୨ ମାର୍ଚ୍ଚ ଶନିବାର, ଆଜିର ଦିନ କେଉଁ ରାଶି ପାଇଁ କେମିତି ରହିବ ଜାଣନ୍ତୁ

Published By : Prameya-News7 Bureau | March 02, 2019 IST

ମେଷ – ରାଜନୈତିକ ଅସ୍ଥିରତା ଲାଗି ରହିବ । ବନ୍ଧୁ ବିଚ୍ଛେଦର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବର ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ ।


ବୃଷ – ଆମୋଦ-ପ୍ରମୋଦ ପ୍ରତି ଆକର୍ଷିତ ହେବେ । ଆଶ୍ୱସନା ମିଳିପାରେ । ବଦଖର୍ଚ୍ଚୀ ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବେ । ସୁସ୍ଥ ରହିବେ ।


ମିଥୁନ - ଯଶ ଉପରେ ଯଶ ଅର୍ଜନ କରିପାରନ୍ତି । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭ ସୂଚନା ମିଳୁଛି । ଲଟେରି ଅର୍ଥ ମିଳିପାରେ ।


କର୍କଟ- ଭିନ୍ନ ଭିନ୍ନ ସ୍ତରରୁ ଅର୍ଥ ସଂଗ୍ରହ କରିପାରନ୍ତି । କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି । ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । କୃଷିରୁ ଲାଭବାନ୍ ହେବେ ।


ସିଂହ – ନିଜ ଅଭାବ ମେଣ୍ଟାଇବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ବ୍ୟକ୍ତିଭାବେ ନିଜର ପରିଚୟ ଦେବେ । ମିଷ୍ଟଭାଷୀ ହେବେ । ଥଣ୍ଡା କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି ।


କନ୍ୟା – ଧନ ସଞ୍ଚୟ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଚୁପ୍ ହୋଇ ବସି ରହିଲେ ବିଭିନ୍ନ ସ୍ତରରୁ ଧନାଗମ ହେବ । ଭାଗ୍ୟଶାଳୀ ହେବେ । ସୁଖ ଭୋଗ କରିବେ ।


ତୁଳା – ସ୍ୱାଧୀନଚେତା ଭାବେ କାର୍ଯ୍ୟ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ । ରଣକ୍ଷେତ୍ରରେ ଯବାନମାନେ ଅଧିକ ଉତ୍ସାହିତ ହେବେ ।


ବିଛା – ଶତ୍ରୁ କବଳରୁ ରକ୍ଷା ପାଇ ଯିବେ । ଆଦର ସମ୍ମାନ ମିଳିବ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳା ସ୍ୱଭାବର ହେବେ । ମଧୁରଭାଷୀ ହେବେ ।


ଧନୁ – ରୋଜଗାର ଆଶାନୁରୂପ ହେବ । ସୁଖୀ ହେବେ । ଆୟ ହେବ, ମାତ୍ର ଅଧିକ ନୁହେଁ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ ।


ମକର – ଅଧିକ ଶ୍ରମ ସ୍ୱୀକାର କଲେ ମଧ୍ୟ ତା’ର ମୂଲ୍ୟ ମିଳିବ । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।


କୁମ୍ଭ - ପ୍ରଗତି ପାଇଁ ଅର୍ଥ ବିନିଯୋଗ କରିବେ । ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଭାଗ୍ୟଶାଳୀ ହେବେ । ଦିନଟି ଆନନ୍ଦ ଉତ୍ସବ ଓ ଭୋଗ ବିଳାସରେ ବିତାଇ ପାରନ୍ତି ।


ମୀନ - ମନ ପ୍ରଫୁଲ୍ଲ ରହିବ । ଉଦାର ଭାବ ପ୍ରଦର୍ଶନ କରିପାରନ୍ତି । ଈର୍ଷା ପରିତ୍ୟାଗ କଲେ ଜନାଦୃତ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟରେ ଲାଭଜନକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.