suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୧ ଅକ୍ଟୋବର, ସୋମବାର

1/10/2018 at 8:57 AM

ମେଷ – କୀର୍ତ୍ତିମାନ ହେବେ । ଦେବ-ବ୍ରହ୍ମଣମାନଙ୍କ ପ୍ରତି ଭକ୍ତିଭାବ ରହିବ । ପୂର୍ବାହ୍ମରେ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ମାନସିକ ଅଶାନ୍ତି ଉପୁଜି ପାରେ ।

ବୃଷ – ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ମିଥୁନ – ବିବାଦୀୟ ପରିସ୍ଥିତି ଉପୁଜି ପାରେ । ଅଯଥା ବିତର୍କରେ ଭାଗ ନ ନେବା ଉଚିତ୍ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଛଳତାପୂର୍ଣ୍ଣ କଥା କହି ଖୁସି ହୋଇପାରନ୍ତି ।

କର୍କଟ- ଅର୍ଥ ବିନି ଯୋଗ କଲେ ବ୍ୟବସାୟରେ ଲାଭବାନ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି ।

ସିଂହ – କର୍ମକ୍ଷେତ୍ରରେ ଶାନ୍ତି ମିଳିବ । ଶୁଭଖବର ପାଇ ଖୁସି ହେବେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ ।

କନ୍ୟା – ପୁରାତନ ଘଟଣାର ପ୍ରତିଶୋଧ ନେଇପାରନ୍ତି । ସେବା ମନୋଭାବ ଜାଗ୍ରତ ହୋଇପାରେ । କାର୍ଯ୍ୟରେ ସଫଳତା ମିଳିବ । ବିବାଦୀୟ ଘଟଣାରେ ବିଜୟୀ ହେବେ ।

ତୁଳା – ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅର୍ଥାଭାବ ଦେଖାଦେବ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ସ୍ୱାଭିମାନୀ ହୋଇପାରନ୍ତି ।

ବିଛା – ସୁ ସମ୍ବାଦ ପାଇ ଖୁସି ହେବେ । ବିଭିନ୍ନ ସ୍ତରରୁ ସହାୟତା ମିଳିବ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ ।

ଧନୁ – ଶତ୍ରୁକୁ ପରାଜିତ କରି ଆଶ୍ୱସ୍ତ ହେବେ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଶୁଭ ଖବର ପାଇ ଉତ୍ ଫୁଲ୍ଲିତ ହେବେ ।

ମକର – ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟୁଛି । ଆଶ୍ୱସ୍ତି ମିଳିବ । ପଢାପଢିରେ ମନୋନିବେଶ କରିବେ । ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି ।

କୁମ୍ଭ – କେତେକ କ୍ଷେତ୍ରରେ ଭଲ ବୁଝାମଣା ଘଟିପାରେ । ପରିଶ୍ରମ ଅଧିକ ହେଲେ ବି ତାର ମୂଲ୍ୟ ମିଳିବ । ଆସ୍ତିକ ସ୍ୱଭାବର ହେବେ ।

ମୀନ – ଆଥିିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ପ୍ରଶସ୍ତ ରହିଛି । ଦିଅଁ ଦର୍ଶନ କରିବାର ସୌଭାଗ୍ୟ ଉଦୟ ହୋଇଛି ।

   Related Posts