାଗତ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ।

ଧନୁ – ସୁଖ ହାନି ହୋଇ ପରେ । ଆୟଠାରୁ ବ୍ୟୟ ଅଧିକ ରହିବ ।ଖର୍ଚ୍ଚାନ୍ତ ହେବେ। ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ବନ୍ଧୁ ଙ୍କ ସହଯୋଗ ପାଇ ଖୁସି ଅନୁଭବ କରିବେ । ଆପଣ କାର୍ଯ୍ୟ କ୍ଷେତ୍ରରେ ଚଳଚଞ୍ଚଳ ରହିବେ ।

ମକର – ସର୍ବ କାର୍ଯ୍ୟ ସିଦ୍ଧି ଘଟିବ ହେଲେ ମଧ୍ୟ ଶତ୍ରୁ ଙ୍କ ଭୟ ରହିବ ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ ।ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତ ହେବ ।

କୁମ୍ଭ – ସବୁ କ୍ଷେତ୍ରରେ ଶୁଭ ହେବ । ଅଟକୁଥିବ କାର୍ଯ୍ୟ ଏ ସମାପ୍ତି ଘଟିବ। ଦୁର୍ଜନଙ୍କ ଠାରୁ ଦୂରେଇ ରହିଲେ ଭଲ ।ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ତୁମର ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅ ।

ମୀନ – ଅର୍ଥ ବିଷୟକୁ ନେଇ ଚିନ୍ତାରେ ରହିବେ । ପରିବାରରେ କଳହ ଯୋଗ ରହିଛି। କୌଣସି ମାନସିକ ଚିନ୍ତାରେ ପଡ଼ି ପାରନ୍ତି । କାହାକୁ ରବିବାର ଉଧାର ଦିଅନ୍ତୁ ନାହିଁ । ସ୍ବାସ୍ଥ୍ୟ ଅବସ୍ଥା ରେ ଅବନତି ଘଟିବ । କାର୍ଯ୍ୟ କ୍ଷେତ୍ର ରେ କିଛି ନୂଆ ସୁଯୋଗ ମିଳିବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର

   Related Posts