suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||
  • କରଞ୍ଜିଆ : ଜଙ୍ଗଲରୁ ଗାଁକୁ ଚାଲିଆସିଥିଲା ହରିଣ, ଝୁଣି ମାରିଦେଲେ କୁକୁର ପଲ
  • ||
  • ବଲାଙ୍ଗୀର : ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ମାର୍ଚ୍ଚ ୧୧ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

11/03/2023 at 6:59 AM

ମେଷ:~ କର୍ମକ୍ଷେତ୍ରରେ ବିରୋଧାଭାବ ଦେଖା ଦେବ। ନିଜ ବ୍ୟବହାରରେ ସଞ୍ଜମତା ରକ୍ଷା କରନ୍ତୁ। ପରିବାର ଲୋକଙ୍କଠାରୁ ଖୁସି ଖବର ମିଳିବ। ବ୍ୟବସାୟରେ ଏତେ ଲାଭ ହେବ ନାହିଁ। ପାରିବାରିକ ସମ୍ପର୍କ ସୁଦୃଢ ହେବ।

ବୃଷ:~ ଭକ୍ତି ଭାବରେ ଦିନଟି କଟିବ। ସେବା ପୂଜାରେ ମନୋନିବେଶ କରିବେ। ବ୍ୟବସାୟୀମାନେ ରିସ୍କ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁ ପରିଶ୍ରମ ଲଘୁ କ୍ରିୟା। ରୋଜଗାରର ନୂଆପନ୍ଥା ଆଜି ଆପଣଙ୍କୁ ଦେଖା ଦେବ।

ମିଥୁନ:~ ଆସନ୍ତା କାଲି ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ। ଶାରୀରିକ ଓ ମାନସିକ ଶାନ୍ତି ମିଳିବ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ। ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ।

କର୍କଟ:~ ଆଶାନୁରୂପ ଅର୍ଥ ପ୍ରାପ୍ତିର ଯୋଗ ରହିଛି। ଲାଗି ରହିଥିବା ସମସ୍ୟାର ଆଜି ସମୂଳ ସମାଧାନ ହେବ। ରାଜନୈତିକ କ୍ଷେତ୍ରଟି କାଲି ଆପଣଙ୍କ ପାଇଁ ବହୁତ୍ ଶୁଭଦାୟକ ରହିଛି। ଜମିବାଡ଼ି ସମ୍ପର୍କିତ କିଛି ଅସୁବିଧା ଦେଖା ଯିବ। ନିବେଶ ପାଇଁ ଦିନଟି ଅନୁକୂଳ ରହିଛି। ଛାତ୍ରଛାତ୍ରୀମାନେ ଉପକୃତ ହେବେ।

ସିଂହ:~ ଗୃହରେ ସୁଖ ସମ୍ମାନ ପ୍ରାପ୍ତି ହେବ। ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ମନୋନିବେଶ କରିବେ। କର୍ମ କ୍ଷେତ୍ରରେ କିଛି ଲାଭଦାୟକ ପ୍ରୟାସ କରିବେ। ବ୍ୟବସାୟୀଙ୍କ ପାଇଁ ରୋଜଗାରର ନୂଆପନ୍ଥା ଦେଖାଯିବ।

କନ୍ୟା:~ ଗୃହରେ ଲାଗି ରହିଥିବା ସମସ୍ୟାର ଆଜି ସମାଧାନ ଖୋଜିବେ। ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ।

ତୁଳା:~ ମନରେ ସାଧାରଣତଃ ଅଶାନ୍ତି ସୃଷ୍ଟି ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହେବ। ଅଟକି ଥିବା କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ ହେବ। ଚାକିରିରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ପାଠରେ ମନଯୋଗ ଦେବେ ନାହିଁ।

ବିଛା:~ କାର୍ଯ୍ୟ କ୍ଷେତ୍ରରେ ବିଶେଷ ସହାୟତା ମିଳିବ। ବନ୍ଧୁ ମିଳନର ଯୋଗ ରହିଛି। ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ। ପରିବାରରେ ସୁଖଶାନ୍ତି ଲାଗି ରହିବ। ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ।

ଧନୁ:~ ପରିବାରରେ ସୁଖ ସମାଚାର ଶୁଣିବାକୁ ମିଳିବ। ବନ୍ଧୁଙ୍କ ମାଧ୍ୟମରେ ଧନ ଆୟର ଯୋଗ ରହିଛି। ବ୍ୟବସାୟରେ ଅର୍ଥ ନିବେଶ କରିବେ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ।

ମକର:~ କର୍ମ କ୍ଷେତ୍ରରେ ନିଜକୁ ସଞ୍ଜତ କରି ରଖିବାକୁ ଚେଷ୍ଟା କରନ୍ତୁ। ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଅବନତି ଘଟିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ହେବ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ।

କୁମ୍ଭ:~ ଦିନଟିରେ ଆପଣ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବେ। ମନୋବଳ ଦୃଢ଼ ରହିବ। ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଜୀବନ ସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସଙ୍କଳ୍ପ ନେବେ।

ମୀନ:~ ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି। ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ। ବ୍ୟବସାୟରେ ଲାଭ ଯୋଗ ରହିଛି। ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ଅମନଯୋଗି ହୋଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। 

 ଜ୍ୟୋତିଷ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ , ଯାଜପୁର

   Related Posts