ଜାନୁଆରୀ ୧୭ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 17, 2023 IST

ମେଷ:~ ଦିନ ଗୋଟାଏ ପର୍ଯ୍ୟନ୍ତ ସପ୍ତମ ଚନ୍ଦ୍ର ଯୋଗୁଁ ସେ ସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟ ଓ କର୍ମରେ ଶୁଭଫଳ ମିଳିବ । ଏହାପରେ ଅଷ୍ଟମ ଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା, ପରିବାରରେ ବିବାଦ ଏବଂ ନିଜର ଲୋକମାନେ ଶତ୍ରୁତା କରିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ସ୍ପଳ୍ପ ହେବ ଏବଂ କର୍ମରେ ବାଧାବିଘ୍ନ ଲାଗି ରହିବ  । ଯେଉଁମାନଙ୍କର ଅଶ୍ୱିନୀ ମେଷ ଓ ଯାହାର ପ୍ରଥମ ନାମାକ୍ଷର ଚୁ, ଚେ, ଗୋ, ଲା, ସେମାନେ ସତର୍କ ହେବେ । ଶୁଭ ରଙ୍ଗ - ଲାଲ୍‌, ସଂଖ୍ୟା-୩, ଆରାଧାନ-ପ୍ରଭୁ ସ୍କନ୍ଦ ।

ବୃଷ:~ ଷଷ୍ଠ ଓ ସପ୍ତମ ଚନ୍ଦ୍ର ଉଭୟ ଭୋଗ ହେଉଥିବାର ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ ଏବେ ଅପରିଚିତ ମହିଳାଙ୍କ ଠାରୁ ଧମ ଓ ସାହାଯ୍ୟ, ସହଯୋଗ ମିଳିବ । ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ଏବଂ ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସହକର୍ମୀଙ୍କର ସାହାଯ୍ୟ, ସହାନୁଭୂତି ପ୍ରାପ୍ତ ହେବ । ଯେଉଁମାନଙ୍କର ରୋହିଣୀ ବୃଷ, ସେମାନେ ଉପକୃତ ହେବେ । ଶୁଭରଙ୍ଗ-ନୀଳ, ସଂଖ୍ୟା-୬, ଆରାଧନା- ମା କମଳା ।

ମିଥୁନ:~ ଦିନ ଗୋଟିଏ ପର୍ଯ୍ୟନ୍ତ ପଚମ୍ପ ଚନ୍ଦ୍ର ଯୋଗୁଁ ସେ ସମୟ ପର୍ଯ୍ୟନ୍ତ ମନ ଅସ୍ଥିର ରହିବ ଓ ବିଷାଦଗ୍ରସ୍ତ ରହିବ ଏବଂ ବିଦ୍ୟା,. ବୃଦ୍ଧି, ଜ୍ଞାନ, ଗରିମା ପ୍ରୟୋଗରେ ଅସଫଳ ହେବେ । ଏହାପରେ ଷଷ୍ଠ ଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ଉପକୃତ ହେବେ । ଶୁଭରଙ୍ଗ –ଚକୋଲେଟ୍‌, ସଂଖ୍ୟା-୪, ଆରାଧାନା –ଭଗବାନ ବିଷ୍ଣୁ ।

କର୍କଟ:~ ଦିନ ଗୋଟାଏ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ଯୋଗୁଁ ସେ ସମୟ ପର୍ଯ୍ୟନ୍ତ ସମୟ ପର୍ଯ୍ୟନ୍ତ କର୍ମାରେ ଓ ବ୍ୟବସାୟରେ ମଧ୍ୟମ ଧରଣର ଶୁଭଫଳ ମିଳିବ । ଏହାପରେ ପଞ୍ଚମ ଚନ୍ଦ୍ର ଯୋଗୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗିବ ରହିବ ଏବଂ ମନରେ ହତୋତ୍ସାହ ଭାବ ପ୍ରକାଶ ପାଇବ । ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ କର୍ମୀ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ପୁନର୍ବସୁ କର୍କଟ ଓ ଯାହାର ପ୍ରଥମ ନାମାକ୍ଷର ହା, ହି, ସେମାନେ ସତର୍କ ହେବ । ଶୁଭରଙ୍ଗ- ଲାଲ୍‌, ସଂଖ୍ୟା-୨, ଆରାଧାନ – ମା ଭୁବନେଶ୍ୱରୀ ।

