ଡିସେମ୍ବର ୧୩ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 13, 2022 IST

ମେଷ:~ ଦିନଟି ଭଲରେ ବିତିବ ଏବଂ ଯାହା ଚାହୁଁଛନ୍ତି ତାହା ପାଇବେ । ଶତ୍ରୁମାନେ ଚେଷ୍ଟାକରି ଥକିଯିବେ ସିନା କିଛି କ୍ଷତି କରିପାରିବେ ନାହିଁ । କର୍ମକ୍ଷେତ୍ରରେ କୌଣସିଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ, ଯାହାକି ଆଗମୀ ସମୟ ପାଇଁ ଲାଭଦାୟକ ହେବ । ଅପ୍ରିୟସତ୍ୟ ପ୍ରକାଶ କରି ବିବାଦୀୟ ହୋଇପାରନ୍ତି । ପରିବହନରେ,ପ୍ରଶାସନିକ ସ୍ତରରେ, ଆଲୋଚନା କ୍ଷେତ୍ରରେ ପ୍ରତିବନ୍ଧକକୁ ଦୂରେଇବାର ପ୍ରଯତ୍ନ କରି ପାରନ୍ତି ।

ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୩

ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ବୃଷ:~ କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ-ଯୋଗର ହାତ ଆପଣଙ୍କ ପାଖକୁ ଲମ୍ବି ଆସିବ। ସ୍ୱାସ୍ଥ୍ୟ

ସମସ୍ୟା ଓ ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ। ଜଣେ

ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ସ୍ୱାର୍ଥହାନି ଆଶଙ୍କାରେ ନିଜ

ଲୋକମାନେ ଦୂରେଇ ଯାଇପାରନ୍ତି। ଶୁଭ ରଙ୍ଗ ପିଙ୍କ୍, ଶୁଭ ଅଙ୍କ ୯ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ମିଥୁନ:~ ବ୍ୟବସାୟୀମାନଙ୍କୁ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ଅସଜଡ଼ା କାମକୁ ସଜାଡିନେବା ସକାଶେ ମନସ୍ଥ କରିବେ । ଘରେ ଅସାବଧାନତାବଶତଃ କୌଣସି ମୂଲ୍ୟବାନ୍ ଦ୍ରବ୍ୟ ନଷ୍ଟ ହୋଇପାରେ । ଅଫିସ୍ କୁ ହଠାତ୍ ଯିବା ସମୟକୁ କୌନସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସହ-ଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ ।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୫

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ:~ ସାଧାରଣ ବ୍ୟତିକ୍ରମ ରେ ମଧ୍ୟ ରାଗି ଯିବେ ଏବଂ ଟେନ୍ସନ ରହିବେ। ଅବଶ୍ୟ ବନ୍ଧୁମାନଙ୍କ ସମର୍ଥନ କାମକୁ ଆଗକୁ ବଢାଇ ନେବାରେ ସାହାର୍ଯ୍ୟ କରିବ। ଅସ୍ଥିରତା କାରଣରୁ ହଠାତ୍ ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ। ପାରିବାରିକ ଅସ୍ଥିରତାକୁ ଠିକ୍ ମାର୍ଗରେ ସମାଧାନ କରିବାରେ ସମର୍ଥ ହେବେ। ନୁତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ । କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍ ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ।

ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୨

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ସିଂହ:~ ସଭାସମିତିରେ କିମ୍ବା ଆଲୋଚନା ପରିସରରେ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି କେତେକ କାମ କରିବାକୁ ବାଧ୍ୟ ହେବେ । ଆଜିର ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ । ଅର୍ଥ ଲାଭ ସାଙ୍ଗକୁ ସାମାଜିକ ସ୍ତରରେ ମଧ୍ୟ ସମ୍ମାନିତ ହୋଇପାରନ୍ତି ।

ଶୁଭ ରଙ୍ଗ କ୍ରୀମ୍, ଶୁଭ ଅଙ୍କ ୭

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ- ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ଅର୍ଥ ଲାଭ ହେବ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

କନ୍ୟା:~ କର୍ମକ୍ଷେତ୍ରରୁ ଫେରନ୍ତା ବାଟ ସମସ୍ୟାବହୁଳ ହୋଇପାରେ । ଧନାଧିପ ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଆର୍ଥିକ ଉନ୍ନତି ମନୋବଳ ବୃଦ୍ଧି କରିବ । ଚେଷ୍ଟା ସଫଳ ହେବା ପାଇଁ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଖବର ପାଇ ଖୁସି ହେବେ । ଆପଣଙ୍କୁ ଏହା ସାହାର୍ଯ୍ୟ କରିବ । ସକାଳୁ ଶୁଭ ଖବର ସାଙ୍ଗକୁ ଅର୍ଥ ଲାଭରୁ ମନଟା ଖୁସି ହୋଇଯାଇପାରେ । ନିକଟସ୍ଥ ଈର୍ଷାପରାୟଣ ବ୍ୟକ୍ତିମାନେ ପରୋକ୍ଷ ସମାଲୋଚନା କରିପାରନ୍ତି ।

ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୧

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ତୁଳା:~ ଅର୍ଥବଳ ରେ ଅସାଧ୍ୟ ସାଧନର ରାସ୍ତା ଉନ୍ମୁକ୍ତ ହେବ । କାର୍ଯ୍ୟବ୍ୟସ୍ତତା ହେତୁ ମୁଣ୍ଡବ୍ୟଥା ସହ ସ୍ୱାସ୍ଥ୍ୟହାନି ଘଟିବ । ପ୍ରତ୍ୟୁଷରୁ ତରବରିଆ ଯାତ୍ରା କରିବା ପୂର୍ବରୁ ଜିନିଷପତ୍ର ଆଉ ଥରେ ଦେଖିନେବା ଭଲ ହେବ । ଧାର ସୂତ୍ରରେ ଅର୍ଥ ପାଇବେ ଓ ନୂତନ ଜିନିଷ ଲାଭ କରି ଖୁସି ହେବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଲ ଓ ସହଜରେ ଗ୍ରହଣ କରିପାରିବେ ନାହିଁ ।

ଶୁଭ ରଙ୍ଗ:~ ବ୍ରାଉନ୍, ଶୁଭ ଅଙ୍କ:~ ୮

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

ବ୍ୟବସାୟୀ- ଅର୍ଥ ଲାଭ ହେବ ।

ଗୃହିଣୀ- ସୁଖ ଅନୁଭବ କରିବେ ।

ବିଛା:~ ଗୃହ,ଭୂମି,ଗାଡିମୋଟର ସମ୍ପର୍କୀୟ ସମସ୍ୟା ଆସିବାର ଆଶଙ୍କା ରହିଛି । ଅବଶ୍ୟ ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ନିଶ୍ଚୟ ପାଇବେ । ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡିକର ସମୀକ୍ଷା କରିପାରନ୍ତି । ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୩

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ।

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ଧନୁ:~ ଆଜି ବ୍ୟସ୍ତବହୁଳ ଜୀବନରେ କୋମଳ କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାର୍ଯ୍ୟ କରିବେ। ଅଫିସ ଭିତରେ ସହକର୍ମୀଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ପୂର୍ବ ବିବାଦରୁ କଚେରି ମାମଲା ସକାଶେ ଚିନ୍ତା ବଢିପାରେ। ସନ୍ତାନଙ୍କ ସ୍ୱାସ୍ଥ୍ୟହାନି କାରଣରୁ ବିଚଳିତ ହେବେ।

ଶୁଭ ରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~ ୪

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ମକର:~ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପରିସ୍ଥିିତିକୁ ସମ୍ଭାଳି ନେବେ । ଗତକାଲିର ନିଷ୍ପତ୍ତିକୁ ବଦଳାଇବା ପାଇଁ କଷ୍ଟକର ହୋଇପାରେ । ଆଜି କାମ ହାସଲ ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ହେବ । ପଡୋଶୀଙ୍କ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି । ଉପକାର କରିଥିବା ବ୍ୟକ୍ତି ଙ୍କ ଠାରୁ ପ୍ରତିଦାନ ପାଇବା ଦୁର୍ଲ୍ଲଭ ହୋଇପଡିବ ।

ଶୁଭ ରଙ୍ଗ:~ ନାରଙ୍ଗୀ, ଶୁଭ ଅଙ୍କ:~ ୭

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।

ରୋଗୀ- ଅସାଧ୍ୟ ରୋଗରୁ ମୁକ୍ତ ହେବେ ।

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

କୁମ୍ଭ:~ ଆଲୋଚନା,ବ୍ୟବସାୟ,ଯାତ୍ରା ପ୍ରଭୃତି ଯେକୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ ତଥାପି ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ । ସମସ୍ୟାରେ ଜଡିତ ହୋଇଥିବାରୁ ମନ ବିଚଳିତ ରହିବ । ବନ୍ଧୁଙ୍କ ସଦ୍‌ ଭାବ ଓ ସହକର୍ମୀଙ୍କ ସହ-ଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିପାରେ ।

ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୫

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମୀନ:~ ସ୍ୱଗୃହୀ ଶୁକ୍ରଙ୍କ ଶୁଭ ସମ୍ବନ୍ଧରୁ କର୍ମକ୍ଷେତ୍ରର ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାକୁଚେଷ୍ଟା କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ନିଜ ସହ ତୁଳନା କରି ମନକୁଭାରାକ୍ରାନ୍ତ କରିପାରନ୍ତି । କୁଟୀରଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ , ସାହିତ୍ୟ ଓସାମ୍ବାଦିକତା କ୍ଷେତ୍ର ବଲ ରହିବ । କର୍ମକ୍ଷେତ୍ରରେ ଅସଜଡା ପରିସ୍ଥିତିକୁ ସହକର୍ମୀଙ୍କ ଜରିଆରେ ସଜାଡି ନେବେ ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୮

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.