ଜାନୁଆରୀ ୧୫ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 15, 2023 IST

ମେଷ:~ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟରେ ଟେନ୍‌ସନ କିଛି ମାତ୍ରାରେ କମିଯିବ। ଆଜିର ଯାତ୍ରା ଓ ସନ୍ଧ୍ୟା ଭ୍ରମଣରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଭୁଲବୁଝାମଣା କାରଣରୁ କୌଣସି ଅପରିଚିତଙ୍କ ସହ କଳହ ଲାଗିପାରେ।

ଶୁଭ ରଙ୍ଗ:~ ପିଙ୍କ୍, ଶୁଭ ଅଙ୍କ:~ ୪

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟା ଗ୍ରହଣ କରିବେ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବୃଷ:~ ବ୍ୟବସାୟ କ୍ଷେତ୍ରରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇପାରେ। ସାସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସକାଶେ ଆହତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ। ବନ୍ଧୁମାନଙ୍କ ସହାନୁଭୂତି ଲାଭ କରି ବିବାଦୀୟ ଘଟଣାର ସମାଧାନ କରିବେ। ଆକସ୍ମିକ ଭାବେ ସୁଖଭ୍ରମଣ ଯୋଗ ରହିଛି ।

ଶୁଭ ରଙ୍ଗ:~ ନାରଙ୍ଗୀ, ଶୁଭ ଅଙ୍କ:~ ୭

ଗୃହିଣୀ- ସଦିଚ୍ଛା ଭାବ ରହିବ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

କର୍ମଜୀବ- ସୁସମ୍ବାଦ ପାଇବେ।

ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍।

ମିଥୁନ:~ ରୋଗ,ଋଣ ଓ ଶତ୍ରୁତା ଲାଗି ରହିବା କାରଣରୁ ମନ ଭଲ ରହିବ ନାହିଁ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ମିଥ୍ୟା ଗୁଜବରେ ଆତଙ୍କିତ ହେବା ଠିକ୍ ହେବ ନାହିଁ। ଆହିର ଯାତ୍ରା ଓ ନୂତନ କାର୍ଯ୍ୟାରମ୍ଭ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। କିନ୍ତୁ ଯାହା କଲେ ମଧ୍ୟ ବିନା ଖର୍ଚ୍ଚରେ କାମ ହାସଲ ହୋଇପାରିବ ନାହିଁ। ସ୍ୱାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌-ବେଗର କାରଣ ହୋଇପାରେ।

ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୨

ଗୃହିଣୀ- ପରକୁ ଆପଣାର କରିବେ

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

କର୍କଟ:~ ବିବାଦୀୟ ଘଟଣାର ବିଜୟୀ ହେବେ ଓ ବ୍ୟବସାୟ ତଥା ପରିବହନରେ ସଫଳତା ମିଳିବ। ଆକସ୍ମିକ ଭାବରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଦୀର୍ଘ ଦିନର ସ୍ଥଗିତ କାମକୁ ଆରମ୍ଭ କରିବା ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ସହକର୍ମୀମାନେ ପ୍ରତ୍ୟେକ କ୍ଷେତ୍ରରେ ସହ-ଯୋଗର ହାତ ବଢାଇବେ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଭଲ।

ଶୁଭ ରଙ୍ଗ:~ ମେରୁନ୍‌, ଶୁଭ ଅଙ୍କ:~ ୬

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

କର୍ମଜୀବି- ସହଯୋଗ ମିଳିବ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ।

ଗୃହିଣୀ- ମିତ୍ର ସୁଖ ପାଇବେ ।

ସିଂହ:~ ପ୍ରତ୍ୟେକ କାମ ବିଳମ୍ବରେ ସମ୍ପନ୍ନ ହେଉଥିବାରୁ ଧୈର୍ଯ୍ୟଚ୍ୟୁତି ଘଟିପାରେ। ଯାହା ଓ ଯେପରି ଭାବୁଛନ୍ତି ଶୀଘ୍ର ଆରମ୍ବ କରନ୍ତୁ, ସଫଳତା ନିଶ୍ଚିତ ମିଳିବ। କୌଣସି କ୍ଷେତ୍ରକୁ ନ ଡାକିଲେ ଯାଆନ୍ତୁ ନାହିଁ ଏବଂ ନ ପଚାରିଲେ କିଛି କହିବା ଠିକ୍ ହେବ ନାହିଁ। ଚେଷ୍ଟା କରୁଥିବା କାମ, ଅର୍ଥ ସମ୍ପର୍କ ପ୍ରଭୃତି ପ୍ରତ୍ୟେକ ଦିଗରୁ ଶୁଭଫଳ ପାଇବେ। ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ।

