ମାର୍ଚ୍ଚ ୦୭ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
7/03/2023 at 7:03 AM

ମେଷ:~ ଆଜି ଆପଣ ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଦିନଟି ବ୍ୟସ୍ତ ବହୁଳତାରେ କଟିବ। ପରିବାର ରେ ସାଧାରଣ ସମସ୍ୟା କୁ ନେଇ ବିବାଦ ସୃଷ୍ଟି ହେବ। ଛାତ୍ର ଛାତ୍ରୀ ମାନେ ଅଧ୍ୟୟନରେ ସମୟ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ।
ବୃଷ:~ ଚାକିରିରେ ମତଭେଦ ସୃଷ୍ଟି ହେବ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ଆଜି ସମାଧାନ ର ବାଟ ଦେଖାଯିବ। ଧନ ପ୍ରାପ୍ତିର ଯଥେଷ୍ଟ ସମ୍ଭାବନା ରହିଛି। ନୂତନ କର୍ମ ସଂସ୍ଥାନ ମିଳିବା ଯୋଗୁଁ ଖୁସିର ମହୋଲ୍ ରହିବ। ଛାତ୍ରଛାତ୍ରୀ ମାନେ ନୂତନ ପ୍ରୟାସ ରେ ନିଜକୁ ସାମିଲ କରିବେ। ଚାଷୀମାନେ ଉପଯୁକ୍ତ ମୂଲ୍ୟ ପ୍ରାପ୍ତ କରିବେ।
ମିଥୁନ:~ ଲାଗି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହେବ। ଶାରୀରିକ ଓ ମାନସିକ ଖୁସି ମିଳିବ। ନୂତନ କାର୍ଯ୍ୟ ର ଆରମ୍ଭ ମଧ୍ୟ କରିବେ। ସ୍ବାସ୍ଥ୍ୟରେ କିଞ୍ଚିତ ସମସ୍ୟା ଦେଖା ଦେବ। ପତ୍ନୀଙ୍କ ସହ ମନ ମାଲିନ୍ୟା ହେବାର ସମ୍ଭାବନା ରହିଛି।
କର୍କଟ:~ କର୍ମକ୍ଷେତ୍ରରେ କିଛି ନୂଆ କରିବା ପାଇଁ ନିଜେ ପଦକ୍ଷେପ ନେଇ ପାରନ୍ତି। ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ। ପ୍ରେମ ସମ୍ପର୍କ ନିବିଡ଼ ହେବ। ବ୍ୟବସାୟୀ ଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି।
ସିଂହ:~ ଧନ ଉପାର୍ଜନ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି। କିଛି ପୂର୍ବ ସମସ୍ୟାକୁ ନେଇ ଚିନ୍ତା ଗ୍ରସ୍ଥ ହୋଇ ପାରନ୍ତି । ଖାଦ୍ୟରେ ନିୟନ୍ତ୍ରଣ ରଖନ୍ତୁ ।ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ପାରେ। ଛାତ୍ର ଛାତ୍ରୀ ଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବା। ପ୍ରେମ ସମ୍ପର୍କ ନିବିଡ଼ ହେବ ।
କନ୍ୟା:~ ଆଜି ଆପଣଙ୍କୁ ପରିଶ୍ରମ ର ଫଳ ନିତ୍ସ ପ୍ରାପ୍ତି ହେବ। ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତ ରେ ସମୟ କରିବେ। ମୁଣ୍ଡ ବିନ୍ଧା ଭଳି ରୋଗ ଦେଖା ଦେଇ ପାରେ। ଦମ୍ପତି ଙ୍କ ପାଇଁ ଦିନ ଟି ବହୁତ୍ ଶୁଭ ରହିଛି। ଛାତ୍ର ଛାତ୍ରୀ ଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି।
ତୁଳା:~ କିଛି ଆଶା ର ପୂରଣ ନ ହୋଇ ପାରିବାରୁ ମନ ବ୍ୟକୁଳିତ ହୋଇ ପାରେ ।ମନ ରେ କିଛି ନୂଆ କରିବାର ଇଚ୍ଛା ଜାଗୃତ ହେବ। ନିଜର ଜରୁରୀ ବସ୍ତୁ ଆଜି ଆପଣ କ୍ରୟ କରି ପାରନ୍ତି ।ପ୍ରେମ ସମ୍ପର୍କ ରେ ଅନେକ ଖୁସି ଲାଭ କରି ପାରନ୍ତି। ଅଣ୍ଟା ବ୍ୟଥା ଭଳି କିଛି ସମୟ ଅଣ୍ଟା ବ୍ୟଥା ଭଳି କିଛି ସମସ୍ୟା ଦେଖା ଦେଇ ପାରେ ।
ବିଛା:~ ପରିବାର ଲୋକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରି ପାରନ୍ତ। ବନ୍ଧୁ ମାନଙ୍କ ସହ ଆମୋଦ ପ୍ରମୋଦ ରେ ଦିନଟି କାଟିବ । ବ୍ୟବସାୟୀ ମାନେ ଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି ।ଲାଭ ଯୋଗ ଅଛି ।ଛାତ୍ର ଛାତ୍ରୀ ମାନେ ନିଜର ଲୁଚିଥିବା ପ୍ରତିଭା କୁ ସାମ୍ନା କୁ ଅନିବେ।
ଧନୁ:~ ମନରେ ଧର୍ମ ଭାବନା ଜାଗୃତ ହେବ। ଛାତ୍ରଛାତ୍ରୀମାନେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କର୍ମ କ୍ଷେତ୍ର ରେ ଉତ୍ତମ ଯୋଜନା ର ଆରମ୍ଭ ହେବ।
ମକର:~ ଶାରୀରିକ ଓ ମାନସିକ ବିକାଶ ହେବ। ଆତ୍ମ ବିଶ୍ୱାସୀ ହେବେ। କାର୍ଯ୍ୟ କ୍ଷେତ୍ର ରେ ପଦୋନ୍ନତି ହେବ। ଧର୍ଯୋବାନ ହେବାକୁ ଚେଷ୍ଟା କରନ୍ତୁ। ଦାମ୍ପତ୍ୟ ଜୀବନ ରେ କିଛି କୁ ପ୍ରଭାବ ପଡ଼ି ପାରେ।
କୁମ୍ଭ :~ କାର୍ଯ୍ୟ କ୍ଷେତ୍ର ରେ ନିଜକୁ ବ୍ୟସ୍ତ ରଖିବେ। ଅଟକି ଥିବା କାର୍ଯ୍ୟ ର ଆଜି ପୁନଃଆରମ୍ଭ କରିବେ। ଛାତ୍ରଛାତ୍ରୀମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତିମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ।
ମୀନ:~ ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ଖର୍ଚ୍ଚାନ୍ତ ହେବେ। ଚାକିରି କ୍ଷେତ୍ର ରେ ପଦୋନ୍ନତି ର ଯୋଗ ରହିଛି। ମନ ଅଶାନ୍ତି ରହିବ। ଧର୍ଯ୍ୟହରା ହୁଅନ୍ତୁ ନାହିଁ। ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତ ହେବ। ବିଦ୍ୟାର୍ଥୀମାନେ ବନ୍ଧୁଙ୍କୁ ପାଇ ଖୁସି ହେବେ।
ଜ୍ୟୋତିଷ ସିଦ୍ଧାର୍ଥ ଶେଖର ନାୟକ (ଯାଜପୁର)