ସିଂହ:~ ତୃତୀୟ ଓ ଚତୁର୍ଥ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଅସମ୍ଭବରକୁ ସମ୍ଭ କରିବାରେ ସମର୍ଥ ହେବେ  । ମୂଲ୍ୟବାନ ଧାତୁ , ଭୂମି ଓ ଯାନବାହାନ କ୍ରୟ କରିବେ ଏବଂ ଧମ, ସମ୍ପଦ ବୃଦ୍ଧ ପାଇବ । ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବେ ଏବଂ ଇପ୍‌ସିତ ପଦାର୍ଥ ହାତପାଆନ୍ତାରେ ଉପଲବ୍ଧ ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବେ ଏବଂ କର୍ମରେ ସଫଳତା, ପ୍ରମୋଶନ ଓ ପଦସ୍ଥ ଅଧିକାରୀଙ୍କ ଶ୍ରଦ୍ଧାଭାଜନ ହେବେ  । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ- ଗୋଲାପୀ, ସଂଖ୍ୟା-୧୧, ଆରାଧନା-ମା ମାଣିକେଶ୍ୱରୀ ।

କନ୍ୟା:~ ଦିନ ଗୋଟାଏ ପର୍ଯ୍ୟନ୍ତ ଦ୍ୱିତୀୟ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟରେ ସ୍ୱଳ୍ପ ଆୟ ଏବଂ କର୍ମରେ କିଛି ବିଘ୍ନ ଦେଖାଦେବ । ଏହାପରେ ତୃତୟୀ ଚନ୍ଦ୍ର ଯୋଗୁ ସ୍ଥିତିରେ ଆକସ୍ମିକ ପରିବର୍ତ୍ତନ ଆସିବ ଏବଂ ବାଣିଜ୍ୟ , ବ୍ୟବସାୟ ଓ ପରିବହନରେ ଆଖିଦୃଶିଆ ବୃଦ୍ଧି ଘଟିବ । କର୍ମରେ ଆଶାଠାରୁ ଅଧିକ ସଫଳତା ଓ ଉନ୍ନତି ପରିଲକ୍ଷିତ ହେବେ । ଯେଉଁମାନଙ୍କ ହସ୍ତା କନ୍ୟା ସେମାନେ ଉପକୃତ ଗେବେ । ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୨, ଆରାଧନା- ମା ଷୋଡଶୀ ।

ତୁଳା:~ ଦିନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ଓ ବ୍ୟବସାୟରେ ଶୁଭଫଳ ପ୍ରାପ୍ତି ହେବ ।  ଏହାପରେ ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଷ୍ପ ହେବ । ଧମକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡିପାରନ୍ତି । କର୍ମରେ ବିଫଳତା ଏବଂ କର୍ମ ପ୍ରତି ଆଳସ୍ୟତା ଭାବ ଦେଖାଦେବ । ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା ଓ ଯାହାରା ପ୍ରଥମ ନାମାକ୍ଷର ରା, ରି, ତି, ତୁ, ତେ, ସେମାନେ ସତର୍କ ହେବ । ଶୁଭରଙ୍ଗ- ଧଳା, ସଂଖ୍ୟା-୨, ଆରାଧନା- ମା ଗାୟତ୍ରୀ ।

ବିଛା:~ ଦ୍ୱାଦଶ ଚନ୍ଦ୍ର ଓ ଶ୍ରୀଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ଓ ପରିବାରରେ ଖର୍ଚ୍ଚ ଭାର କମ୍‌ ରହିବ ଏବଂ ମନରେ ପ୍ରସନ୍ନତା, ସ୍ୱଜନରେ ସୁସଂପର୍କ, ପରିବାରରେ ସୁଖଶାନ୍ତି ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ପରିଶ୍ରମଠାରୁ ଅଧିକ ସଫଳତା ପ୍ରାପ୍ତି ହେବ । ଯେଉଁମାନଙ୍କର ଅନୁରାଧା ଓ ଜ୍ୟୋଷ୍ଠା ବିଛା ସେମାନେ ଉପକୃତ ହେବେ । ଶୁଭରଙ୍ଗ-ହଳଦିଆ, ସଂଖ୍ୟା-୬, ଆରାଧାନ- ମା ବଗଳାମୂଖୀ ।

