ଫେବୃଆରୀ ୦୧ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | February 01, 2023 IST

ମେଷ - ପରିବାର ଲୋକଙ୍କ ସହିତ ଖୁସି ର ମୁହୂର୍ତ୍ତ ଅତିବାହିତ କରିବେ । କିଛି ନୂଆ ଜିନିଷ ପାଇବା ଆଶା ରେ ମନ ପ୍ରଫୁଲ୍ଲିତ ରହିବ । ଉଦବେଗ ପ୍ରକାଶ ପାଇବ । ଅନ୍ୟ କାହା ମନରେ କଷ୍ଟ ଦେଇ ପାରନ୍ତି ।

ବୃଷ - ଆଜି ଆପଣଙ୍କ ରାଶି ରେ ଶ୍ରୀଚନ୍ଦ୍ର । ଯାହା ଫଳ ରେ ମାନସିକ ଓ ଶାରୀରିକ ସ୍ତରରେ ଆପଣ ମଜବୁତ ରହିବେ । ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇ ପାରେ । ଧନ ସଞ୍ଚୟ କରିବା ପାଇଁ ଦିନ ଟି ଉତ୍ତମ ରହିଛି । ଛାତ୍ର ଛାତ୍ରୀ ଙ୍କ ପାଇଁ ଦିନ ର ପ୍ରଥମ ଭାଗ ଟି ବିଶେଷ ଶୁଭ ଦାୟକ ହେବ ।

ମିଥୁନ - ସମାପ୍ତ କରିବାକୁ ଚାହୁଁଥିବା କାର୍ଯ୍ୟ ଟି ଅଧା ରୁ ଅଟକି ଯାଇ ପାରେ । ଚାକିରି କ୍ଷେତ୍ର ରେ ପଦୋନ୍ନତି ର ସମ୍ଭାବନା ଅଛି । ମହିଳା ମାନଙ୍କ ପାଇଁ ଦିନ ଟି ବ୍ୟସ୍ତ ବହୁଳ ରହିବ । ପରିବାର ରେ ସୁଖ ଶାନ୍ତି ବଜାୟ ରହିବ ।

କର୍କଟ - ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟ ରେ ବୃଦ୍ଧି ଘଟି ପାରେ । ବ୍ୟବସାୟୀ ଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତି ଙ୍କୁ ନୂଆ ସ୍ଥାନ ପ୍ରପ୍ତିଭୋଇ ପାରେ ।

ସିଂହ - ସମୟ ସହିତ ତାଳ ଦେଇ ଚାଲନ୍ତୁ ଦିନଟି ଶୁଭ ଦାୟକ ହେବ । ଘରକୁ ବନ୍ଧୁ ଙ୍କ ଆଗମନ ହୋଇ ପାରେ । ପାରିବାରିକ ଜୀବନ ସୁଖମୟ ହେବ ।ବିଦ୍ୟାର୍ଥୀ ମାନେ ପାଠରେ ଅଧିକା ମନ ନିବେଶ କରିବେ ।ମହିଳା ମାନେ କର୍ମ ଚଞ୍ଚଳ ହେବେ ।

କନ୍ୟା - ଚାହୁଁ ନଥିଲେ ମଧ୍ୟ ବାଧ୍ୟ ହୋଇ କିଛି କାର୍ଯ୍ୟ କରିବାକୁ ପଡ଼ିବ । କିଛି ଭଲ ସମ୍ବାଦ ପାଇ ନିଜକୁ ଗର୍ବିତ ଅନୁଭବ କରି ପାରନ୍ତି । ମହିଳା ମାନେ ନୂତନ ଅଳଙ୍କାର କ୍ରୟ କରି ପାରନ୍ତି । ହଠାତ୍ ଖର୍ଚ୍ଚାନ୍ତ ମଧ୍ୟ ହେବାର ଯୋଗ ଅଛି ।

ତୁଳା - ପତ୍ନୀ ଙ୍କ ସହଯୋଗ ମିଳିବ । ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ହେବେ । ଦେହ ରେ ସାମାନ୍ୟ ଯନ୍ତ୍ରଣା ଦେଖା ଦେବ । ଆର୍ଥିକ ସ୍ଥିତି ମଧ୍ୟମ ରହିବ । କୌଣସି ବିଶେଷ କାର୍ଯ୍ୟକ୍ରମ ରେ ଯୋଗଦାନ କରିବେ ।

ବିଛା - ଆଜି ଆପଣଙ୍କର ରାଶିରେ ଘାତ ଚନ୍ଦ୍ର ଯୋଗୁଁ ଶାରୀରିକ ଓ ମାନସିକ ସମସ୍ୟା କିଛି ଦେଖା ଦେବ ।ଯାନବାହାନ ସତର୍କତା ର ସହ ଚଳାନ୍ତୁ। ଆକସ୍ମିକ ଦୁର୍ଘଟଣା ର ସମ୍ଭାବନା ରହିଛି । ପରିବାରରେ ସମସ୍ୟା ଦେଖା ଦେଇ ପାରେ । ଆତ୍ମା ବିଶ୍ୱାସ ବଜାୟ ରଖନ୍ତୁ ।

ଧନୁ - ପତ୍ନୀ ଙ୍କ ଠାରୁ କିଛି ଉପହାର ମିଳି ପାରେ । ଛାତ୍ର ଛାତ୍ରୀ ମାନ ଙ୍କ ପାଇଁ ଦିନଟି ଭଲ ରହିଛି । ନିଜକୁ ଆଜି ଆଶଙ୍କା ଭିତରେ ରଖିବେ । ଖୁସି ହେବାକୁ ଚାହୁଁ ଥିଲେ ବି ହୋଇ ପାରିବେ ନାହିଁ ।

ମକର - ସ୍ବାସ୍ଥ୍ୟ ଅବସ୍ଥାରେ ହାନି ଘଟିପାରେ । ଅନ୍ୟ ମାନଙ୍କ ସମ୍ମୁଖରେ ନକହିବା କଥା କହିଦେଇପାରନ୍ତି । ନିଜ ଆତ୍ମା ଗର୍ବ ନିଜକୁ ଅସୁବିଧା ରେ ପକାଇବା । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁ ଆଡ଼ମ୍ବରେ ଲଘୁକ୍ରିୟା ।

କୁମ୍ଭ - ବ୍ୟସ୍ତ ବିବ୍ରତ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଆଲୋଚନା କରି କାର୍ଯ୍ୟ କଲେ ସଫଳତା ମିଳିବ ।ବାହାର ଜାଗାକୁ ବୁଲିବାକୁ ଯାଇ ପାରନ୍ତି । କିଛି ନୂତନ ଯୋଜନା ପ୍ରସ୍ତୁତ କରିବେ । ବ୍ୟବସାୟୀ ଙ୍କୁ ମଧ୍ୟମ ଫଳ ପ୍ରାପ୍ତ ହେବ ।କର୍ମ ଚଞ୍ଚଳ ରହିବେ ।

ମୀନ - ପରିବାର ରେ କଳହ ଯୋଗ ରହିଛି । ବ୍ୟବସାୟୀ ଙ୍କ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ । ଚାକିରି ରେ ନୂତନ ସୁଯୋଗ କୁ ହାତ ଛଡ଼ା କରିବେ ।ଛାତ୍ର ଛାତ୍ରୀ ମାନେ ଅନ୍ୟ ମନସ୍କ ରହିବାର ଦେଖା ଯିବ । ଅଳ୍ପ ଧନ ପ୍ରାପ୍ତି ଯୋଗ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.