ଡିସେମ୍ବର ୨୦ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 20, 2022 IST

ମେଷ:~ ଆଜି ଦୂରାଗତ ବନ୍ଧୁଙ୍କର କେତେକ ସମସ୍ୟା ସମାଧାନ ପାଇଁ ନିଜକୁ କିଛିକରିବାକୁ ପଡ଼ିପାରେ। ଈର୍ଷାପରାୟଣ ବ୍ୟକ୍ତିମାନେ ପରିସ୍ଥିତିକୁ ଭିନ୍ନ ରୂପ ଦେଇସମସ୍ୟା ବଢାଇବେ। ମନରେ ଉଦ୍‌ବେଗ ଜାତ ହୋଇପାରେ। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓନିରାମୟ ଜୀବନ ଯାପନ କରିବେ। ବଳିଷ୍ଠ ଓ ଶତ୍ରୁଜୟୀ ହେବେ। ମାନସିକ ଦୁଶ୍ଚିନ୍ତା ଦୂର ହେବ ଓ ଶାନ୍ତି ମିଳିବ।

ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୩

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ରୋଗୀ- ୟୋଗା କରନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ବୃଷ:~ ରାଜନୀତି,ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ପାରିବାରିକ କ୍ଷେତ୍ରବୁଝାମଣାରେ ଶୃଙ୍ଖଳିତ ହେବ। ନିଜ ଲୋକ କେହି ଜଣେ ପ୍ରତ୍ୟେକ କ୍ଷେତ୍ରରେ ସାହାର୍ଯ୍ୟକରିବାକୁ ଆଗେଇ ଆସିବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ମନାହୋଇପାରନ୍ତି। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ପ୍ରଚୁର ଧନଲାଭ ହେବ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୮ ।

ଚାଷୀ- ଉତ୍ତମ ଫଳ ପାଇବେ ।

ରୋଗୀ- ସତର୍କତାର ଦିନ ।

ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।

କର୍ମଜୀବି- କର୍ମଚଞ୍ଚଳ ରହିବେ ।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।

ମିଥୁନ:~ ଅଫିସରେ କେତେକ ଅଟକି ରହିଥିବା ଫାଇଲ କାମ ଯୋଗୁ ବ୍ୟସ୍ତ ହେବେ। ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ କିନ୍ତୁ କୌଣସି କାମ ଅଟକିବ ନାହିଁ।ଚାକିରିରେ ପଦୋନ୍ନତି ଘଟିବାର ସମ୍ଭାବନା ରହିଛି। ଚୌର ଭୟ ଥିବାରୁ ସତର୍କତା ଏକାନ୍ତଜରୁରୀ। ଉଦାର ସ୍ୱଭାବର ହେବେ। କୃଷୀକର୍ମକାରୀ ଓ ଦାନଶୀଳ ହୋଇପାରନ୍ତି। ବୁଦ୍ଧିମାନ୍ ଓ ବ୍ୟକ୍ତିତ୍ୱ ବିକଶିତ ହେବ।

ଶୁଭ ରଙ୍ଗ:~ ବ୍ରାଉନ୍, ଶୁଭ ଅଙ୍କ:~ ୬

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ।

ଗୃହିଣୀ- ସଦିଚ୍ଛା ଭାବ ରହିବ ।

କର୍କଟ:~ ବନ୍ଧୁଙ୍କ ସହାୟତାରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବ। ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ଭିତରେ ରହିବ। ନିଜର ଫାଇଦା ହାସଲ ପାଇଁ ନିକଟ ସମ୍ପର୍କୀୟମାନେ ଫନ୍ଦିଫିକର କରିପାରନ୍ତି। ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ସାହସୀ ଓ ଆସ୍ତିକ ହେବେ। ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। ସାନଭାଇଙ୍କ ଠାରୁ ଭକ୍ତି ମିଳିବ।

ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~ ୩

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।

ରୋଗୀ- ସତର୍କତାର ଦିନ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- ପ୍ରମୋସନ୍ ମିଳିବ ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ।

ସିଂହ:~ ଅର୍ଥନୈତିକ ପ୍ରଗତି ସହ ସାମାଜିକ ପ୍ରତିଷ୍ଠା ମନୋବଳ ବୃଦ୍ଧିରେ ସହାୟକ ହେବ।ଗବେଷଣା, ଅନୁସନ୍ଧାନ, ଅଧ୍ୟୟନ ଓ ଅଧ୍ୟାପନା ଏବଂ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେଉନ୍ନତି କରିବେ। ମିତ୍ର ସୁଖ ଲାଭ ଓ ଲୋକପ୍ରିୟତା ଅର୍ଜନ କରିପାରନ୍ତି। ପରମ ସୌଭାଗ୍ୟଶାଳୀ ହେବେ। ଦାମ୍ପତ୍ୟ ସୁଖ ମିଳିବ। ବିଭିନ୍ନ ଦିଗରୁ ଧନାଗମ ହେବ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୫

କର୍ମଜୀବି- ସ୍ୱକାର୍ଯ୍ୟ କରିବେ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି।

ଗୃହିଣୀ- ସ୍ୱାଭିମାନୀ ହେବେ।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ।

କନ୍ୟା:~ ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି ହେବାରୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ। ଅଫିସ୍ ରେ ମିଥ୍ୟା ଭାଷଣ ରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ। ଆୟ ଆଶାନୁରୂପ ହେବ। ଉତ୍ତମ ଭୋଜନ ମିଳିବ। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ। ଐଶ୍ୱର୍ଯ୍ୟଯୁକ୍ତ ଓ ମାଲିଲୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବ, ବିଦ୍ୱାନ୍ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି।

