ଜାନୁଆରୀ ୩୦ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 30, 2023 IST

ମେଷ – ନିଜ ବୁଦ୍ଧି ବଳରେ ସର୍ବ କାର୍ଯ୍ୟ ସମ୍ପାଦନ କରିବେ ।ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।ଭ୍ରମଣ ଯୋଗ ରହିଛି। ଦମ୍ପତି ମାନଙ୍କ ପାଇଁ ଦିନଟି ରେ ସାମାନ୍ୟ କଳହ ଯୋଗ ରହିଛି । ବାହାଘର ପାଇଁ ପ୍ରସ୍ତାବ ଆସିପାରେ।

ବୃଷ – ଆର୍ଥିକ ସ୍ଥିତି ଏତେ ମାତ୍ରାରେ ସ୍ୱଚ୍ଛଳ ରହିବ ନାହିଁ । ଅଯଥା ଦ୍ରବ୍ୟ କ୍ରୟ କରି ଠକାମୀ ରେ ପଡ଼ି ପାରନ୍ତି। ସାଧାରଣ ଶାରୀରିକ କ୍ଷୟକ୍ଷତି ଘଟିପାରେ । ପ୍ରେମୀଯୁଗଳ ଙ୍କ ପାଇଁ ଦିନଟି ଦ୍ଵନ୍ଦ ରେ କାଟିବ ।

ମିଥୁନ – ନୂଆ ଲୋକଙ୍କ ସହ ମିଳନ ହେବ । ଅର୍ଥ ପ୍ରାପ୍ତି ର ଯୋଗ ରହିଛି । ପରିବାରରେ ଆପଣଙ୍କ ଅନିଚ୍ଛା ସତ୍ତ୍ୱେ ଆପଣଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ । ଆଳସ୍ୟ ଲାଗି ରହିବ।

କର୍କଟ, – ବାହ୍ୟ ସୂତ୍ର ରୁ ଆର୍ଥିକ ଲାଭ ମିଳି ପାରେ ।ପରିଶ୍ରମ ଅନୁଯାୟୀ ଫଳ ନିଶ୍ଚୟ ପ୍ରାପ୍ତି ହେବ ।ମହିଳା ମାନଙ୍କ ପାଇଁ ଦିନଟି ଭଲ ରହିଛି ।ବୈବାହିକ ଜୀବନ ଖୁସି ରେ ବିତିବ ।

ସିଂହ – ପୁରୁଣା ବନ୍ଧୁ ଙ୍କ ସହ ଭେଟ ହୋଇ ପରେ । ଅଙ୍ଗ ରେ ଆଘାତ ଲାଗିବ ସତର୍କତା ଅବଲମ୍ବନ କରନ୍ତୁ।ଦେହ ମନ ସୁସ୍ଥ ରହିବ ।ଦମ୍ପତିବନଙ୍କ ପାଇଁ ଦିନଟି ଶୁଭାଦୟ ରହିବ ।

କନ୍ୟା – କ୍ଷମତା ର ପ୍ରଦର୍ଶନ କରିବେ । ଜୀବନରେ କିଛି ନୂଆ ମୋଡ଼ ଦେଖା ଯିବ ।ସମ୍ପର୍କୀୟ ଆପଣଙ୍କ ଘରକୁ ଆସିପାରନ୍ତି । ନିବେଶ ରୁ ଲାଭବାନ ହେବେ ମୋଟାମୋଟି ଭାବେ ଦିନଟି ସଂପୂର୍ଣ୍ଣ ଭଲ ରହିଛି ।

ତୁଳା – ସ୍ଵାସ୍ଥ୍ୟଗତ ସମସ୍ୟା ଦେଖଦେଇ ପାରେ ।ବନ୍ଧୁ ମାନଙ୍କ ସହ ଦିନ ଟି ଅତିବାହିତ ହେବ । ପୁଞ୍ଜି ନିବେଶ ପାଇଁ ଦିନ ଟି ଭଲ ରହିଛି ।ଛାତ୍ରଛାତ୍ରୀ ଙ୍କ ପାୟିବଡିନତି ଉତ୍ତମ ରହିଛି ।

ବିଛା – ଆଶା କରିଥିବା ଜିନିଷ ଟି ମିଳି ନ ପାରେ ।କାର୍ଯ୍ୟ କ୍ଷେତ୍ର ରେ ବିଶୃଙ୍ଖଳା ଦେଖା ଦେବ । ଘର ଲୋକଙ୍କ ସହ କିଛି ସମୟ ଅତିବାହିତ କରନ୍ତୁ ।ବ୍ୟବସାୟ ରେ ଲାଭ ଯୋଗ ରହିଛି ।

ଧନୁ – ସମୟରେ ଅତିଥି ଆସି ଘରେ ପହଞ୍ଚିବେ।ପିତାମାତା ଙ୍କ ମନରେ କଷ୍ଟ ଦେବେ। କାର୍ଯ ରେ ସଫଳତା ମିଳିବ । ବୈବାହିକ ଜୀବନ ସୁଖମୟ ହେବ ।

ମକର – ସ୍ବାସ୍ଥ୍ୟ ଭଲ ରହିବ । ଅସମ୍ଭବ ଲାଗୁଥିବା କାର୍ଯ୍ୟ ସଫଳତାର ସହ ପୂର୍ଣ୍ଣ ହେବ । ନୂତନ ଅଳଙ୍କାର କ୍ରୟ କରି ପାରନ୍ତି । ପାରିବାରିକ ଜୀବନ ଏତେ ଭଲ ରହିବ ନାହିଁ ।

କୁମ୍ଭ – ଭଗବତ ଭକ୍ତିରେ ବିଶ୍ୱାସ କରିବେ । ନିଜ କାମରେ ସଫଳତା ଯୋଗୁଁ ସମ୍ମାନିତ ହେବେ । ଜମି କ୍ରୟ କରିପାରନ୍ତି ।କୌଣସି ସାମୁହିକ ଆୟୋଜନ ରେ ଯୋଗ ଦେବେ ।ପାରିବାରିକ ସ୍ତିଥି ମଧ୍ୟମ ରହିବ।

ମୀନ – ଉଧାର ଦିଅନ୍ତୁ ନାହିଁ । ବନ୍ଧୁ ମାନଙ୍କ ସହ ମନ ମାଳିନ୍ୟ ଘଟି ପାରେ । ନୂତନ ଜାଗାକୁ ବୁଲିବାକୁ ଯିବେ। ବିବାଦୀୟ ପରିସ୍ଥିତି ଉପୂଜି ପାରେ । ବୈବାହିକ ଜୀବନ ଜଂଜାଳ ମୟ ହେବ ।

wp:paragraph {"align":"right"}

ସିଦ୍ଧାର୍ଥ ଶେଖର ନାୟକ, ଜ୍ୟୋତିଷ, ଯାଜପୁର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.