ଡିସେମ୍ବର ୨୬ ତାରିଖ, ସୋମବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 26, 2022 IST

ମେଷ – ଅଧିକାଂଶ ସମୟରେ ଭୁଲ୍ ବୁଝାମଣା ହେତୁ ଟିକିଏ କଥାରେ କଳହ ଲାଗିପାରେ । ଟଙ୍କା ପଇସା ସମ୍ପର୍କିତ ଝମେଲାର ସମ୍ମୁଖୀନ ହେବା ସମ୍ଭାବନା ରହିଛି । ସାଧାରଣ ଘଟଣାରେ ଝଗଡା ଲାଗିଥିବା ଗତକାଲି ର ଘଟଣାବଳୀ ମନକୁ ବିବ୍ରତ କରିପାରେ । ଆଲୋଚନା ପରିସରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ଆଜିର କର୍ମକ୍ଷେତ୍ରରେ ସାମାନ୍ୟ ଭୁଲ୍ ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

 ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

 ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

 କର୍ମଜୀବି- ଅର୍ଥ ହାନୀ ହେବ ।

 ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

 ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ବୃଷ – କର୍ମକ୍ଷେତ୍ରରେ ସହମତିରେ କାମ କଲେ ସଫଳତା ପାଇପାରନ୍ତି । ପରିବହନ, ବ୍ୟବସାୟ, ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ଉନ୍ନତି ମାନର ଫଳ ମିଳିବ । ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପ୍ରାପ୍ତ ହୋଇପାରେ । ପାରିବାରିକ କ୍ଷେତ୍ରରେ ଷଳ ଲୋକ କଳହକୁ ବଢାଇଦେଇ ପାରନ୍ତି। ପାରିବାରିକ ସ୍ତରରେ କିଛି ନ କରି ବୃଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ଆତ୍ମୀୟ ଓ ମିତ୍ରମାନଙ୍କ ସାହାର୍ଯ୍ୟ ସହ-ଯୋଗ ନେଇ କାର୍ଯ୍ୟ ହାସଲ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

 ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

 ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

 ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

 କର୍ମଜୀବି- ସମ୍ମାନିତ ହେବେ ।

 ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

 ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମିଥୁନ - ବିଭିନ୍ନ କ୍ଷେତ୍ରରୁ ଅର୍ଥ ପାଇବେ ସତ କିନ୍ତୁ ମାନସିକ ଶାନ୍ତି ହରାଇବେ । କେତେକ କ୍ଷେତ୍ରରେ ଠିକ୍ ନିଷ୍ପତ୍ତି ଆପଣ ନେଇ ପାରିବେ ନାହିଁ । ଆଜି ଯାହା କଲେ ସଫଳତା ନିଶ୍ଚ୍ଖଚ୍ଛ ପାଇବେ, କିନ୍ତୁ ଶନିଙ୍କ ପ୍ରଭାବରୁ ବିଳମ୍ବ ହେବେ । ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସମସ୍ୟାର କାରଣ ହୋଇପଡିବ। ବିଶ୍ରାମହୀନ କାମ ଓ ବିଶେଷ ଭ୍ରମଣ କାରଣରୁ ଆକସ୍ମିକ ସ୍ୱାସ୍ଥ୍ୟହାନିର ଆଶଙ୍କା ରହିଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

 ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

 ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

 ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

 କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

 ବ୍ୟବସାୟୀ- ସଫଳତା ମିଳିବ ।

 ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ – ପରିବାର ଲୋକମାନଙ୍କ ଯୁକ୍ତି କୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଦୁରଯାତ୍ରା ଓ ବନ୍ଧୁ ମିଳନରୁ ଅନନ୍ଦ ଅନୁଭବ କରିବେ । ଦୀର୍ଘ ଦିନର ଆଶା ଫଳବତୀ ହେବ କିନ୍ତୁ ଏଥି ସକାଶେ ଆପଣଙ୍କୁ କିଛି ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ଆତ୍ମୀୟଙ୍କ ଅସଂଯତ କାର୍ଯ୍ୟକଳାପ ପାଇଁ ସମାଲୋଚିତ ହେବେ । ପରିବାରର ବିଭିନ୍ନ ଅସୁବିଧା ବିଷୟ ଚିନ୍ତା କରି ମନରେ ଅସ୍ଥିରତା ଲାଗି ରହିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

 ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

 ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

 କର୍ମଜୀବି- ପ୍ରଶଂସିତ ହେବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

 ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ସିଂହ – ବନ୍ଧୁଙ୍କ ଆଚରଣରେ ସନ୍ଦେହ ସୃଷ୍ଟି ହେବାର ବହୁତ ସମ୍ଭାବନା ରହିଛି । ବ୍ୟବସାୟ, ପରିବହନ ଓ ବାଣିଜ୍ୟ ରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟଦକ୍ଷତା ହେତୁ ପଡୋଶୀମାନେ ସହ-ଯୋଗର ହାତ ବଢାଇବେ । ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ମତଭେଦ ଦେଖା ଦେଇପାରେ । । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

 ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

 ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

 କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

 ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

 ଗୃହିଣୀ- ଧାର୍ମିକ ହେବେ ।

କନ୍ୟା – କର୍ମାଧିପ ସ୍ୱଭାବରୁ ପରିବେଶରେ କିଛି ଗଡବଡ ସୃଷ୍ଟି ଆଶଙ୍କା ରହିଛି । ବହୁତ ଦିନର ସୁଚିନ୍ତିତ ଯୋଜନାକୁ ବାସ୍ତବ ରୂପ ଦେବା ଦିଗରେ ଚେଷ୍ଟା କରି ସଫଳ ହେବେ । ପୂର୍ବାଷାଢା ନକ୍ଷତ୍ର ର ନିର୍ମାଣ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ବାଧା ପ୍ରାପ୍ତ ହେବ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାମ ହାସଲ କରିବାରେ ସଫଳ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

 ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

 ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

 ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

 କର୍ମଜୀବି- ଅର୍ଥ ହାନୀ ହେବ ।

 ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

 ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ତୁଳା – ଯେଉଁଥି ପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ବିଳମ୍ବରେ ପାଇଯିବେ । ପାରିବାରିକ କ୍ଷେତ୍ରରେ ସାମସ୍ୟା ଲାଗି ରହିଲେ ମଧ୍ୟ ଚେଷ୍ଟା ରୁ ବିରତ ହେବେ ନାହିଁ । ଈର୍ଷାପରାୟଣ ହୋଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ସହକର୍ମୀଙ୍କ ସହ ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ଠିକ୍ ଠିକ୍ ହୋଇଯିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

 ଚାଷୀ- ଜଳ ସଞ୍ଚୟ କରନ୍ତୁ ।

 ରୋଗୀ- ଚକ୍ଷୁ ପୀଡା ହେବ ।

 ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

 କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

 ବ୍ୟବସାୟୀ- ପ୍ରଚୁର ଲାଭ ହେବ ।

 ଗୃହିଣୀ- ପରକୁ ଆପଣାର କରିବେ ।

ବିଛା – କର୍ମକ୍ଷେତ୍ରରେ ବାଧା ଉପୁଜିବ ତଥାପି ବ୍ୟସ୍ତ ହୁଅନ୍ତୁ ନାହିଁ, କାମ ଅଟକିବ ନାହିଁ । ବନ୍ଧୁଗହଣରେ ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧୀନ କରିପାରିଲେ ସଫଳତା ମିଳିବ । ଶୁଭ ରଙ୍ଗ  ନାରଙ୍ଗୀ । ଶୁଭ ଅଙ୍କ ୮ ।

 ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

 ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

 ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

 କର୍ମଜୀବି- ଅର୍ଥ ହାନୀ ହେବ ।

 ବ୍ୟବସାୟୀ- ଅର୍ଥ ହାନୀ ହେବ ।

 ଗୃହିଣୀ- ସୁଖଭାରା ଦିନଟି ।

ଧନୁ – ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହି ନ ପାରେ । ଦୀର୍ଘ ଦିନର ଚେଷ୍ଟା ପରେ ଋଣ ସୂତ୍ରରେ ଆଜି ହିଁ ଅର୍ଥଲାଭ କରିବେ । କର୍ମକ୍ଷେତ୍ରରେ ସହମତିରେ କାମ କଲେ ସଫଳତା ପାଇପାରନ୍ତି । ଅଧିକାଂଶ ସମୟ ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ପୂର୍ବାଲୋଚନା ଅନୁଯାୟୀ ନୂତନ ସ୍ଥାନ ଭ୍ରମଣ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

 ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

 ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

 ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

 କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

 ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।

 ଗୃହିଣୀ- ମିତ୍ର ସୁଖ ପାଇବେ ।

ମକର – ପ୍ରତିଦ୍ୱନ୍ଦ୍ୱୀଙ୍କ କାର୍ଯ୍ୟକଳାପ, ଶିଳ୍ପ, ବାଣିଜ୍ୟ ରେ ପ୍ରତିବନ୍ଧକ ଓ ଯାତ୍ରାରେ ଦୁଶ୍ଚିନ୍ତା ବଢିପାରେ । ରୋଗ,ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ । ନିଜ ଲୋକ ମାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଭାବରେ ପରିବର୍ତ୍ତନ ଯୋଗୁ ବିଚଳିତ ହେବେ । ବନ୍ଧୁଙ୍କ ସହାୟତାରେ ଆର୍ଥିକ ଅନଟନଜନିତ ମନସ୍ତାପ ଦୂରୀଭୂତ ହୋଇଯିବ । ଅଫିସରେ ଏକାଧିକ କାମ ହାତକୁ ନେଇ ବିବ୍ରତତା ବୃଦ୍ଧି ପାଇବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

 ଚାଷୀ- ଉତ୍ତମ ଫଳ ପାଇବେ ।

 ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

 ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

 କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

 ଗୃହିଣୀ- ସଦିଚ୍ଛା ଭାବ ରହିବ ।

କୁମ୍ଭ  - କଠୋର ପରିଶ୍ରମ କିମ୍ବା ବିଶେଷ ଭ୍ରମଣଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବନ୍ଧୁମାନଙ୍କ ପରାମର୍ଶରେ ସତ୍ ସଙ୍ଗ ସାଙ୍ଗ କୁ ଧର୍ମର୍ଚ୍ଚା ପ୍ରତି ମନବଳିପାରେ । ନୂତନ ଯୋଜନା କ୍ଷେତ୍ରରେ ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

 ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

 ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

 ଇକର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।

 ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

 ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ମୀନ - କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ସରକାରୀ ସ୍ତରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି । ପ୍ରତିକୂଳ ସମୟ ଦେଇ ଗତି କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଘଟଣାଗୁଡିକୁ ଅସ୍ୱାଭାବିକ ମନେ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

 ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

 ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

 ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

 କର୍ମଜୀବି- ଅର୍ଥ ହାନୀ ହେବ ।

 ବ୍ୟବସାୟୀ- ଅର୍ଥ ହାନୀ ହେବ ।

 ଗୃହିଣୀ- ସ୍ୱାଭିମାନୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.