ଫେବୃଆରୀ ୦୪ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | February 04, 2023 IST

ମେଷ - ଦିନଟି ରେ ଆପଣ ମଧ୍ୟମ ଫଳ ପ୍ରାପ୍ତ କରିବେ । ଦେଇଥିବା ଧନ ରାଶି ଆଜି ଆପଣ ଫେରି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ପରିବାରରେ ପରସ୍ପର ମଧ୍ୟ ରେ କଳହ ଲାଗିପାରେ । ବ୍ୟବସାୟ ରେ ସମ୍ଭ୍ରମତା ରଖିଲେ ଅଧିକ ଲାଭ ପାଇ ପାରିବେ। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ଯୋଗ ରହିଛି ।


ବୃଷ - ଆଜି ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ ।ମନ ଉସ୍ଥାହିତ ରହିବା ସହ ପ୍ରଫୁଲ୍ଲ ଚିତ୍ତ ରେ କାର୍ଯ୍ୟ କରିବେ । କାର୍ଯ୍ୟ କରିବା ସମୟରେ ଧ୍ୟାନ ର ସହ କରନ୍ତୁ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ବ୍ୟବସାୟ ରେ ଭଲ ଫଳ ମିଳିବ । ନୂତନ ମାଙ୍ଗଳିକ କାର୍ଯ୍ୟ ରେ ଯୋଗଦାନ ଦେବେ ।


ମିଥୁନ - ମାଲିମାକୋଦ୍ଦମ ରେ ଜୟଯୁକ୍ତ ହେବେ । କିଛି କାର୍ଯ୍ୟ କୁ ହାସଲ କରିବା ପାଇଁ ପ୍ରତୀକ୍ଷା କରିବାକୁ ପଡ଼ି ପାରେ । ଭୂମି କ୍ରୟ କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ଶୁଭାଦୟକ ସାବ୍ୟସ୍ତ ହେବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଟି କଠିନ ହୋଇ ପାରେ।


କର୍କଟ - କାହା ଉପରେ ଭରସା କରିବା ପୂର୍ବରୁ ଥରେ ନିଶ୍ଚିନ୍ତ ଭାବି ନିଅନ୍ତୁ । ଉଚ୍ଚ ପଦ ପଦବୀ ରେ ସମ୍ମାନିତ ହେବେ । ନୂତନ ଆବେଦନ ପାଇଁ ବିଦ୍ୟାର୍ଥୀ ମାନଙ୍କୁ ଦିନଟି ଶୁଭ ହେବ । ଗରିବ ଙ୍କ ସେବା ରେ କିଛି ଧନ ଦାନ ଦେଲେ ଦିନଟି ଆହୁରି ଶୁଭ ଦାୟକ ହେବ । ବ୍ୟବସାୟରେ ବିତ୍ତ ବୃଦ୍ଧି ହେବ ।


ସିଂହ - ଆଜି ଆପଣ ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ ।ଦିନଟି ବ୍ୟସ୍ତ ବହୁଳତା ରେ କଟିବ। ପରିବାର ରେ ସାଧାରଣ ସମସ୍ୟା କୁ ନେଇ ବିବାଦ ସୃଷ୍ଟି ହେବ । ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ ରେ ସମୟ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ।


କନ୍ୟା - ଚାକିରି ରେ ମତଭେଦ ସୃଷ୍ଟି ହେବ । ପୂର୍ବରୁ ଲାଗି ରହିଥିବା ସମସ୍ୟା ର ଆଜି ସମାଧାନ ର ବାଟ ଦେଖାଯିବ । ଧନ ପ୍ରାପ୍ତିର ଯଥେଷ୍ଟ ସମ୍ଭାବନା ରହିଛି । ନୂତନ କର୍ମ ସଂସ୍ଥାନ ମିଳିବା ଯୋଗୁଁ ଖୁସିର ମହୋଲ୍ ରହିବ । ଛାତ୍ର ଛାତ୍ରୀ ମାନେ ନୂତନ ପ୍ରୟାସ ରେ ନିଜକୁ ସାମିଲ କରିବେ । ଚାଷୀ ମାନେ ଉପଯୁକ୍ତ ମୂଲ୍ୟ ପ୍ରାପ୍ତ କରିବେ ।


ତୁଳା - ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ଆଜି ପ୍ରାପ୍ତ ହେବ । ବ୍ୟାପାର ରେ ଅଧିକ ଲାଭ ଯୋଗ ରହିଛି।ବ୍ୟାପାର ରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣକୁ ଆଜି ଆପଣ ପରିଶୋଧ କରିବାକୁ ସକ୍ଷମ ହେବେ । ପତ୍ନୀ ଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ ।ଛାତ୍ର ଛାତ୍ରୀ ମାନେ ନୂତନ ଉପଲବ୍ଧି ପ୍ରାପ୍ତ କରିବେ ।

