ଜାନୁଆରୀ ୦୪ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 04, 2023 IST

ମେଷ:~ ମାନସିକ ଅସ୍ଥିରତା ସାଙ୍ଗକୁ ବିକ୍ଷିପ୍ତ ଚିନ୍ତାଧାରା ସୃଷ୍ଟି କରିବ । ପରିଣାମ ସ୍ୱରୂପ ସ୍ୱାସ୍ଥ୍ୟ, ପରିବାର, ଯାନବାହନ, ଜମିଜମା ଓ କଳହ ପ୍ରତି ସତର୍କ ରହିବା ଭଲ । ଚାକିରି କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ନିରବ ଚିନ୍ତକ ହୋଇପାରନ୍ତି । ପିଲାମାନେ ଆଧ୍ୟୟନରତ ହେବାର ସୂଚନା ମିଳୁଛି । ଦିନଟି ମଧ୍ୟମ ଧରଣର ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିବ।

ଶୁଭ ରଙ୍ଗ:~ କ୍ରୀମ, ଶୁଭ ଅଙ୍କ:~ ୫

ଗୃହିଣୀ- ସ୍ୱାଭିମାନୀ ହେବେ ।

ବ୍ୟବସାୟୀ- ଧର୍ଯ୍ୟ ହରା ହୋଇପାରନ୍ତି ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ଅଳସୁଆ ପ୍ରବୃତ୍ତି ହେବେ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।

ବୃଷ:~ କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇବେ, ଯାହାକି ସମସ୍ୟା ବହୁଳ ହୋଇପାରେ। ଅର୍ଥ ଉପାର୍ଜନ ଅତ୍ୟଧିକ ହେବ । ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ଅଛି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ପାଇଁ କଳହ ସୃଷ୍ଟି ହୋଇପାରେ । ଅଧିକ ପରିଶ୍ରମ କଲେ ମଧ୍ୟ ତାର ଫଳ ପାଇବେ ନାହିଁ । ନ୍ୟାୟବାନ୍ ଓ ନିିରପେକ୍ଷ ହେବେ ।

ଶୁଭ ରଙ୍ଗ:~ ଗାଢ ନୀଳ, ଶୁଭ ଅଙ୍କ:~ ୩

ଚାଷୀ- କାର୍ଯ୍ୟ ମନ୍ଥର ହେବ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମିଥୁନ:~ ମନ ଅନୁଯାୟୀ କାମ ନ ହେବା ଯୋଗୁ ବ୍ୟଥିତ ହେବାକୁ ପଡିପାରେ। ବନ୍ଧୁ ଆପଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କାମ ହାସଲ କରିବେ । ପରିକଳ୍ପନା ଅନୁଯାୟୀ କାର୍ଯ୍ୟ କରିପାରନ୍ତି । କାର୍ଯ୍ୟାଳୟରେ ସମ୍ମାନିତ ହେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୁଳ ରହିଛି । ଭଗବତ୍ ଚିନ୍ତକ ହେବେ । ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି ।

ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~ ୧

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ବ୍ୟବସାୟୀ- ପ୍ରଚୁର ଲାଭ ହେବ ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।

ରୋଗୀ- ଚକ୍ଷୁ ପୀଡା ହେବ ।

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

କର୍କଟ:~ ବ୍ୟବସାୟ ଓ ପରିବହନ ରେ ପ୍ରତିଦ୍ୱନ୍ଦିତା ବଢିପାରେ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କୌଣସି କାରଣରୁ ଭୟାତୁର ହୋଇପାରନ୍ତି । ବିଷାଦଗ୍ରସ୍ତ ହୋଇପାରନ୍ତି, ମାତ୍ର ନୀତିନିଷ୍ଠ ହେବେ । ଯାନ-ବାହନ ସୁଖ ମିଳିପାରେ । ବିଶାରଦ ହେବା ଆଶା କରାଯାଏ ।

