ଜାନୁଆରୀ ୨୩ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 23, 2023 IST

ମେଷ: ଆର୍ଥିକ ସ୍ଥିତିରେ ଉନ୍ନତି ଏବଂ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ। ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରଖିବେ ଏବଂ ଧନ ଓ ଆୟ ପ୍ରତି ମନରେ ଅହେତୁକ ଦୁର୍ବଳତା ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ। କର୍ମରେସ ଫଳତା ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମଳିବ ନାହିଁ। ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୧, ଆରାଧନା: ମା’ ଚଣ୍ଡୀ ।

ବୃଷ: ଶ୍ରୀଚନ୍ଦ୍ର ଓ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆମୋଦପ୍ରମୋଦ ଓ ମଉଜ ମଜଲିସରେ ଅଧିକ ଆଗ୍ରହ ରହିବ। ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି ଏବଂ କୌଣସି ଶୁଭକର୍ମରେ ଯୋଗଦେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ପରିଶ୍ରମ ତୁଳନାରେ ଅଧିକ ରହିବ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ ସେମାନେ ଉପକୃତ ହେବେ। ଶୁଭରଙ୍ଗ : ଧଳା, ସଂଖ୍ୟା : ୨, ଆରାଧନା : ମା’ କମଳା।

ମିଥୁନ: ଅପବ୍ୟୟ, ଅପବାଦ, ଅପଶ ଓ ଅପନିନ୍ଦାର ଶିକାର ହେବେ। ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବେ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ। ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଅଥା ଖର୍ଚ୍ଚ ଅଧିକ ହେବ। କର୍ମରେ ବିଫଳତା, କର୍ମ ପ୍ରତି ଅନାଗ୍ରହ ଏବଂ ସମସ୍ତ କର୍ମରେ ସମୟାନୁବର୍ତ୍ତିତାର ଅଭାବ ରହିବ। ଯେଉଁମାନଙ୍କର ପୁନର୍ବସୁ ମିଥୁନ ଓ ଯାହାର ପ୍ରଥମ ନାମାକ୍ଷର କେ, କୋ, ସେମାନେ ସତର୍କ ହେବେ। ଶୁଭରଙ୍ଗ : ସବୁଜ, ସଂଖ୍ୟା : ୧୨, ଆରାଧନା : ଭଗବାନ ବିଷ୍ଣୁ ।

କର୍କଟ: ଘାତବାର ଓ ଏକାଦଶ ଚନ୍ଦ୍ର ଏବଂ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଘାତବାରର ପ୍ରଭାବ ରହିବ ନାହିଁ। ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ ଏବଂ ସମସ୍ତ ଈପସିତ ପଦାର୍ଥ ହାତ ପାଆନ୍ତାରେ ଉପଲବ୍ଧ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ  ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପ୍ରମୋଶନ ମିଳିପାରେ। ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ଉପକୃତ ହେବେ। ଶୁଭରଙ୍ଗ : ଧଳା, ସଂଖ୍ୟା : ୧, ଆରାଧନା : ମା’ ସମଲେଶ୍ୱରୀ।

ସିଂହ: ନୂତନ କର୍ମାରମ୍ଭ କରିବେ କିମ୍ବା ନୂତନ ନିଯୁକ୍ତିର ଖବର ପାଇବେ। କର୍ମରେ ଉନ୍ନତି ଏବଂ ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ ଓ ସମସ୍ତ କଷ୍ଟସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ। ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ସୁଖବର, ସୁସମ୍ବାଦ ମିଳିବ। ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଲାଲ୍‌, ସଂଖ୍ୟା : ୩, ଆରାଧନା : ମା’ ମାଣିକେଶ୍ୱରୀ । 

କନ୍ୟା: ବୁଧବାର ଏବଂ ଶୁକ୍ଳପକ୍ଷର ନବମ ଚନ୍ଦ୍ର ଯୋଗୁ ଯଶ, ସମ୍ମାନ, ସାମାଜିକ ପ୍ରତି । ବୃଦ୍ଧି ପାଇବ । କୌଣସି ଶୁଭକର୍ମର ଆୟୋଜନ କରିବେ କିମ୍ବା କୌଣସି ଶୁଭକର୍ମରେ ୋଗଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କର୍ମରେ ସଫଳତା ଏବଂ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ମିଳିପାରେ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରା କନ୍ୟା ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ମେରୁନ୍‌, ସଂଖ୍ୟା : ୪, ଆରାଧନା : ମା’ ତ୍ରିପୁରସୁନ୍ଦରୀ।