ବିଛା - ଧନ ସମ୍ପତ୍ତି ପ୍ରାପ୍ତି ର ଯୋଗ ରହିଛି । ମାଲି ମକୋଦ୍ଦମା ରେ ଜୟଯୁକ୍ତ ହେବେ । ଦାନ ଧର୍ମ ରେ ନିଜ ସମୟ କୁ ଅତିବାହିତ କରିବେ । ସ୍ବାସ୍ଥ୍ୟ ଅବସ୍ଥା ସ୍ୱଚ୍ଛଳ ରହିବ ।ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଏତେ ଭଲ ସାବ୍ୟସ୍ତ ହେବ ନାହିଁ ।ଛାତ୍ର ଛାତ୍ରୀ ମାନେ ଅଧିକ ପରିଶ୍ରମ କରିବେ ।

ଧନୁ - ସ୍ବାସ୍ଥ୍ୟ ଅବସ୍ଥା ରେ ଅବନତି ଘଟି ପାରେ ।ଆୟ ଠାରୁ ବ୍ୟୟ ଅଧିକ ପରିମାଣ ରେ ହେବ ।ପୁରୁଣା ବନ୍ଧୁ ଙ୍କୁ ପାଇ ଖୁସି ଅନୁଭବ କରିବେ ।ଶାରୀରିକ ଓ ମାନସିକ ଅବସ୍ଥା ଏତେ ଭଲ ରହିବ ନାହିଁ ।ଛାତ୍ର ଛାତ୍ରୀ ଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ ।ଦମ୍ପତି ଙ୍କ ମଧ୍ୟ ରେ ସାମାନ୍ୟ କଳହ ଦେଖା ଦେଇ ପାରେ ।

ମକର - ଚାକିରି କ୍ଷେତ୍ର ରେ ପଦୋନ୍ନତି ର ଯଥେଷ୍ଟ ସମ୍ଭାବନା ରହିଛି । ବୟୋଜ୍ୟେଷ୍ଠ ଙ୍କ ଠାରୁ ସମ୍ମାନ ଓ ଆଶୀର୍ବାଦ ମିଳିବ । ଅଧା ରହିଥିବା କାର୍ଯ୍ୟ କୁ ସଂପୂର୍ଣ୍ଣ କରିବେ । ପରିବାରରେ କୌଣସି ସଦସ୍ୟ ଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇ ପାରେ । ବ୍ୟବସାୟ ରେ ଉତ୍ତମ ଫଳ ପ୍ରାପ୍ତ ହେବ ।

କୁମ୍ଭ - ଦୁର୍ଜନ ଙ୍କ ଠାରୁ ସଂପୂର୍ଣ୍ଣ ଦୂରେଇ ରୁହନ୍ତୁ । ପରିବାରରେ ଆପଣଙ୍କୁ ଅବହେଳିତ ହେବାକୁ ପଡ଼ି ପାରେ । ଅତିଥି ଚର୍ଯ୍ୟା ରେ ସମୟ ଅତିବାହିତ କରିବେ ।ହେବାକୁ ଥିବା କାର୍ଯ୍ୟ ଆଜି ଅଟକି ରହି ଯାଇ ପାରେ । ନିବେଶ ପାଇଁ ଦିନଟି ସଂପୂର୍ଣ୍ଣ ଖରାପ ରହିଛି । ଭାବିଚିନ୍ତି ନିବେଶ କରନ୍ତୁ ।କିଛି ଭଲ ସୂଚନା ଆଜି ଆପଣଙ୍କୁ ମିଳିପାରେ ।

ମୀନ - ଶରୀରରେ ସାମାନ୍ୟ ପୀଡା ଅନୁଭବ ହୋଇପାରେ ।ଅନ୍ୟ ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଧିକ ପରିଶ୍ରମ ରେ ଦିନଟି କଟିବ । ବ୍ୟବସାୟ ରେ ଆସନୁରୂପ ଫଳ ପ୍ରାପ୍ତି ହେବ । ଛାତ୍ର ଛାତ୍ରୀ ମାନେ ସମୟ ନଷ୍ଟ କରିବେ ।ବହୁ ସମୟରୁ ଲାଗି ରହିଥିବା କଳହ ର ଆଜି ପୂର୍ଣ୍ଣଚ୍ଛେଦ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.