ଶୁଭ ରଙ୍ଗ:~ ବ୍ରାଉନ୍, ଶୁଭ ଅଙ୍କ:~ ୮

ଗୃହିଣୀ- ପରକୁ ଆପଣାର କରିବେ ।

ବ୍ୟବସାୟୀ- ସଫଳତା ମିଳିବ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

ରୋଗୀ- ଅସୁସ୍ଥ ଅନୁଭବ କରିବେ ।

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

କନ୍ୟା:~ ସାମ୍ବାଦିକତା, ପ୍ରଶାସନ, ବାଣିଜ୍ୟ କ୍ଷେତ୍ରରେ ଶୁଭ ଫଳ ପାଇବେ। କୌଣସି ସମସ୍ୟା ଓ ବିବାଦୀୟ ପରିସ୍ଥିତିରେ ମନ ଭୁଲାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରିବେ। ଅନ୍ୟ ପାଇଁ ତ୍ୟାଗ ସ୍ୱୀକାର କଲେ ମଧ୍ୟ ସେମାନେ ତାହାକୁ ଗ୍ରହଣ କରିପାରିବେ ନାହିଁ। ଅସାବଧାନତା କାରଣରୁ ଆଘାତ କିମ୍ବା ଧନହାନିର ସମ୍ଭାବନା ରହିଛି। ଚିନ୍ତା କରିଥିବା କାମଗୁଡିକ ପରିସ୍ଥିତିବଶତଃ ବାସ୍ତବରେ ଓଲଟା ହେବାରୁ ଚିନ୍ତା ପ୍ରକଟ କରିବେ।

ଶୁଭ ରଙ୍ଗ:~  ଧୂସର, ଶୁଭ ଅଙ୍କ:~୫

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଅସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ବିଜୟୀ ହେବେ ।

ଗୃହିଣୀ- ମିତ୍ର ସୁଖ ପାଇବେ ।

ତୁଳା:~ ସ୍ୱାସ୍ଥ୍ୟରେ ସୁଧାର ସାଙ୍ଗକୁ ମାନସିକ ସ୍ଥିରତା ଅକ୍ଷୁର୍ଣ୍ଣ ରହିବ। ବିଦେଶଯାତ୍ରା, ମାଲିମୋକଦ୍ଦମା, ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଖର୍ଚ୍ଚାନ୍ତ ହେଲେ ମଧ୍ୟ ଶେହ କରିପାରିବେନି। ପ୍ରତିଟି କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ, ନତୁବା ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି। ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ।

ଶୁଭ ରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~ ୪

ଗୃହିଣୀ- ପରକୁ ଆପଣାର କରିବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ବିଛା:~ କର୍ମ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ କର୍ମୀ ସଜାନୁଭୂତି ପ୍ରଦର୍ଶନ କରିବେ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଅତୀତ ଘଟଣା ମନରେ ଆଲୋଡନ ସୃଷ୍ଟି କରି ମାନସିକ ସ୍ଥିତିକୁ ଅସ୍ଥିର କରିପାରେ । କାଳେ ସାହାର୍ଯ୍ୟ କରିବାକୁ ବନ୍ଧୁ କହିପାରନ୍ତି, ଏହି କଥା ମନରେ ଚିନ୍ତା କରି ସମ୍ପର୍କୀୟ ପାଖ ମାଡିବେ ନାହିଁ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ, ଯାହାକି କାମକୁ ଆସିବ।