ତୁଳା: ଅଷ୍ଟମ ଚନ୍ଦ୍ର ହେତୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏବଂ ଶାରୀରିକ ପୀଡ଼ା ଭୋଗିବେ । ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାତ୍‌ଧାବନ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ବିଶାଖା ତୁଳା ଓ ଯାହାର ପ୍ରଥମ ନାମାକ୍ଷର ତି, ତୁ, ତେ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା : ୧୨, ଆରାଧନା : ପ୍ରଭୁ ଶ୍ରୀରାମ ।

ବିଛା: ଘାତଚନ୍ଦ୍ର ହେତୁ ସ୍ତ୍ରୀହେତୁକ ଧନକ୍ଷତି, ଅପରିଚିତ ମହିଳାଙ୍କ ଠାରୁ ଅପମାନ କିମ୍ବା ତାଙ୍କ ସହ ବିବାଦ ହୋଇପାରେ । ଦାମ୍ପତ୍ୟ ଜୀବନରେ ଅଶାନ୍ତି କିମ୍ବା ସହଧର୍ମିଣୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ମନ ଅସ୍ଥିର ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବାଧାବିଘ୍ନ ଦେଖାଦେବ । ଯେଉଁମାନଙ୍କର ବିଶାଖା ବିଛା ଓ ଯାହାର ପ୍ରଥମ ନାମାକ୍ଷର ‘ତୋ’ ସେମାନେ ସତର୍କ ହେବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୧୧, ଆରାଧନା : ପ୍ରଭୁ ହନୁମାନ ।

ଧନୁ: ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ରହିବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଲାଲ, ସଂଖ୍ୟା: ୦୭, ଆରାଧନା : ମା’ ତାରା ।

ମକର: ଶୁକ୍ଳପକ୍ଷର ପଞ୍ଚମ ଚନ୍ଦ୍ର ଓ ଘାତ ନକ୍ଷତ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନ ବିଷାଦଗ୍ରସ୍ତ ଓ ·ପଗ୍ରସ୍ତ ରହିବ । ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟିର ବିକାଶ ଘଟିବ ଏବଂ ଆପଣଙ୍କର ବାକ୍‌ ବିଚକ୍ଷଣତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନି । ମକର ସେମାନେ ଉପକୃତ ହେବେ । ଶୁଭରଙ୍ଗ : କଳା, ସଂଖ୍ୟା : ୬, ଆରାଧାନା : ମା’ ଭୈରବୀ ।

କୁମ୍ଭ: ଚତୁର୍ଥ ଚନ୍ଦ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଯାନବାହନ ଆରୋହଣ କାଳରେ ସତର୍କ ହେବେ । ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ପରିବହନ ବ୍ୟବସାୟରେ ଅଧିକ କ୍ଷତି ଏବଂ ବାଣିଜ୍ୟ, ବ୍ୟବସାୟରେ ସ୍ୱଳ୍ପ ଆୟ ହେବ । କର୍ମରେ ବାଧାବିଘ୍ନ ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ ଓ ଯାହାର ପ୍ରଥମ ନାମାକ୍ଷର ‘ସେ’, ‘ସୋ’ ସେମାନେ ସତର୍କ ହେବେ । ଶୁଭରଙ୍ଗ: ମାଟିଆ, ସଂଖ୍ୟା : ୧୧, ଆରାଧନା : ମା’ କାଳୀ ।

ମୀନ: ତୃତୀୟ ଚନ୍ଦ୍ର ଏବଂ ଚନ୍ଦ୍ର, ମଙ୍ଗଳ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଉଚ୍ଚାଭିଳାଷ ପ୍ରକାଶ ପାଇବ । ନୂତନ କର୍ମାରମ୍ଭ, ଭୂମିପୂଜା, ଗୃହ ପ୍ରତି ।, ଗୃହାରମ୍ଭ କରିପାରନ୍ତି କିମ୍ବା କୌଣସି ଶୁଭକର୍ମରେ ଯୋଗଦେଇ ପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା : ୫, ଆରାଧନା: ପ୍ରଭୁ ଶ୍ରୀଗଜନ୍ନାଥ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.