ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଫେବୃଆରୀ ୦୮ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

8/02/2023 at 7:08 AM

ମେଷ – ଗୃହରେ ସାମାନ୍ୟ କଳହ ଯୋଗ ରହିଛି , ଯାହା ପାଇଁ ଆପଣ ଅତ୍ୟନ୍ତ ଚିନ୍ତାଗ୍ରସ୍ତ ହୋଇ ରହିବେ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ଶିକ୍ଷା କ୍ଷେତ୍ରରେ ଛାତ୍ର ଛାତ୍ରୀ ଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ପାରେ ।

ବୃଷ – କାର୍ଯ୍ୟ କ୍ଷେତ୍ରରେ ଆଜି ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଲାଗି ରହିଥିବା ମାଲି ମକୋଦ୍ଦାମାର ଆଜି ଅନ୍ତ ଘଟିବ। ବାହ୍ୟ ଶତ୍ରୁଙ୍କ ଦ୍ଵାରା ପ୍ରତିରୋଧର ଶିକାର ହେବାକୁ ପଡ଼ି ପାରେ ପରିବାରରେ ସୁଖ ଶାନ୍ତି ଲାଗି ରହିବ । ସରକାରୀ ଚାକିରୀରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି ।

ମିଥୁନ – କାର୍ଯ୍ୟ କ୍ଷେତ୍ରରେ ଆଜି ଆପଣଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବ । ପୁରୁଣା କାର୍ଯ୍ୟ କୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ଧନ ସଂପତ୍ତି ରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ର ଛାତ୍ରୀ ମାନେ ଅଧିକ ପଢିବାକୁ ଇଛୁକ ହେବେ ।ବ୍ୟବସାୟ ରେ ଦେଖି ରଖି କାର୍ଯ୍ୟ କରନ୍ତୁ ।

କର୍କଟ – କର୍ମ କ୍ଷେତ୍ର ରେ ବୁଦ୍ଧିବିଚାରୀ କାର୍ଯ୍ୟ କରନ୍ତୁ। ଯାନ ବାହାନ ଚଳାଚଳ ରେ ସତର୍କତା ଅବଲମ୍ବନ କରନ୍ତୁ ।କାରଣ ଆଜି ଆପଣଙ୍କର ଘାତ ଚନ୍ଦ୍ର। ଦମ୍ପତି ଙ୍କ ମଧ୍ୟରେ ସୁସମ୍ପର୍କ ଲାଗି ରହିବ ।ବ୍ୟବସାୟ ରେ ଆୟ ବ୍ୟୟ ସମାନ ହେବ । ଛାତ୍ରଛାତ୍ରୀ ମାନେ ଖେଳକୁଦ ରେ ମନୋନିବେଶ କରିବେ ।

ସିଂହ – ଆଜି ଆପଣଙ୍କ ରାଶିରେ ଶ୍ରୀଚନ୍ଦ୍ର ,ଏହାର ଅର୍ଥ ଆଜି କର୍ମ କ୍ଷେତ୍ର ରେ କ୍ଷମତା ର ବିକାଶ ହେବ । ଧର୍ମ କର୍ମ ରେ ମନୋନିବେଶ କରିବେ ।ଦିନଟି ବ୍ୟସ୍ତ ବହୁଳ ରହିଲେ ମଧ୍ୟ ଅନେକ ସୁଫଳ ପ୍ରଦାନ କରିବ ।ବ୍ୟବସାୟ ରେ ଲାଭ ଯୋଗ ରହିଛି ।ଭାଗ୍ୟ ସାଥ ଦେବ ।

କନ୍ୟା – କର୍ମକ୍ଷେତ୍ର ରେ ବିରୋଧା ଭାବ ଦେଖା ଦେବ । ନିଜ ବ୍ୟବହାର ରେ ସଂଯମତା ରକ୍ଷା କରନ୍ତୁ। ପରିବାର ଲୋକଙ୍କ ଠାରୁ ଖୁସି ର ବାର୍ତ୍ତା ମିଳିବ ।ବ୍ୟବସାୟ ରେ ଏତେ ଲାଭ ହେବ ନାହିଁ। ପାରିବାରିକ ସମ୍ପର୍କ ସୁଦୃଢ ହେବ ।