ଶୁଭ ରଙ୍ଗ:~ ପିଚ୍, ଶୁଭ ଅଙ୍କ:~ ୧

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

ବ୍ୟବସାୟୀ- ପ୍ରଚୁର ଲାଭ ହେବ ।

ଗୃହିଣୀ- ଧାର୍ମିକ ହେବେ ।

ତୁଳା:~ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଆଜି ଘର କାମ ସାଙ୍ଗକୁ ଅଫିସ୍ କାମର ଜଞ୍ଜାଳ ବଳିଯିବ,ଫଳରେ ମାନସିକ ବ୍ୟସ୍ତତା ବୃଦ୍ଧି ପାଇବ। ଚଞ୍ଚଳମନା ହେବେ। ମାତ୍ର ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଅଧିକାଂଶ ସମୟ ଏକାନ୍ତରେ ରହିପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ। ସାହସୀ ଓ ଜ୍ଞାନୀ ହେବେ।

ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୮

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବିଛା:~ ଭୁଲ୍ ବୁଝାମଣା କାରଣରୁ ପରିବାରରେ ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ପାରିବାରିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ମନ ଚଳ-ଚଞ୍ଚଳ ରହିବ। ସରକାରୀ ଅଥବା କାର୍ଯ୍ୟ କରୁଥିବା ବିଭାଗୀୟ ସ୍ତରରେ ସମ୍ମାନିତ ହେବେ।

ଶୁଭ ରଙ୍ଗ:~ ଗ୍ରିନ୍, ଶୁଭ ଅଙ୍କ:~ ୪

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

ଗୃହିଣୀ- ପରକୁ ଆପଣାର କରିବେ ।

ଧନୁ:~ ପରିବାରର ବ୍ୟୟ ଅଟକଳ କରିବେ ଏବଂ ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ଭ୍ରମଣ କିମ୍ବା ଅନିଦ୍ରା ହେତୁକ ଜ୍ୱର ଦେଖା ଦେବାର ଆଶଙ୍କା ରହିଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ଯଶସ୍ୱୀ ଓ ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସୁଖ ଅବ୍ୟାହତ ରହିବ।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୯

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ସମ୍ମାନ ପାଇବେ ।

ବ୍ୟବସାୟୀ- ବିଜୟୀ ହେବେ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ମକର:~ ବିବାଦୀୟ ଘଟଣାରେ ନୀରବତା ଶ୍ରେୟ ଅଟେ। ବନ୍ଧୁମାନେ ଠିକ୍ ଖବର ଦେବାରେ ହେଳା କରିପାରନ୍ତି । ଆଜି ଈପ୍‌ସିତ ଅର୍ଥ ପାଇବେ ଓ କାମଟି ବିଳମ୍ବରେ ହେବାର ସୂଚନା ରହିଛି। ଧର୍ମାତ୍ମା ଓ ଭାଗ୍ୟଶାଳୀ ହେବେ। ଭୋଗ ବିଳାସରେ ଦିନ ବିତାଇ ପାରନ୍ତି। ସୁଖ- ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ପ୍ରବାସପ୍ରିୟ ହୋଇପାରନ୍ତି। ବିଦ୍ୱାନ୍ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ।

ଶୁଭ ରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~ ୨

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ-ସତର୍କତାର ଦିନ ।

ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।

କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

ଗୃହିଣୀ- ପରକୁ ଆପଣାର କରିବେ ।

କୁମ୍ଭ:~ ଆଜି ବହୁତ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବାକୁ ପଡିବ। କୌଣସି ବନ୍ଧୁ କଅଁଳ ଭାଷାରେ ମରମ କଥା କହି ଠିକଣା ସମୟରେ ପ୍ରତିଶୋଧ ନେବେ। ଯେକୌଣସି ପ୍ରତିରୋଧକୁ ଆଡେଇ ଯାଇ କାମ ହାସଲରେ ସମର୍ଥ ହେବେ। ନିଜେ କରିଥିବା କାର୍ଯ୍ୟର ସମୀକ୍ଷା କରିପାରନ୍ତି। ଯୁଗ୍ମ ବ୍ୟବସାୟରୁ ସାମାନ୍ୟ ଲାଭ ମିଳିବ। ସ୍ୱାଭିମାନୀ, ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୬

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

କର୍ମଜୀବି- ସମ୍ମାନ ପାଇବେ ।

ବ୍ୟବସାୟୀ- ଧର୍ଯ୍ୟହରା ହୋଇପାରନ୍ତି ।

ଗୃହିଣୀ- ମିତ୍ର ସୁଖ ପାଇବେ ।

ମୀନ:~ ପଛକଥା ନ ଭାବି ଏହି ସମୟର ପରିସ୍ଥିତି କୁ ସାମ୍‌ନା କରିବାକୁ ବେଷ୍ଟା କରନ୍ତୁ। ପାରିବାରିକ ସ୍ଥିତି ଭଲ ରହି ନ ପାରେ ଏବଂ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ହୋଇପାରନ୍ତି। ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ସେବା ମନୋ ଭାବାପନ୍ନ ହୋଇପାରନ୍ତି। ସାମୟିକ ଭାବେ ମନରେ ଅହଂଭାବ ଜାଗ୍ରତ ହୋଇପାରେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୧

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ।

ବ୍ୟବସାୟୀ- ସଫଳତା ମିଳିବ।

ଗୃହିଣୀ- ସୁଖୀ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.