ଶୁଭ ରଙ୍ଗ:~  ଧଳା, ଶୁଭ ଅଙ୍କ:~  ୬

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ।

କର୍ମଜୀବି- ଅର୍ଥ ମିଳିବ।

ବ୍ୟବସାୟୀ- ସଫଳତା ମିଳିବ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ଧନୁ:~ ବିଭିନ୍ନ ସମସ୍ୟା କୁ କେନ୍ଦ୍ର କରି ମାନସିକ ଦ୍ୱନ୍ଦ୍ୱ ବଢିଚାଲିବ। ଘର କଥା ହେଉ କିମ୍ବା କର୍ମକ୍ଷେତ୍ର ସବୁ କାମ ଗୋଳିଆ ରହିବ। ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିବା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ। ପୂର୍ବରୁ ପରିକଳ୍ପିତ ନୁତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ନିର୍ମାଣ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚାପର ସମ୍ମୁଖୀନ ହୋଇପାରେ।

ଶୁଭ ରଙ୍ଗ:~ ନାରଙ୍ଗୀ, ଶୁଭ ଅଙ୍କ:~ ୨

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

କର୍ମଜୀବି- ଜଳଯାତ୍ରା ମନା ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଚାଷୀ- ଶ୍ରମ ସାର୍ଥକ ହେବ ।

ମକର:~ ଆଲୋଚନା ଓ ସମାଲୋଚନା ଭିତରେ ସମାଧାନ ପୂର୍ବକ ପରିବାରରେ ଶାନ୍ତି ଫେରି ଆସିବ। ଆଜିଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କେତେକ କ୍ଷେତ୍ରରେ ହାତ ପାହାନ୍ତାକୁସୁଯୋଗ ଆସିଯିବ କିନ୍ତୁ ଧନିଷ୍ଠା ନିଜ ଦୋଷରୁ ତାହା ହରାଇ ପାରନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସମସ୍ୟା ସୃଷ୍ଟି ହେବା କାରଣରୁ କାମଟି ଅସମ୍ପୂର୍ଣ୍ଣ ରହିଯିବ।

ଶୁଭ ରଙ୍ଗ:~  ଧୂସର, ଶୁଭ ଅଙ୍କ:~  ୯

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।

କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କୁମ୍ଭ:~ ପରିବାରରେ ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ହୋଇପାରେ। କେତେକ କ୍ଷେତ୍ରରେ ସବୁ ଠିକ୍ ଠାକ୍ ଥିବ କିନ୍ତୁ ଶେଷ ସମୟରେ ବିଗିଡି ଯାଇ ପାରେ। ଆଜିର ପ୍ରତ୍ୟେକ କାମ ସମସ୍ୟାବହୁଳ ହୋଇପାରେ। କର୍ମକ୍ଷେତ୍ରରେ ଅସଫଳ ହେବାକୁ ନେଇ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଆଜି ସଭାସମିତି, ସତ୍‌-ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ ।

ଶୁଭ ରଙ୍ଗ:~  ନାରଙ୍ଗୀ, ଶୁଭ ଅଙ୍କ:~  ୪

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

କର୍ମଜୀବି- ସରକାରୀ ସ୍ତରରୁ ଲାଭ ଉଠାଇବେ ।

ଛାତ୍ରଛାତ୍ରୀ- ବାପା ମା ଙ୍କ କଥା ମାନିବେ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଚାଷୀ- ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି ।

ମୀନ:~ ଆବଶ୍ୟକତା ପୂରଣ ଦିଗରେ କେତେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆଜି ଯାହା କରିବେ କିମ୍ବାକହିବେ, ପ୍ରତ୍ୟେକ ଦିଗରୁ ତାହା ଅନୁକୂଳ ସୁଫଳ ପ୍ରଦାନ କରିବ। କିନ୍ତୁ କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟସକାଶେ ଅନୁତାପ କରିବାକୁ ପଡିପାରେ। ଆନୁଷ୍ଠାନିକ କାମରେ ଗୁରୁଦାୟିତ୍ୱ ବହନ କରି ପ୍ରସ୍ତୁତି ପଥେ କର୍ମମୁଖର ରହିପାରନ୍ତି।

ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୮

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ।

ବ୍ୟବସାୟୀ- ଅର୍ଥ ହାନୀ ହେବ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.