ତୁଳା – ଆଶାନୁରୂପ ଅର୍ଥ ପ୍ରାପ୍ତି ର ଯୋଗ ରହିଛି । ଲାଗି ରହିଥିବା ସମସ୍ୟା ର ଆଜି ସମୂଳ ସମାଧାନ ହେବ । ରାଜନୈତିକ କ୍ଷେତ୍ର ଟି ଆଜି ଆପଣଙ୍କ ପାଇଁ ବହୁତ୍ ଶୁଭ ଦାୟକ ରହିଛି ।ଜମିବାଡ଼ି ସମ୍ପର୍କିତ କିଛି ଅସୁବିଧା ଦେଖା ଯିବ । ନିବେଶ ପାଇଁ ଦିନଟି ଅନୁକୂଳ ରହିଛି । ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ।

ବିଛା – ଗୃହ ରେ ସୁଖ ସମ୍ମାନ ପ୍ରାପ୍ତି ହେବ । ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ ରେ ମନୋନିବେଶ କରିବେ। କର୍ମ କ୍ଷେତ୍ର ରେ କିଛି ଲାଭ ଦାୟକ ପ୍ରୟାସ କରିବେ ।ବ୍ୟବସାୟୀ ଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ଦେଖାଯିବ ।

ଧନୁ – ଭକ୍ତି ଭାବରେ ଦିନଟି କଟିବ । ସେବା ପୂଜା ରେ ମନୋନିବେଶ କରିବେ । ବ୍ୟବସାୟୀ ମାନେ ରିସ୍କ ନେଇ କାର୍ଯ କଲେ ସଫଳତା ମିଳିବ ।ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁ ପରିଶ୍ରମ ଲଘୁ କ୍ରିୟା।ରୋଜଗାର ର ନୂଆ ପନ୍ଥା ଆଜି ଆପଣଙ୍କୁ ଦେଖା ଦେବ ।

ମକର – ମକର ରାଶି ପାଇଁ ଆଜି ଘାତ ଚନ୍ଦ୍ର । ଗୃହରେ ଲାଗି ରହିଥିବା ସମସ୍ୟା ର ଆଜି ସମାଧାନ ଖୋଜିବେ ।ସନ୍ତାନ ଙ୍କ ସହ ସମୟ ଅତିବାହିତ କରିବେ । ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବ୍ୟବସାୟୀ ଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ ।

କୁମ୍ଭ – କାର୍ଯ୍ୟ କ୍ଷେତ୍ର ରେ ବିଶେଷ ସହାୟତା ମିଳିବ ।ବନ୍ଧୁ ମିଳନ ର ଯୋଗ ରହିଛି । ନିଜ ପରାକ୍ରମ ବଳରେ ଶତ୍ରୁ ଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ । ପରିବାର ରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେବେ ।

ମୀନ – ଲୁଚି ରହିଥିବା ଦକ୍ଷତା ର ପରିପ୍ରକାଶ ହେବ । ଯଶ ହାନି ଘଟିବାର ସମ୍ଭାବନା ରହିଛି। ପଡୋଶୀ ଙ୍କ ସହ ମତଭେଦ ହୋଇ ପରେ । ପିତା ମାତାଙ୍କ ସେବା ରେ ସମୟ ଅତିବାହିତ ହେବ । ବ୍ୟବସାୟ ରେ ଅର୍ଥ ଫେରି ପାଇବା ବିଳମ୍ବ ହେବ । ଛାତ୍ରଛାତ୍ରୀ ମାନେ ଆଶାନୁରୂପ ଫଳ ପ୍ରାପ୍ତି କରିବେ ନାହିଁ ।

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ , ଯାଜପୁର

   Related Posts