ଶୁଭ ରଙ୍ଗ ବାଦାମୀ, ଶୁଭ ଅଙ୍କ ୭

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ସିଂହ:~ ଆଜି ଆର୍ଥିକ ସମସ୍ୟାର ସମାଧାବ ସହ ଯାହା ଚାହୁଁଛନ୍ତି ତାହା ପାଇବାରେ ମନ୍ତବ୍ୟକୁ କେନ୍ଦ୍ର କରି ପରିବାର ଭିତରେ ଝଡ ଉଠିପାରେ । ପରିସ୍ଥିତି ଉତ୍ସାହଜନକ ହେବ । ଆଶ୍ୱସ୍ତି ମିଳିବ । ଆୟ ଉତ୍ତମ ଧରଣର ହେବ । ସରକାରୀ ବା ବନ୍ଧୁତ୍ୱର ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ କଟୁତା ଆସିପାରେ, ଶାନ୍ତି ସହ କଥାବାର୍ତ୍ତା ହେଲେ ସମାଧାନ ମିଳିଯିବ ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୫

ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ବ୍ୟବସାୟୀ- ବାହାରେ ବ୍ୟବସାୟ କରିବା କଷ୍ଟ ହେବ ।

କର୍ମଜୀବି- କରତ୍‌କର୍ମା ହେବେ ।

ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।

ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

କନ୍ୟା:~ ବନ୍ଧୁଙ୍କ ସହ ପୂର୍ବରୁ ଥିବା ମନୋମାଳିନ୍ୟ ଦୂରେଇବା ପାଇଁ ପ୍ରଯତ୍ନ କରିବେ। ନିଜର ଅଧିକାର ପ୍ରତି ସଚେତନ ହେବେ। ବ୍ୟୟ ବୃଦ୍ଧି ଘଟିପାରେ। ବିବାଦରେ ଭାଗ ନ ନେଇ ନିରବ ହେବା ବୁଦ୍ଧିମତାର କାର୍ଯ୍ୟ । ନିଜ ଲୋକ ଦୂରେଇ ଯାଇଥିଲେ, ଫେରି ପାଇବେ। ମଧୁର ବଚନରେ ପରକୁ ଆପଣାର କରିବେ ।

ଶୁଭ ରଙ୍ଗ:~ ସବୁଜ,ଶୁଭ ଅଙ୍କ:~ ୧

ଚାଷୀ- ଅଧିକା ବର୍ଷା ହେତୁ , ହତାସ ହୋଇପାରନ୍ତି ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଛାତ୍ରଛାତ୍ରୀ- ସ୍ମରଣ ଶକ୍ତି ପାଇଁ ବୁଧକାରକ ଚେର ବ୍ୟବହାର କରନ୍ତୁ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ତୁଳା:~ ଚର୍ମକ୍ଷେତ୍ରରେ ମଧ୍ୟାହ୍ନ ରେ ସହକର୍ମୀ କିମ୍ବା ବନ୍ଧୁମାନଙ୍କ ଠାରୁ ଖୁସି ଖବର ପାଇବେ । ଦୃଢ ମନୋବଳ ଓ କାର୍ଯ୍ୟଦକ୍ଷତା କର୍ମକ୍ଷେତ୍ରରେ ଲୋକପ୍ରିୟତା ସୃଷ୍ଟି କରିବ । ପିଲାମାନଙ୍କ ସ୍ମରଣ ଶକ୍ତି ବୃଦ୍ଧି ହେବ । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଜ୍ଞାନ ଆହରଣ ପାଇଁ ଆଗ୍ରହୀ ହେବେ । ଶୁଭ ଖବର ପାଇ ଖୁସି କୋଇପାରନ୍ତି । କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୨

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- କମନୀୟ ଶରୀର ଯୁକ୍ତ ହେବେ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

ବିଛା:~ ଅଭାବ ନ ଥିଲେ ମଧ୍ୟ କୌଣସି କାମ ସକାଶେ ଆକସ୍ମିକ ଅର୍ଥ ଅଭାବରୁ କାମଟି ସମ୍ପୂର୍ଣ୍ଣ ହେବ ନାହିଁ । ଭ୍ରାତୃ ବିବାଦର ଅବସାନ ଘଟିବ । ଆୟ ବୃଦ୍ଧି ହେବାର ସୂଚନା ମିଳୁଛି । ସୁ-ସମ୍ବାଦ ପାଇଁ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନିକ ହେବେ ଓ ପ୍ରମୋସନ୍‌ବି ହୋଇପାରେ। ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ଅଛି ।

