ଫେବୃଆରୀ ୦୨ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
2/02/2023 at 7:22 AM

ମେଷ:~ କାଲି ମେଷ ରାଶିର ବ୍ୟକ୍ତିମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ। ଜାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଲାଗି ରହିଥିବା କାର୍ଯ୍ୟ କାଲି ସମ୍ପୂର୍ଣ୍ଣ ହେବ। ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରିବେ।
ବୃଷ:~ ନୂତନ କାର୍ଯ୍ୟକୁ ନେଇ ଆଶାବାଦୀ ହୋଇ ରହିବେ। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବା ସହିତ ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିବ। ପରିବାରକୁ ସମୟ ଦେବେ।
ମିଥୁନ:~ ପରିବାରରେ ସୁଖ ସମ୍ମାନ ଲାଗି ରହିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଲାଗି ରହିପାରେ। ନୂତନ ବ୍ୟବସାୟ ପାଇଁ ପୁଞ୍ଜି ନିବେଶ କରିବେ। ରାଜନୀତିରେ ଉଚ୍ଚପଦ ପ୍ରାପ୍ତି ହେବ।
କର୍କଟ:~ ଆଜି ଆପଣଙ୍କ ରାଶିରେ ମଧ୍ୟମଫଳ ଯୋଗ ରହିଛି। ଚଲାଲପଥରେ ଅବରୋଧ ଘଟିପାରେ।ଭବିଷ୍ୟତ ଚିନ୍ତାରେ ମନ ଅସ୍ଥିର ରହିବ। ସାଙ୍ଗ ସାଥୀଙ୍କ ପାଇଁ ଅସୁବିଧାରେ ପଡ଼ି ପାରନ୍ତି।
ସିଂହ:~ ଅଯଥା କଳହରୁ ନିଜକୁ ଦୂରେଇ ରଖନ୍ତୁ। ଧନପ୍ରାପ୍ତିର ଯୋଗ ରହିଛି। ସ୍ବାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଦେଇଥିବା ପରୀକ୍ଷା ଉତିନ୍ନ ହେବାର ଯୋଗ ରହିଛି। ପ୍ରେମ ସମ୍ପର୍କ ନିବିଡ଼ ହେବ।
କନ୍ୟା:~ ମନରେ ସନ୍ତୋଷ ଭାବ ଜାତ ହୋଇପାରେ। ସୁଖହାନି ହେବାର ଯଥେଷ୍ସ ମ୍ଭାବନା ରହିଛି। ନୂତନ କମ୍ପାନୀରେ ଯୋଗଦାନ କରି ପାରନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ ରହିଛି।
ତୁଳା:~ ଭଗବତ ସେବାରେ ନିଜକୁ ନିୟୋଜିତ କରିବେ। କର୍ମ କ୍ଷେତ୍ରରେ ସଫଳତା ଅର୍ଜନ କରିବେ।ନିଜ ସନ୍ତାନଙ୍କ ପାଇଁ ବ୍ୟସ୍ତ ହୋଇ ପାରନ୍ତି। ବ୍ୟବସାୟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।
ବିଛା:~ କାଲି ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ।ସ୍ବାସ୍ଥ୍ୟ ସମସ୍ୟା, ଆଣ୍ଠୁଗଣ୍ଠିରେ ସମସ୍ୟା ଦେଖା ଦେବ।ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇ ପାରନ୍ତି। ଧନ ଲାଭର ମଧ୍ୟ ଯୋଗ ରହିଛି।ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ।
ଧନୁ:~ କାର୍ଯ୍ୟ ରେ ସଫଳ ତ ପ୍ରାପ୍ତ ହେବ। ନୂତନ ବନ୍ଧୁଙ୍କୁ ପାଇଁ ଖୁସି ଅନୁଭବ କରିବେ। ମାଲି ମକୋଦ୍ଦମାରେ ଜୟଯୁକ୍ତ ହେବେ। ପିତାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।
ମକର:~ ଆତ୍ମତୃପ୍ତି ଲାଭ କରିବେ। ବ୍ୟବସାୟରେ ଅନ୍ୟାୟ ଉପରେ ଭରସା କରନ୍ତୁ ନାହିଁ। କାଲି ଆପଣ ନିଜର ପ୍ରଭାବ ବିସ୍ତାର କରିବେ।ଛାତ୍ରଛାତ୍ରୀମାନେ ଉନ୍ନତିର ଏକ ପାଦ ଆଗକୁ ବଢ଼ିବେ। ଦେହ ଓ ମନ ପ୍ରଫୁଲ୍ଲ ରହିବ।
କୁମ୍ଭ:~ ପରିବାର ସହିତ କିଛି ସମୟ ବିତାନ୍ତୁ ଭଲ ହେବ। ଅନ୍ୟ ଲୋକଙ୍କ ଅସୁବିଧାକୁ ନିଜ ଉପରକୁ ଟାଣିନେବେ। ସ୍ବାସ୍ଥ୍ୟ ଅବସ୍ଥା ବହୁତ୍ ଭଲ ରହିବ। ପ୍ରେମିକ ପ୍ରେମିକାମାନେ ସଫଳତା ପାଇବେ। କୃତୀ ଛାତ୍ରୀମାନଙ୍କ ପାଇଁ ବହୁଆଡ଼ମ୍ୱରେ ଲଘୁ କ୍ରିୟା।
ମୀନ:~ ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ। ଅଯଥା କଳହ ଯୋଗ ରହିଛି। ପ୍ରେମ ସମ୍ପର୍କରେ ମନମାଳିନ୍ୟ ଦେଖାଦେବ। ବ୍ୟବସାୟରେ କ୍ଷାତି ଅର୍ଜନ ହୋଇପାରେ। ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ। ବାକିଥିବା କାର୍ଯ୍ୟ କାଲି ପୁରା କରିଦିଅନ୍ତୁ।
ସିଦ୍ଧାର୍ଥ ଶେଖର ନାୟକ, ଜ୍ୟୋତିଷ, ଯାଜପୁର