ମାର୍ଚ୍ଚ ୦୮ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
8/03/2023 at 7:15 AM

ମେଷ:~ ଆଖି ସହିତ ଜଡିତ ସମସ୍ୟା ଆପଣଙ୍କୁ ବ୍ୟଥିତ କରିପାରେ। କୌଣସି ଜିନିଷରୁ ସଂକ୍ରମଣ ହେବାର ସମ୍ଭାବନା ଅଛି। ମନକୁ ଯଥା ସମ୍ଭବ ଶାନ୍ତ ରଖନ୍ତୁ, ନଚେତ୍ ସମସ୍ୟା ବଢ଼ିପାରେ। ଚାକିରିରେ ଅସମ୍ମାନିତ ହେବାର ସମ୍ଭାବନା ରହିଛି।
ବୃଷ:~ ପରିବାର ସଦସ୍ୟମାନେ ଆପଣଙ୍କଠାରୁ କିଛି ଆଶା କରିବେ। ଏପରି ପରିସ୍ଥିତିରେ, ସଂଯମତା ବଜାୟ ରଖନ୍ତୁ ଏବଂ ସମସ୍ତଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖନ୍ତୁ। ଚାକିରି କ୍ଷେତ୍ରରେ ସାମାନ୍ୟ କଳହ ଯୋଗ ରହିଛି।
ମିଥୁନ:~ ବାହାର ସ୍ଥାନରୁ ସମ୍ମାନ ମିଳିବ। ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ କିନ୍ତୁ ଆପଣ ଏହା ବିଷୟରେ ଅଧିକ ଚିନ୍ତା କରିବେ ନାହିଁ। ଘରେ ଆପଣଙ୍କୁ ନେଇ ଚିନ୍ତା ଜନକ ପରିବେଶ ରହିବ, କିନ୍ତୁ ସମୟ ସହିତ ସବୁ କିଛି ସମାଧାନ ହୋଇଯିବ।
କର୍କଟ:~ ଆଜି ଆପଣଙ୍କର ଘାତ ଚନ୍ଦ୍ର। ଯଦି ଆପଣ କୌଣସି ପ୍ରକାର ବ୍ୟବସାୟରେ ଜଡିତ ଅଛନ୍ତି, ତେବେ ଏଥିରେ ସତର୍କ ରହିବାକୁ ପରାମର୍ଶ। ନଚେତ୍ କ୍ଷତିର ସମ୍ଭାବନା ଅଧିକ। କୌଣସି ଚୁକ୍ତି କରିବା ପୂର୍ବରୁ, ଏହାକୁ ଭଲ ଭାବରେ ବିଚାର କରିବାକୁ ନିଶ୍ଚିତ ହୁଅନ୍ତୁ।
ସିଂହ:~ ଆଜି ଆପଣଙ୍କ ରାଶି ରେ ଶ୍ରୀ ଚନ୍ଦ୍ର। ଆପଣଙ୍କ ଜୀବନରେ କେହି ନୂଆ ଆସିପାରନ୍ତି। ଆର୍ଥିକ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଶୁଭ ଖବର ମିଳିବ। ବିଦ୍ୟାର୍ଥୀମାନେ ଉନ୍ନତି ପଥ ଅନୁସରଣ କରିବେ। ବ୍ୟବସାୟ ଲାଭଦାୟକ ହେବ।
କନ୍ୟା:~ କର୍ମ କ୍ଷେତ୍ରରେ କମ୍ କାମ ହେବ ଏବଂ ଆପଣ ସହକର୍ମୀମାନଙ୍କ ସହିତ ଗୁଣାତ୍ମକ ସମୟ ବିତାଇବ। ଜଣେ ବରିଷ୍ଠ ବ୍ୟକ୍ତିଙ୍କ ଦ୍ୱାରା ଉପଯୁକ୍ତ ମାର୍ଗଦର୍ଶନ ପାଇବେ। ଯାହା ଭବିଷ୍ୟତର ରଣନୀତିରେ ସହାୟକ ହେବ।
