ଡିସେମ୍ବର ୦୯ ତାରିଖ, ଶୁକ୍ରବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 09, 2022 IST

ମେଷ:~ ବିଭିନ୍ନ ପ୍ରକାର କର୍ମଜଞ୍ଜାଳ ର ଚାପରେ ଅତିଷ୍ଠ ହୋଇପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢି ବଢି ଯିବ। ଆଲୋଚନା ପରିସରରେ ରୁକ୍ଷ ବ୍ୟବହାର ପ୍ରଦର୍ଶନ ଦ୍ୱାରା ବନ୍ଧୁଙ୍କ ମନରେ ଆଘାତ ଆସିପାରେ। ମନରେ ଉଦ୍‌ବେଗ ଜାତ ହୋଇପାରେ। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ବଳିଷ୍ଠ ଓ ଶତ୍ରୁଜୟୀ ହେବେ। ମାନସିକ ଦୁଶ୍ଚିନ୍ତା ଦୂର ହେବ ଓ ଶାନ୍ତି ମିଳିବ।

ଶୁଭ ରଙ୍ଗ ଲାଲ୍, ଶୁଭ ଅଙ୍କ ୩

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ରୋଗୀ- ୟୋଗା କରନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ବୃଷ:~ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ। ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ତଥା ନିଜ ପରିସରରେ ପ୍ରତିଷ୍ଠିତ ହେବେ। ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ ତଥାପି କାମ ଅଟକି ରହିବ ନାହିଁ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ମନା ହୋଇପାରନ୍ତି। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ପ୍ରଚୁର ଧନଲାଭ ହେବ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~  ୮

ଚାଷୀ- ଉତ୍ତମ ଫଳ ପାଇବେ।

ରୋଗୀ- ସତର୍କତାର ଦିନ।

ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ।

କର୍ମଜୀବି- କର୍ମଚଞ୍ଚଳ ରହିବେ।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ଲୋକପ୍ରିୟତା ମିଳିବ।

ମିଥୁନ:~  ଭାବପ୍ରବଣତାବଶତଃ ବର୍ତ୍ତମାନ ପରିସ୍ଥିତି ରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡିବେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହେବାରେ ବିଳମ୍ବ ଘଟିବ। ଚୌର ଭୟ ଥିବାରୁ ସତର୍କତା ଏକାନ୍ତ ଜରୁରୀ। ଉଦାର ସ୍ୱଭାବର ହେବେ। କୃଷୀକର୍ମକାରୀ ଓ ଦାନଶୀଳ ହୋଇପାରନ୍ତି। ବୁଦ୍ଧିମାନ୍ ଓ ବ୍ୟକ୍ତିତ୍ୱ ବିକଶିତ ହେବ।

ଶୁଭ ରଙ୍ଗ:~  ବ୍ରାଉନ୍, ଶୁଭ ଅଙ୍କ:~  ୬

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ।

ରୋଗୀ- ସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ।

ଗୃହିଣୀ- ସଦିଚ୍ଛା ଭାବ ରହିବ।

କର୍କଟ:~ ପାରିବାରିକ ଜୀବନ ସୁଖ ସନ୍ତୋଷ ରେ କଟିବ ମାତ୍ର ବ୍ୟବସାୟ ରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ। କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ। ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ସାହସୀ ଓ ଆସ୍ତିକ ହେବେ। ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। ସାନଭାଇଙ୍କ ଠାରୁ ଭକ୍ତି ମିଳିବ।

ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~ ୩

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।

ରୋଗୀ- ସତର୍କତାର ଦିନ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- ପ୍ରମୋସନ୍ ମିଳିବ ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ସିଂହ:~ ମନରେ ଭୟ ଓ ଆଶଙ୍କା ଥିଲେ ମଧ୍ୟ ଦୃଢତା ଓ ମୁହଁ ଜୋର ହେତୁ ବିପଦରୁ ରକ୍ଷା ପାଇବେ।ଯେତେଟା ପରିସ୍ଥିତି କୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ମିତ୍ର ସୁଖ ଲାଭ ଓ ଲୋକପ୍ରିୟତା ଅର୍ଜନ କରିପାରନ୍ତି। ପରମ ସୌଭାଗ୍ୟଶାଳୀ ହେବେ। ଦାମ୍ପତ୍ୟ ସୁଖ ମିଳିବ। ବିଭିନ୍ନ ଦିଗରୁ ଧନାଗମ ହେବ।

ଶୁଭ ରଙ୍ଗ ଗ୍ରୀନ୍, ଶୁଭ ଅଙ୍କ ୫

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

ଗୃହିଣୀ- ସ୍ୱାଭିମାନୀ ହେବେ ।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କନ୍ୟା:~ କଠୋର ବାକ୍ୟାଳାପରୁ ସମାଲୋଚିତ ହେବେ । ଔଦ୍ଧତ୍ୟ କାରଣରୁ ଅନ୍ୟମାନଙ୍କ ସହ ବୁଝାମଣା ଠିକ୍ ରହି ନ ପାରେ । ଚଳିତ ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ। ଆୟ ଆଶାନୁରୂପ ହେବ । ଉତ୍ତମ ଭୋଜନ ମିଳିବ । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ । ଐଶ୍ୱର୍ଯ୍ୟଯୁକ୍ତ ଓ ମାଲିଲୋକଦ୍ଦମାରେ ବିଜୟୀ ହେବେ।

