୩୦ ସେପ୍ଟେମ୍ବର, ରବିବାର

Published By : Prameya-News7 Bureau | September 30, 2018 IST

ମେଷ – ଗୃହକର୍ମ ଆନନ୍ଦଦାୟକ ହେବ । ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି । କାବ୍ୟକର୍ତ୍ତା ହେବେ । ବହୁଧନ,ପୁତ୍ର,ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି । ବୃଷ – ସର୍ବସୁଖ ମିଳିପାରେ । ଠାକୁରଙ୍କ ଆଶ୍ରିତ ହୋଇପାରନ୍ତି । ସଂପୂର୍ଣ୍ଣ କରିବାକୁ ଇଚ୍ଛା କରୁଥିବା କାର୍ଯ୍ୟଟି କଷ୍ଟ ଦାୟକ ହୋଇପାରେ । ମିଥୁନ - ନୂତନ ଜ୍ଞାନଲାଭ କରିବେ । ଆତ୍ମ ସନ୍ତୋଷ ମିଳିବ । ପାରିବାରିକ ସୁଖ ଅବ୍ୟାହତ ରହିବ । ବ୍ୟବସାୟ ଲାଭଜନକ ହେବ । କର୍ମରେ ସଫଳତା ମିଳିବ । କର୍କଟ- ସୁଖ-ସମ୍ମାନ ଲାଭ କରିପାରନ୍ତି । ସୁଖ-ସନ୍ତୋଷ ଲାଭ କରିବେ । ସ୍ଥିତି ଅନୁକୁଳ ରହିଛି । ପାରିବାରିକ ସୁଖ ଅବଶ୍ୟ ମିଳିବ । ସିଂହ – ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରି ଅଶାୟୀ ହେବେ । ନିଜର ଜିଦ୍ ବଜାୟ ରଖି ପାରନ୍ତି । କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ । କନ୍ୟା – କଷ୍ଟ ସହି ପରୋପକାର କରିପାରନ୍ତି । ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ତୁଳା – ଶୁଭ ଖବର ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୋଧର ସଙ୍କେତ ମିଳୁଛି । ଦେବ ଦର୍ଶନର ସୌଭାଗ୍ୟ ଅଛି । ବିଛା – ବନ୍ଧୁଙ୍କ ସହ ଯୋଗ ପାଇ ଖୁସି ହୋଇପାରନ୍ତି । କୌଣସି କାରଣକୁ ନେଇ କ୍ରୋଧ ବୃଦ୍ଧି ହୋଇପାରେ । ମାନସିକ ଶାନ୍ତି ଫେରି ପାଇବେ । ଧନୁ – ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ସରକାରୀ ସ୍ତରରୁ ଧନଲାଭ ହୋଇପାରେ । ଯାନବାହନ ଜନିତ ସୁଖ ମିଳିବ । ନୃତ୍ୟ ସଙ୍ଗୀତପ୍ରିୟ ହୋଇପାରନ୍ତି । ମକର – କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ବାଦ ବିବାଦର ଅବସାଦ ଘଟିବ । ବସ୍ତ୍ରଭୂଷଣ ଲାଭ ହୋଇପାରେ । ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି । କୁମ୍ଭ - ସାଧନାରେ ସିଦ୍ଧି ଲାଭ କରିବେ । ଯଶସ୍ୱୀ ହେବେ । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ବନ୍ଧୁମାନଙ୍କ ଦ୍ୱାରା ସମ୍ମାନିତ ହୋଇପାରେ । ମୀନ - ଆଶାବାଦୀ ହୋଇପାରନ୍ତି । କାର୍ଯ୍ୟ ବିଳମ୍ବିତ ହୋଇପାରେ । କୌଣସି ସମସ୍ୟାକୁ ନେଇ ମନ ଭାରକ୍ରାନ୍ତ ହୋଇପାରେ । ଯେକୌଣସି ଦିଗରୁ ଧନାଗମର ସୂଚନା ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.