suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମାର୍ଚ୍ଚ ୧୪ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

14/03/2023 at 7:12 AM

ମେଷ – ଅଯଥା ବ୍ୟୟ ଯୋଗ ରହିଛି । ଯାହା ଫଳରେ ଅଧିକ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ମଧ୍ୟ ରହିଛି। ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଏକାସାଙ୍ଗରେ ଅନେକ କାର୍ଯ୍ୟ ଚାପ ଆସିପାରେ । ଏହି କାରଣରୁ ଉତ୍ତେଜନା ପରିସ୍ଥିତି ରହିବ ।

ବୃଷ – ଆଜି ଦିନଟିରେ ଅଧିକ ଦାନ ଉପାର୍ଜନର ସମ୍ଭାବନା ରହିଛି । ଆଶା ଠାରୁ ଅଧିକ ଫଳ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ। ଚାଷ ଭଲ ହେବ । ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ ।

ମିଥୁନ – କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ। ବ୍ୟାଙ୍କରୁ ଋଣ ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଆଜି ସମାଧାନ ହୋଇପାରିବ । ଅଟକି ରହିଥିବା ଟଙ୍କା ମଧ୍ୟ ଫେରି ଆସିପାରେ ।

କର୍କଟ – ନିଜକୁ ଧର୍ମ କାର୍ଯ୍ୟରେ ନିୟୋଜିତ କରିବେ । ଅହଙ୍କାର ନିୟନ୍ତ୍ରଣରେ ରଖିବା ଆବଶ୍ୟକ, ଅନ୍ୟଥା ଅପ୍ରତ୍ୟାଶିତ କିଛି ହୋଇପାରେ । ଆପଣଙ୍କ ଭାଇଭଉଣୀଙ୍କ ସହିତ ଆପଣଙ୍କ ସମ୍ପର୍କ ମଧ୍ୟ ଖରାପ ହୋଇପାରେ । ମିଶ୍ରିତ ତିକ୍ତତା ଦେଖାଦେବ ।

ସିଂହ – ଆଜି ଦିନଟିରେ ଶାରୀରିକ ଓ ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିବେ । ଆପଣ ନିଜ ସାଥୀଙ୍କ ସହିତଙ୍କ ସହ କୌଣସି ସ୍ଥାନକୁ ଯିବାକୁ ଯୋଜନା କରି ପାରନ୍ତି। ସମ୍ପର୍କରେ ଗଭୀରତା ରହିବ । ଛାତ୍ରଛାତ୍ରୀ ମାନେ ମନସ୍ତାପ କରିବେ ।

କନ୍ୟା – ବନ୍ଧୁ ମାନଙ୍କ ସହ ଆଜି କିଛି ଅନ୍ତରଙ୍ଗ ମୁହୂର୍ତ୍ତ କାଟିବେ । ଯଦି ଆପଣ ଅବିବାହିତ, ବିବାହ ପାଇଁ ପ୍ରସ୍ତାବ ଆସିବ । ପାରିବାରିକ ସମ୍ପର୍କ ଦୃଢ଼ ହେବ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ । ବିଦ୍ୟାର୍ଥୀ ମାନେ ପାଠରେ ଅଧିକ ମନୋନିବେଶ କରିବେ ।

ତୁଳା – ଆଜି ଦିନଟିରେ ଆପଣ ଦୃଢ଼ ମନା ହୋଇ କାର୍ଯ୍ୟ କରିବେ । ଅଟକିଥିବା କାର୍ଯ୍ୟ ନିଶ୍ଚିତ ଭାବେ ସଂପୂର୍ଣ୍ଣ ହେବ । ପରିବାର ସାମ୍ନାରେ ଏକ ଭିନ୍ନ ପରିଚୟ ସୃଷ୍ଟି ହେବ ଯାହା ଆପଣଙ୍କ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହେବ ।

ବିଛା – ଯେ କୌଣସି କାର୍ଯ୍ୟ କରିବା ଆଗରୁ ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ । ଯେଉଁଥିପାଇଁ ଆପଣ କର୍ମ କ୍ଷେତ୍ର ବହୁତ ସାହାଯ୍ୟ ପାଇବେ । ପାରିବାରିକ ଜୀବନରେ ମିଶ୍ର ଫଳ ମିଳିବ । ବିଦ୍ୟାର୍ଥୀ ମାନେ ଉପକୃତ ହେବେ ।

ଧନୁ – ଆଜି ଆପଣଙ୍କ ଘାତ ଚନ୍ଦ୍ର ଯୋଗୁଁ ଅଙ୍ଗ ରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେଇ ପାରେ। ସାବଧାନ ତା ର ସହ କାର୍ଯ୍ୟ କଲେ ସର୍ବ ମଙ୍ଗଳ ହେବ ।ଘରେ ଆପଣଙ୍କ ବିଷୟରେ ସକାରାତ୍ମକ ଚିତ୍ର ସୃଷ୍ଟି ହେବ ଯାହା ଆପଣଙ୍କ ପାଇଁ ସହାୟକ ହେବ ।

ମକର – ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ, କାରଣ ଆପଣଙ୍କ ମଧ୍ୟରୁ କେହି ଏଥିରେ ଅସୁବିଧା ସୃଷ୍ଟି କରିବାକୁ ବହୁତ ଚେଷ୍ଟା କରିବେ ।

କୁମ୍ଭ – ଅଧିକ ପରିଶ୍ରମ ରେ ଦିନଟି ଅତିବାହିତ ହେବ ।ଦିନରେ ଅସ୍ଥିରତା ଅନୁଭବ ହୋଇପାରେ ଏବଂ ପ୍ରକୃତିରେ ଉତ୍ତେଜନା ପ୍ରାଧାନ୍ୟ ବିସ୍ତାର କରିବ, କିନ୍ତୁ ଅପରାହ୍ନ ସୁଦ୍ଧା ଏଥିରେ ଏକ ପରିବର୍ତ୍ତନ ଦେଖାଯିବ ।

ମୀନ – ଆଜି ଆପଣଙ୍କ ରାଶିରେ ଶ୍ରୀ ଚନ୍ଦ୍ର । ସ୍ବାସ୍ଥ୍ୟ ସମସ୍ୟାକୁ ଦୃଢ଼ ଇଚ୍ଛାଶକ୍ତି ସହିତ, ଆପଣ ଏହାକୁ ପରାସ୍ତ କରିପାରିବେ । ପରିବାରରରେ ଅନ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ରହିପାରେ । ବ୍ୟବସାୟ ରେ ଉନ୍ନତି ଯୋଗ ରହିଛି । ପାରିବାରିକ ଜୀବନ ସୁଖମୟ ହେବ ।

                  ଜ୍ୟୋତିଷ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ , ଯାଜପୁର

   Related Posts