ଫେବୃଆରୀ ୨୧ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | February 21, 2023 IST

ମେଷ – ଆଜି ଆପଣଙ୍କୁ ଆର୍ଥିକ ଲାଭର ଯଥେଷ୍ଟ ସମ୍ଭାବନା ରହିଛି । ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ଯୋଗ ଅଛି । ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି । ବିଦ୍ୟାର୍ଥୀ ମାନେ ପରିଶ୍ରମର ଫଳ ନିଶ୍ଚିନ୍ତ ଭାବେ ପ୍ରାପ୍ତ କରିବେ ।

ବୃଷ – ପରିବାରର ସହଯୋଗ ମିଳିବ । ଜୀବନସାଥୀଙ୍କ ସହ ବ୍ୟସ୍ତତାରେ ଦିନଟି କଟିବ। ରାଜନୀତିରେ ସଫଳତା ପ୍ରାପ୍ତ ହେବ । ଚାକିରିରେ ଅଟକି ଥିବା ଧନର ପ୍ରାପ୍ତି ଯୋଗ ରହିଛି । ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ବିଜୟ ହାସଲ କରିବେ ।

ମିଥୁନ – ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଅନୁକୂଳ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଲାଭଦାୟକ ହେବ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ବ୍ୟବସାୟ ପାଇଁ ସମୟ ଅନୁକୂଳ ରହିଛି । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ ।

କର୍କଟ – ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ । ବ୍ୟବସାୟରେ କ୍ଷତି ସହିବର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ପୈତୃକ ସମ୍ପତିକୁ ନେଇ ବିବାଦ ଲାଗିପାରେ । ବନ୍ଧୁ ମିଳନର ଯୋଗ ରହିଛି ।

ସିଂହ – ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ଚାଲୁ ଥିବା କାର୍ଯ୍ୟ ଅଧାରୁ ଅଟକି ଯାଇପାରେ । ଛାତ୍ରଛାତ୍ରୀ ମାନେ ନୂତନ ପାଠର ଆରମ୍ଭ କରିବେ । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଦମ୍ପତ୍ତି ମାନେ ପରସ୍ପରକୁ କିଛି ସମୟ ଦେବେ ।

କନ୍ୟା – ଅଟକି ଥିବା କାର୍ଯ୍ୟର ପୁନରାମ୍ଭ ହେବ । ଦୂର ଯାତ୍ରାର ଯୋଗ ରହିଛି । କିଛି କରୁନଥିବା ଲୋକଙ୍କୁ କାର୍ଯ୍ୟର ସନ୍ଧାନ ମିଳିବ। ବ୍ୟବସାୟରେ ଆଗକୁ ବଢ଼ିବେ । ଦମ୍ପତି ମାନଙ୍କ ପାଇଁ ଦିନଟି ଉତ୍ତମ ରହିଛି ।

ତୁଳା – ଦିନଟି ମଧ୍ୟମ ଫଳ ଦେବ । ଚାକିରି ରେ ପଦୋନ୍ନତି ର ଯୋଗ ରହିଛି । ନିଜ ଦୁର୍ବଳତା କାହା ଆଗରେ ପ୍ରକାଶ କରନ୍ତି ନାହିଁ । ଖର୍ଚ୍ଚ ର ପରିମାଣ ଅଧିକ ହେବ । ବ୍ୟବସାୟରେ ଅଧିକ ପରିଶ୍ରମ ହେବ । ଜୀବନସାଥୀ ଙ୍କ ସହଯୋଗ ମିଳିବ ।

ବିଛା – ବ୍ୟବସାୟକୁ ନେଇ କୌଣସି ଦୂର ଯାତ୍ରା କରି ପାରନ୍ତି । ବନ୍ଧୁ ଙ୍କ ସହଯୋଗରେ ଆଗକୁ ବଢ଼ିବେ। ବାହ୍ୟ ଲୋକଙ୍କ ଦ୍ଵାରା ଠକାମୀ ର ଶିକାର ହୋଇପାରନ୍ତି । ଅର୍ଥ ନିବେଶ ପାଇଁ ଦିନଟି ଶୁଭାଦୟକ ରହିଛି ।

ଧନୁ  – ଦିନଟି ଲାଭଦାୟକ ହେବ ।ବ୍ୟବସାୟ ରେ ଆର୍ଥିକ ଲାଭର ସଂକେତ ମିଳୁଛି । ପରିବାରରେ ସୁଖ ସମାଚାର ମିଳିବ। ବିଦ୍ୟାର୍ଥୀ ମାନଙ୍କୁ ସୁଖ ସମାଚାର ମିଳିବ । ଧାର୍ମିକ କାର୍ଯ୍ୟ ରେ କିଛି ସମୟ ଅତିବାହିତ କରନ୍ତୁ ।

ମକର – ଆଜି ଚାକିରି କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ । ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେବ । ବିଦ୍ୟାର୍ଥୀ ମାନେ ସଫଳତାର ଶୀର୍ଷ ରେ ପହଞ୍ଚିବେ । ବ୍ୟବସ୍ୟବରେ ଅଧିକ ପରିଶ୍ରମରେ ଅଳ୍ପ ଲାଭ। । ଅର୍ଥ ପ୍ରାପ୍ତିର ଯୋଗ ରହିଛି ।

କୁମ୍ଭ – ଦିନଟି ବ୍ୟସ୍ତବହୁଳ ରହିବା ସତ୍ତ୍ୱେ ମଧ୍ୟ ଆପଣ ସର୍ବ କାର୍ଯ୍ୟ ସମ୍ପୂର୍ଣ କରିବେ । ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ । ନୂତନ ବ୍ୟବସାୟ ପାଇଁ ଦିନଟି ଶୁଭାଦୟକ ରହିଛି । ଦାମ୍ପତ୍ୟ ଜୀବନରେ ଖୁସିର ଲହରୀ ଦେଖା ଦେବ।

ମୀନ – ଚାକିରିରେ ଅଜି ଆପଣଙ୍କୁ ସମ୍ମାନ ଓ ପଦୋନ୍ନତି ମିଳିପାରେ । ମନ ପ୍ରଫୁଲ୍ଲ ରହିବ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ବ୍ୟବସାୟରେ ଅଟକିଥହିବା କାର୍ଯ୍ୟର ଆରମ୍ଭ ହେବ । ମିଳୁନଥିବା ଧନର ହଠାତ୍ ପ୍ରାପ୍ତି ଯୋଗ ରହିଛି ।

wp:paragraph {"align":"right"}

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ, ଯାଜପୁର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.