ଶୁଭ ରଙ୍ଗ:~ ବାଦାମୀ, ଶୁଭ ଅଙ୍କ:~ ୪

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ- ଅସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ଧନୁ:~ ବନ୍ଧୁମିଳନ ସହ ମିଷ୍ଟାନ୍ନ ଲାଭ ଓ ବନ୍ଧୁ ଗୃହକୁ ଯାତ୍ରା ଯୋଗ ରହିଛି । ପାରିପାଶ୍ୱିର୍କ କ୍ଷେତ୍ରରୁ ସାହାର୍ଯ୍ୟ ଓ ସହ-ଯୋଗ ନ ଥିଲେ ମଧ୍ୟ ପରିସ୍ଥିତି ସମ୍ଭାଳି ନେବେ । ଧର୍ମ ଭାବନା ଶାନ୍ତି ଦାୟକ ହେବ। ଲୋକ ସଂପର୍କ ବୃଦ୍ଧି କଲେ ରାଜନୀତିରେ ସାହାୟକ ହୋଇପାରେ । କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କ୍ଷମତା ଅଭିବୃଦ୍ଧି ଘଟାଇ ତାର ସଦ୍‌ ବ୍ୟବହାର ଘଟାଇପାରନ୍ତି ।

ଶୁଭ ରଙ୍ଗ:~ ଗାଢ ନୀଳ, ଶୁଭ ଅଙ୍କ:~ ୧

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।

ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।

ମକର:~ ଦୃଢ ମନୋବଳ ହେତୁ ସମସ୍ୟାର ସମାଧାନ କରିବାର ଧୈର୍ଯ୍ୟ ଓ ସାହସ ଅକ୍ଷୁର୍ଣ୍ଣ ରହିବ। ପାରିବାରିକ ଅସ୍ଥିରତା ଓ କର୍ମକ୍ଷେତ୍ରର ଶିଥିଳତା ମଧ୍ୟ ହେି ଦିଗରେ ପ୍ରତିବନ୍ଧକ ସାଜିବ। ସତର୍କ ନ ରହିଲେ ବିପଦରେ ପଡିପାରନ୍ତି । ମନରେ ଉଦ୍‌ବେଗ ଜାତ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ବ୍ୟବସାୟ ଲାଭଜନକ ହୋଇପାରେ। ବିବାଦରେ ବିଜୟୀ ହେବେ ।

ଶୁଭ ରଙ୍ଗ:~ ଆକାଶୀ, ଶୁଭ ଅଙ୍କ:~ ୭

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

କୁମ୍ଭ:~ ଖର୍ଚ୍ଚ ବୃଦ୍ଧିପାଇବା କାରଣରୁ ମନ ଦୁଃଖ ହୋଇପାରେ । ଜମିଜମା, ଯାନବାହନ, ପ୍ରେସ୍‌ ଆଦି କାମରେ ସଫଳତା ପାଇବେ । ସୁସ୍ଥ ଓ ନିରାମୟ ରହିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ର ସଫଳ ଓ ଉତ୍ସାହଜନକ ହେବ । ଶୁଭ କାର୍ଯ୍ୟସ କରଣୀୟ ହେବେ ଓ ଆନନ୍ଦ ଉପଭୋଗ କରିପାରନ୍ତି ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୮

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଚାଷୀ- କ୍ଳାନ୍ତି ଅନୁଭବ କରିବେ ।

ମୀନ:~ କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇ ହଡବଡେଇ ଯାଇପାରନ୍ତି। ପ୍ରିୟ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ବିରସ ମନରେ ରହିବାକୁ ବାଧ୍ୟ ହେବେ। ବିଭିନ୍ନ ସ୍ତରରୁ ସହଯୋଗ ପାଇ ଶତ୍ରୁ ଦମନଲ କରିବାରେ ସିଦ୍ଧହସ୍ତ ହେବେ। ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୁଳ ସାବ୍ୟସ୍ତ ହୋଇଛି।

ଶୁଭ ରଙ୍ଗ:~ ନାଲି, ଶୁଭ ଅଙ୍କ:~ ୬

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ମିତ୍ର ସୁଖ ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.