LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମାର୍ଚ୍ଚ ୩୧ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

31/03/2023 at 7:00 AM

ମେଷ:~ ପରିବାରରେ କଳହ ହେବାର ଯୋଗ ରହିଛି। ପତିପତ୍ନୀଙ୍କ ମଧ୍ୟରେ ମତାନ୍ତର ଦେଖା ଦେବ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ। ଅଟକିଥିବା କାର୍ଯ୍ୟର ସମାପ୍ତି ହେବ। ଚାକିରିରେ କର୍ମକ୍ଷେତ୍ରରେ ଅଧିକ କଠିନ ପରିଶ୍ରମ ହେବ। ଜୀବନ ମଧ୍ୟ ଅସଂଗଠିତ ହେବ।

ବୃଷ:~ ଈଶ୍ୱର ବିଶ୍ୱାସୀ ହେବେ। ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ। କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ। ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ। ବିଦ୍ୟାର୍ଥୀମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ।

ମିଥୁନ:~ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି ହୋଇପାରେ। ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେଇ ପାରେ। ସାବଧାନ ତାର ସହ କାର୍ଯ୍ୟ କଲେ ସର୍ବ ମଙ୍ଗଳ ହେବ। ଘରେ ଆପଣଙ୍କ ବିଷୟରେ ସକାରାତ୍ମକ ଚିତ୍ର ସୃଷ୍ଟି ହେବ ଯାହା ଆପଣଙ୍କ ପାଇଁ ସହାୟକ ହେବ।

କର୍କଟ:~ କର୍କଟ ରାଶିରେ ଆଜି ଶ୍ରୀ ଚନ୍ଦ୍ର। ଆଜି ଦିନଟି ଆପଣଙ୍କୁ ଭଲ ଫଳ ଦେବ। ଚାକିରି କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ। ପଦୋନ୍ନତିର ଯୋଗ ରହିଛି। ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ସହିତ ସମୟ ଅତିବାହିତ କରିବେ।

ସିଂହ:~ କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି। ଅତିଥିମାନେ ଘରକୁ ଆସିବେ। ମାନସିକ ଚାପ ସ୍ୱାସ୍ଥ୍ୟକୁ ଖରାପ କରିପାରେ। ଟଙ୍କା କାରବାରରେ ଅଧିକ ସତର୍କ ରୁହନ୍ତୁ। ଦିନଟି ଏତେ ଶୁଭ ଫଳ ପ୍ରଦାନ କରିବା ନାହିଁ।

କନ୍ୟା:~ ଅଧିକ ଆୟର ଯୋଗ ରହିଛି ଯାହା ଫଳରେ ମାନସିକ ଓ ଶାରୀରିକ ସ୍ତରରେ ଆପଣ ମଜବୁତ ରହିବେ। ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇ ପାରେ। ଧନ ସଞ୍ଚୟ କରିବା ପାଇଁ ଦିନଟି ଉତ୍ତମ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଉତ୍ତମ ରହିଛି।

ତୁଳା:~ ଦିନଟି ରେ କର୍ମ ଚଞ୍ଚଳ ହୋଇ କାର୍ଯ୍ୟ କରିବେ। ଚାକିରି ରେ ମଧ୍ୟମ ଫଳ ପ୍ରାପ୍ତ ହେବ। ବ୍ୟବସାୟରେ ଆଜି ଆପଣଙ୍କୁ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ। ପରିବାର ସହ ସମୟ ଅତିବାହିତ କରିବେ। ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ।

ବିଛା:~ ନିରାଶ୍ରୟ ହେବାକୁ ପଡ଼ିପାରେ ମାନସିକ ଅଶାନ୍ତି ଓ ଶାରୀରିକ ପୀଡା ହେବାର ସମ୍ଭାବନା ରହିଛି। ବ୍ୟବସାୟରେ କ୍ଷତି ସହିବର ସମ୍ଭାବନା ରହିଛି। ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ।

ଧନୁ:~ କୌଣସି ବି କାରଣ ରୁ ମନ ଦୁଃଖ ରହିବ ।ଚାକିରି କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେବ। ଦମ୍ପତିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିବ। ବାୟୁଜନିତ ସମସ୍ୟା ଦେଖାଦେବ। ଛାତ୍ରଛାତ୍ରୀମାନେ ଏତେ ଉତ୍ତମ ଫଳ ପ୍ରାପ୍ତ କରିବେ ନାହିଁ।

ମକର:~ ବନ୍ଧୁ ମାନଙ୍କ ସହଯୋଗ ମିଳିବ। ଆତ୍ମ ବିଶ୍ୱାସୀ ହେବେ। କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ହେବ। ଧର୍ଯ୍ୟବାନ ହେବାକୁ ଚେଷ୍ଟା କରନ୍ତୁ। ଦାମ୍ପତ୍ୟ ଜୀବନରେ କିଛିକୁ ପ୍ରଭାବ ପଡ଼ିପାରେ।

କୁମ୍ଭ:~ ମନରେ ଥିବା ଅହଂ ଭାବକୁ ଦୂରେଇ ରଖନ୍ତୁ ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ। କୌଣସି ଅଜଣା ଲୋକଙ୍କ ସହ କଳହ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଜମିଜମାକୁ ନେଇ କିଛି ଅସୁବିଧା ଦେଖା ଦେଇପାରେ।

ମୀନ:~ ମନରେ ଅନୁତାପର ଭାବ ରହିବ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିପାରେ। ଆୟ ଠାରୁ ବ୍ୟୟ ଅଧିକ ପରିମାଣରେ ହେବ। ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ଅନୁଭବ କରିବେ। ଶାରୀରିକ ଓ ମାନସିକ ଅବସ୍ଥା ଏତେ ଭଲ ରହିବ ନାହିଁ।

ଜ୍ୟୋତିର୍ବିଦ:~ ସିଦ୍ଧାର୍ଥ ଶେଖର ନାୟକ (ଯାଜପୁର)

   Related Posts