LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମାର୍ଚ୍ଚ ୨୧ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

21/03/2023 at 7:13 AM

ମେଷ:~ ପରିବାରରେ ଓ ଚାକିରି କ୍ଷେତ୍ରରେ ଆଦର ସମ୍ମାନ ମିଳିବ ଦିନଟି ଖୁସି ରେ କଟିବ। ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରି ରେ ଚାପ ବୃଦ୍ଧି ପାଇବ। ଲାଗିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି।

ବୃଷ:~ ଦିନଟିରେ ଅଧିକ ପରିଶ୍ରମର ଯୋଗ ରହିଛି। ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ। ଭାବନାକୁ ନିଜ ନିଅନ୍ତ୍ରଣ ରେ ରଖନ୍ତୁ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ।

ମିଥୁନ:~ ମିଥୁନ ରାଶିରେ ଆଜି ଘାତ ଚନ୍ଦ୍ର। ରୋଗରେ ଖର୍ଚ୍ଚ ବୃଦ୍ଧି ପାଇବ, ସଞ୍ଚୟ ମଧ୍ୟ ଶେଷ ହେବ। ନୂତନ ଚାକିରି ପାଇଁ ଆବେଦନ କରିପାରିବେ। ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ। କୌଣସି ନୂତନ ଯୋଜନାରେ ବିନିଯୋଗ କରନ୍ତୁ ନାହିଁ।

କର୍କଟ:~ ମାନସିକ ଅଶାନ୍ତି ଓ ଶାରୀରିକ ପୀଡା ହେବାର ସମ୍ଭାବନା ରହିଛି। ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି। ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପୈତୃକ ସମ୍ପତିକୁ ନେଇ ବିବାଦ ଲାଗିପାରେ। ବନ୍ଧୁ ମିଳନର ଯୋଗ ରହିଛି।

ସିଂହ:~ ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ ଧର୍ମ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବେ। ଚାକିରିରେ ପଦୋନ୍ନତି ଘଟିବ।ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି। ମନ ସମ୍ମାନ ମିଳିବ। ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ।

କନ୍ୟା:~ ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି ବିରୋଧିମାନେ ହଇରାଣ କରିବାକୁ ପ୍ରୟାସ କରିବେ । କର୍ମ କ୍ଷେତ୍ର ରେ ସାବଧାନ ଅବଲମ୍ବନ କରନ୍ତୁ। ଆର୍ଥିକ ଅନଟନ ଦେଖା ଦେଇପାରେ। ବିଦ୍ୟାର୍ଥୀ ମାନେ ଅବହେଳିତ ହେବେ।

ତୁଳା:~ ମନରେ ଥିବା ଅହଂଭାବକୁ ସମ୍ ଦୂରୀଭୂତ କରନ୍ତୁ ଉନ୍ନତିର ଯୋଗ ରହିଛି ହେଲେ ମଧ୍ୟ ଦିନଟି ମଧ୍ୟମ ଫଳ ଦେବ।ମନ ସର୍ବଦା ଚଞ୍ଚଳ ରହିବ। ମିଳିବାକୁ ଥିବା ଦ୍ରବ୍ୟର ପ୍ରାପ୍ତି ବିଳମ୍ବରେ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଆସିବ।

ବିଛା:~ କିଛି ମୂଲ୍ୟବାନ ବସ୍ତୁ କିମ୍ବା ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ଆଜି ଦିନଟି ରେ ଆପଣ ଚିନ୍ତା ରେ ପଡ଼ିବେ। ଜୀବନ ସାଥୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ରେ ଅବନ୍ନତି ଦେଖା ଦେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ବିଦ୍ୟାର୍ଥୀମାନେ ଅସଫଳ ହେବେ।

ଧନୁ:~ କୌଣସି ସ୍ଥାନରୁ ସମ୍ମାନର ଅଧିକାରୀ ହେବେ। ମନ ଖୁସି ହେବ। ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବ। ବ୍ୟବସାୟ ପାଇଁ ଭ୍ରମଣ ସଫଳ ହେବ। ବ୍ୟବସାୟରେ ବୃଦ୍ଧି ଘଟିବ। ଲାଭ ପାଇଁ ମଧ୍ୟ ସୁଯୋଗ ରହିବ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିଦ୍ୟାର୍ଥୀମାନେ ଲାଭବାନ ହେବେ। 

ମକର:~ ମନରେ ଉଦବେଗ ପ୍ରକାଶ ପାଇବ୍। କର୍ମକ୍ଷେତ୍ରରେ ବିତର୍କ ହୋଇପାରେ। ଅତିଥିମାନେ ଘରକୁ ଆସିବେ। ମାନସିକ ଚାପ ସ୍ୱାସ୍ଥ୍ୟକୁ ଖରାପ କରିପାରେ। ଟଙ୍କା କାରବାରରେ ଅଧିକ ସତର୍କ ରୁହନ୍ତୁ। ଦିନଟି ଏତେ ଶୁଭଫଳ ପ୍ରଦାନ କରିବା ନାହିଁ।

କୁମ୍ଭ:~ ଦିନଟିରେ ଉତ୍ତମ ଫଳ ପ୍ରାପ୍ତ କରିବେ। ବ୍ୟବସାୟୀମାନଙ୍କର ନୂତନ ଚୁକ୍ତି ଯୋଗୁଁ ଲାଭବାନ ହେବାର ସମ୍ଭାବନା ରହିଛି। ମାତାପିତାଙ୍କ ଆଶୀର୍ବାଦ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳତା ଅର୍ଜନ କରିବେ। 

ମୀନ:~ ଆପଣଙ୍କ କାର୍ଯ୍ୟ ରେ କୌଣସି ବ୍ୟକ୍ତି ବାଧା ସୃଷ୍ଟି କରି ପାରନ୍ତି। ଚାକିରିରେ ମଧ୍ୟମ ଫଳ ପ୍ରାପ୍ତି। ବ୍ୟବସାୟରେ କରଜ ଦିଅନ୍ତୁ ନାହିଁ। ଆର୍ଥିକ ସ୍ଥିତିରେ ବୃଦ୍ଧି ସହିତ ମାନସିକ ଶାନ୍ତି ବଜାୟ ରହିବ। ଭ୍ରମଣର ଯୋଗ ରହିଛି। ବିଦ୍ୟାର୍ଥୀମାନେ ସଫଳ ହେବେ।

  ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର

   Related Posts