AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର: ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜାବନ ବଞ୍ଚାଇବାକୁ ଦୌଡିଲେ ଲୋକେ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

ଜାନୁଆରୀ ୦୮ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

8/01/2023 at 7:07 AM

ମେଷ: ଘାତବାର ଓ କୃଷ୍ଣପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନ ଅସ୍ଥିର ରହିବ ଓ ବିଷାଦଗ୍ରସ୍ତ ରହିବ। ଧନ, ସମ୍ପଦ ପ୍ରାଚୁର୍ଯ୍ୟ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ପରିବହନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମରେ ସଫଳତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ କୃପା ଲାଭ କରିବେ। ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ସେମାନେ ଉପକୃତ ହେବେ।

ବୃଷ: ରବି ପୁଷ୍ୟା ଯୋଗ, ଶନିଙ୍କ ନକ୍ଷତ୍ର ଯୋଗୁ ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷ ପୂର୍ଣ୍ଣ ହେବ ଏବଂ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ। ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି, ଭ୍ରାତୃଭଗ୍ନୀଙ୍କ ସହଯୋଗ, ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ ସେମାନେ ଉପକୃତ ହେବେ।

ମିଥୁନ: କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ, ମୂଲ୍ୟବାନ ପଦାର୍ଥ ନଷ୍ଟ ଏବଂ ଧନ, ସମ୍ପଦକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ। କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତାଭାବ ପ୍ରକାଶ ପାଇବ।

କର୍କଟ: ଶ୍ରୀଚନ୍ଦ୍ର ରବିବାର ହେତୁ ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି ଏବଂ ମନରେ ପ୍ରସନ୍ନତା ଭାବ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ। କର୍ମରେ ସଫଳତା ଏବଂ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧାର ପାତ୍ର ହେବେ। ଆମୋଦପ୍ରମୋଦ ଓ ମଉଜ, ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ଦେହ ମନ ସୁସ୍ଥ ରହିବ। ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ସୁଫଳ ପାଇବେ।

ସିଂହ: କୃଷ୍ଣପକ୍ଷର ଦ୍ୱାଦଶ ଚନ୍ଦ୍ର ଯୋଗୁ ଖର୍ଚ୍ଚ କରିବାରେ ବହୁ ଟାଳଟୁଳ ନୀତି ଅବଲମ୍ବନ କରିବେ। ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ମନରୁ ଆଳସ୍ୟତା ଭାବ ଲୋପ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ବହୁତ କମ୍‌ ରହିବ ଏବଂ ଆୟର କିଛି ଅଂଶ ସଞ୍ଚୟ କରିବେ। କର୍ମରେ ସଫଳତା ଏବଂ ସମସ୍ତ ଅଟକିଥିବା କାମକୁ ସଫଳତାର ସହ ସମ୍ପାଦନ କରିବେ। ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ ସେମାନେ ଉପକୃତ ହେବେ।

କନ୍ୟା: ରବି ପୁଷ୍ୟା ଯୋଗ, ଆଠ ତାରିଖ, ଆଠ ନକ୍ଷତ୍ର ଏବଂ ଏକାଦଶ ଚନ୍ଦ୍ର ଯୋଗୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ସମସ୍ତ ଈପସିତ ପଦାର୍ଥ ହାତପାଆନ୍ତାରେ ଉପଲବ୍ଧ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ସୁବିଧା ସୁୋଗ ହାସଲ କରିବେ। ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରା କନ୍ୟା ସେମାନେ ଉପକୃତ ହେବେ। 

ତୁଳା: ଦଶମ ଚନ୍ଦ୍ର, ରବିପୁଷ୍ୟା ଯୋଗ ଯୋଗୁ ମନରେ ସତ୍‌ଚିନ୍ତା, ସତ୍‌ଭାବନା ପ୍ରକାଶ ପାଇବ ଏବଂ ସତ୍‌କର୍ମ ପ୍ରତି ଅଧିକ ଆଗ୍ରହ ରହିବ । କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଏବଂ ସେଥିରେ ସଫଳତା ପାଇବା ଲାଗି ନିଜକୁ ପ୍ରସ୍ତୁତ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା ଏବଂ ପରିବାରରେ ସୁଖଶାନ୍ତି ଅତୁଟ ରହିବ। ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା ସେମାନେ ସୁଫଳ ପାଇବେ।

ବିଛା: କୃଷ୍ଣପକ୍ଷର ନବମ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତୃତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ। ମନ ବିଷାଦଗ୍ରସ୍ତ ଓ ପଗ୍ରସ୍ତ ରହିବ ଏବଂ ପରିବାରରେ ମନୋମାଳିନ୍ୟ ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା  ଲାଗି ରହିବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । କର୍ମରେ ବିଫଳତା ଏବଂ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ଅନୁରାଧା ବିଛା ଓ ଯାହାର ପ୍ରଥମ ନାମାକ୍ଷର ନା, ନି, ନୁ, ନେ ସେମାନେ ସତର୍କ ହେବେ ।

ଧନୁ: ଅଷ୍ଟମ ଚନ୍ଦ୍ର, ଶନିଙ୍କ ନକ୍ଷତ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ ଆର୍ଥିକ କାରବାର ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ମନରେ ଅସ୍ଥିରତା, ପରିବାରରେ ବିବାଦ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା, ବାଧାବିଘ୍ନ ଓ କର୍ମ ପ୍ରତି ଆଳସ୍ୟତା ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ଓ ଯାହାର ପ୍ରଥମ ନାମାକ୍ଷର  ଭୁ, ଧା, ଫା ସେମାନେ ସତର୍କ ହେବେ ।

ମକର: ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ । ଅପରିଚିତ ମହିଳାଙ୍କଠାରୁ ସାହ୍ୟା, ସହୋଗ ମିଳିବ ଏବଂ ପରିବାର ଓ ପରିବାରର ସଦସ୍ୟଙ୍କ ପ୍ରତି ଅଧିକ ଆନ୍ତରିକତା ରହିବ । ଆମୋଦପ୍ରମୋଦ, ମଉଜ ମଜଲିସ୍‌ରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ ମହିଳା ସହକର୍ମୀଙ୍କ ସାହ୍ୟା, ସହୋଗ ପ୍ରାପ୍ତ କରିବେ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନି । ମକର ସେମାନେ ଉପକୃତ ହେବେ ।

କୁମ୍ଭ: ରବି ପୁଷ୍ୟା ଯୋଗ, ଶନିଙ୍କ ନକ୍ଷତ୍ର ଓ ଷ  ଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଶରୀର ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ ଏବଂ ଯଶ, ସମ୍ମାନ ବୃଦ୍ଧି ପାଇବ । କର୍ମରେ ସଫଳତା ଶୀର୍ଷରେ ରହିବ ଏବଂ ସମସ୍ତ କର୍ମ ଆପଣଙ୍କ ଆୟତ୍ତରେ ରହିବ । ଯେଉଁମାନଙ୍କର ଧନି । ଓ ପୂର୍ବଭାଦ୍ର କୁମ୍ଭ ସେମାନେ ଉପକୃତ ହେବେ ।

ମୀନ: କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର, ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟିର ଅସଫଳ ପ୍ରୟୋଗ କରିବେ ଏବଂ ମାନ, ସମ୍ମାନ ହାନି ହେବ । ପୈତୃକ ସମ୍ପତ୍ତିକୁ ନେଇ ବିବାଦ କିମ୍ବା ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ ଓ ଯାହାର ପ୍ରଥମ ନାମାକ୍ଷର ଦୁ, ଧ, ଟ ସେମାନେ ସତର୍କ ହେବେ।

   Related Posts