ଧନୁ:~ ଏକାଦଶ ଓ ଦ୍ୱାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଆୟ ତୁଳନାରେ ବ୍ୟୟ ବହୁତ କମ୍‌ ରହିବ ଏବଂ ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ , ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ବ୍ୟବସାୟର ଶାଖା ବଢାଇବା ପାଇଁ ଉଦ୍ୟମ କରିବେ । କୌଣସି ମାଙ୍ଗଳିକ କର୍ମରେ ଯୋଗଦେବେ ଏବଂ ନୂତନ ଗୃହାରମ୍ଭ କରିବେ । କର୍ମରେ ସଫଳତା ଶୀର୍ଷରେ ରହିବ ଏବଂ ସମସ୍ତଙ୍କ ଶ୍ରଦ୍ଧାଭାଜନ ହେବେ । ଯେଉଁମାନଙ୍କର ପୂର୍ବାଷାଢା ଧନୁ ସେମାନେ ଉପକୃତ ହେବେ । ଶୁଭରଙ୍ଗ –ଲାଲା, ସଂଖ୍ୟା-୭,. ଆରାଧନା ମା ତାରା ।

ମକର:~ ଦଶମ ଓ ଏକାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମୀରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ଘାତବାରର ପ୍ରଭାବ ରହିବ ନାହିଁ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତ ମିଳିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା, ସୁଯୋଗ ହାସଲ କରିବେ । ଯେଉଁମାନଙ୍କର ଶ୍ରବଣା ମକର ସେମାନେ ସୁଫଳ ପାଇବେ । ଶୁଭରଙ୍ଗ-ବାଇଗଣୀ, ସଂଖ୍ୟା-୩ , ଆରାଧନା- ମା ଚଣ୍ଡୀ

କୁମ୍ଭ:~ ଦିନ ଗୋଟାଏ ପର୍ଯ୍ୟନ୍ତ ନବମ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ କର୍ମରେ ଓ ବ୍ୟବସାୟରେ ଅଶୁଭ ଫଳ ମିଳବ । ଏହାପରେ ଶୁଭ ସମୟ ଥିଲେ ମଧ୍ୟ ସଂଧ୍ୟା ୫ଟା ୫୭ ମିନିଟ୍‌ରେ  ଶନି କୁମ୍ଭକୁ ଚଳୁଖିବାରୁ ବିଶେଷ ଶୁଭଫଳ ମିଳିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ପଳ୍ପ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ଯେଉଁମାନଙ୍କ ଧନିଷ୍ଠା ଓ ପୂର୍ବଭାନ୍ଦ୍ର କୁମ୍ଭ ଓ ଯାହାର ପ୍ରଥମ ନାମାକ୍ଷର ଗେ, ଗୁ, ସେ, ସୋ, ସେମାନେ ସତର୍କ ହେବ । ଶୁଭରଙ୍ଗ-କଳା, ସଂଖ୍ୟା-୬, ଆରାଧାନ- ମା ଦୁର୍ଗା ।

ମୀନ:~ ଅଷ୍ଟମ ଓ ନବର ଚନ୍ଦ୍ର ଉଭୟ ଘୋ ହେଉଥିବାରୁ ଧନ, ମାନ, ସମ୍ମାନ, ସବୁଥିରେ ବିପର୍ଯ୍ୟୟ ଆସିବ ଏବଂ ମନ ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ । ବାଣିଜ୍ୟ , ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟବକ୍ତିଙ୍କ ମତାନ୍ତର ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶରରେ ଶିକାର ହେବେ । ଯେଉଁମାନଙ୍କର ପୂର୍ବଭାଦ୍ର ମୀନ ଓ ଯାହାର ପ୍ରଥମ ନାମାକ୍ଷର ଦା, ଦି, ସେମାନେ ସତର୍କ ହେବ । ଶୁଭରଙ୍ଗ-ଗୋଲାପୀ, ସଂଖ୍ୟା-୭, ଆରାଧାନ-ପ୍ରଭୁ ଗଜାନନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.