ତୁଳା:~ ଧନ ପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜି ଦିନଟି ଅବନତି ହେବାର ସମ୍ଭାବନା ଅଛି। ପେଟ ସମ୍ବନ୍ଧୀୟ ସମସ୍ୟା ଆପଣଙ୍କୁ ବ୍ୟଥିତ କରିପାରେ। ବିଦ୍ୟାର୍ଥୀମାନେ ସାମାନ୍ୟ ଅବହେଳିତ ହେବେ। ବ୍ୟବସାୟ ମଧ୍ୟମ ଫଳଦେବ।
ବିଛା:~ କର୍ତ୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ଏକ ପ୍ରକାର ବିବାଦର ସମ୍ମୁଖୀନ ହୋଇପାରେ। ଏହିପରି ପରିସ୍ଥିତିର ସାମ୍ନା କରିବା କଠିନ ହେବ। ପାରିବାରିକ ଜୀବନ ମଧ୍ୟମ ଫଳ ଦେବ। ପ୍ରଶଂସା ପାଇ ଖୁସି ହେବେ।
ଧନୁ:~ ଭାଗବତ ପ୍ରେମରେ ସମୟ କାଟିବେ। ଡିଜିଟାଲ୍ ମାର୍କେଟିଂ, ମିଡିଆ, ସାମ୍ବାଦିକ ଇତ୍ୟାଦି ଅନୁଷ୍ଠାନ ସହିତଜଡିତ ଲୋକଙ୍କ ପାଇଁ ଆଜିର ସମୟ ଅନୁକୂଳ ହେବାର ସମ୍ଭାବନା ଅଛି। କିଛି ଭଲଖବର ଯେ କୌଣସି ସ୍ଥାନରୁ ଗ୍ରହଣ କରି ପାରନ୍ତି ।
ମକର:~ ଯଦି ଆପଣ କିଛି ଦିନ ହେବ ଅପେକ୍ଷା କରିଥିଲେ, ତେବେ ଆଜି ଏହା ବିଷୟରେ ଭଲ ଖବର ପାଇବ। ଘରେ ଆପଣଙ୍କ ସହିତ ଏକ ସକରାତ୍ମକ ବାତାବରଣ ସୃଷ୍ଟି ହେବ ଏବଂ ସମସ୍ତେ ଆପଣଙ୍କ ଉପରେ ଖୁସି ହେବେ। ଘାତ ଚନ୍ଦ୍ର ଯୋଗୁଁ ସାବଧାନ ରୁହନ୍ତୁ।
କୁମ୍ଭ:~ ମନ ପ୍ରଫୁଲ୍ଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଅଯଥା କଳହ କରନ୍ତୁ ନାହିଁ। ସମାଜ ରେ ନିଜ ନାମ କୁ ପ୍ରତିଷ୍ଠା କରିପାରିବେ।ବ୍ୟବସାୟ ପାଇଁ ଦିନଟି ଭଲ ରହିଛି। ଆଶା ଅନୁସାରେ ଫଳ ପ୍ରାପ୍ତି ହେବ।
ମୀନ:~ ଦୃଢ଼ ମନା ହୋଇ କାର୍ଯ୍ୟ କରିବେ। ସଫଳତା ର ଶୀର୍ଷ ରେ ପହଞ୍ଚିବେ। ଭ୍ରମଣ ର ଯୋଗ ରହିଛି। ଅଧିକ ଖର୍ଚ୍ଚର ସମ୍ଭାବନା ଅଛି। ନୂତନ ସ୍ଥାନ ପ୍ରାପ୍ତି କରିବେ। ପରିବାର ସହ ସମୟ ଅତିବାହିତ କରିବେ। ଦିନଟି ଉତ୍ତମ ଫଳ ହେବ।
ଜ୍ୟୋତିଷ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ , ଯାଜପୁର