ଶୁଭ ରଙ୍ଗ ପିଚ୍, ଶୁଭ ଅଙ୍କ ୧

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

ବ୍ୟବସାୟୀ- ପ୍ରଚୁର ଲାଭ ହେବ ।

ଗୃହିଣୀ- ଧାର୍ମିକ ହେବେ।

ତୁଳା:~ ସ୍ୱାର୍ଥସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ବିଭିନ୍ନ କାରଣରୁ ନେଇ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ୱିତ ହେବ। ଚଞ୍ଚଳମନା ହେବେ । ମାତ୍ର ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଅଧିକାଂଶ ସମୟ ଏକାନ୍ତରେ ରହିପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ। ସାହସୀ ଓ ଜ୍ଞାନୀ ହେବେ।

ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~  ୮

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବିଛା:~ ହଜି ଯାଇଥିବା ଜିନିଷ, ଧାତୁ ଅଳଙ୍କାର, ଟଙ୍କା ପଇସା କିମ୍ବା ପଶୁଜନ୍ତୁ ର ସନ୍ଧାନ ପାଇପାରନ୍ତି। ଗୃହକୁ କିଛି ମୂଲ୍ୟବନ୍ କିମ୍ବା ସୌଖୀନ ପଦାର୍ଥ ଆଣି ପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ମନ ଚଳଚଞ୍ଚଳ ରହିବ। ସରକାରୀ ଅଥବା କାର୍ଯ୍ୟ କରୁଥିବା ବିଭାଗୀୟ ସ୍ତରରେ ସମ୍ମାନିତ ହେବେ।

ଶୁଭ ରଙ୍ଗ:~ ଗ୍ରିନ୍, ଶୁଭ ଅଙ୍କ:~  ୪

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

ଗୃହିଣୀ- ପରକୁ ଆପଣାର କରିବେ ।

ଧନୁ:~ ଆର୍ଥିକ ସ୍ଥିତି ଭଲ ନ ରହିବା କାରଣରୁ ସାମୟିକ ଭାବେ ଦୁଃଖିତ ରହିପାରନ୍ତି । ଆଜି ପ୍ରତ୍ୟେକ କାମ ଖର୍ଚ୍ଚାନ୍ତ ହୋଇ କରିବାକୁ ପଡିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଯଶସ୍ୱୀ ଓ ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ସୁଖ ଅବ୍ୟାହତ ରହିବ ।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୯

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- ସମ୍ମାନ ପାଇବେ ।

ବ୍ୟବସାୟୀ- ବିଜୟୀ ହେବେ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ମକର:~ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅନଲମ୍ବନ କରିବା ଭଲ ହେବ। ପଡୋଶୀଙ୍କ କୌଣସି ସ୍ପର୍ଶକାତର କଥାରେ ଚିହ୍ନା ପଡନ୍ତୁ ନାହିଁ, ଯାହାକି ଟେନ୍‌ସନ ସୃଷ୍ଟି କରିବ। ରଜନୀତି ତଥା ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଧର୍ମାତ୍ମା ଓ ଭାଗ୍ୟଶାଳୀ ହେବେ। ଭୋଗ ବିଳାସରେ ଦିନ ବିତାଇ ପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ପ୍ରବାସପ୍ରିୟ ହୋଇପାରନ୍ତି। ବିଦ୍ୱାନ୍ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ।

ଶୁଭ ରଙ୍ଗ:~  କ୍ରୀମ୍, ଶୁଭ ଅଙ୍କ:~  ୨

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ-ସତର୍କତାର ଦିନ ।

ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।

କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

ଗୃହିଣୀ- ପରକୁ ଆପଣାର କରିବେ।

କୁମ୍ଭ:~ କର୍ମକ୍ଷେତ୍ର, ରାଜନୀତି, ମାଲି ମକଦ୍ଦମା, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ଆନୁଷ୍ଠାନିକ କାମରେ ଲିପ୍ତ ରହବା ହେତୁ ଟେନସନ୍‌ କିଛି ମାତ୍ରାରେ ଲାଗି ରହିବ। ନିଜେ କରିଥିବା କାର୍ଯ୍ୟର ସମୀକ୍ଷା କରିପାରନ୍ତି। ଯୁଗ୍ମ ବ୍ୟବସାୟରୁ ସାମାନ୍ୟ ଲାଭ ମିଳିବ। ସ୍ୱାଭିମାନୀ, ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡିବ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୬

ଚାଷୀ- ପୋଖରୀ/ଗାଡ଼ିଆ କରି ଜଳ ସଞ୍ଚୟ କରନ୍ତୁ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍।

ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

କର୍ମଜୀବି- ସମ୍ମାନ ପାଇବେ ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

ଗୃହିଣୀ- ମିତ୍ର ସୁଖ ପାଇବେ।

ମୀନ:~ ବନ୍ଧୁଙ୍କ ଆଚରଣରେ ଅସନ୍ତୁଷ୍ଟ ରହିପାରନ୍ତି। ସତର୍କରେ ନ ଚଳିଲେ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡିପାରେ। ବିବାଦୀୟ ଘଟଣାର ଦିଗ ସାମୟିକ ବଦଳି ଯାଇପାରେ। ସନ୍ତାନ ହେତୁକ ଚିନ୍ତା ଦୁର ହେବ। ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ସେବା ମନୋଭାବାପନ୍ନ ହୋଇପାରନ୍ତି। ସାମୟିକ ଭାବେ ମନରେ ଅହଂଭାବ ଜାଗ୍ରତ ହୋଇପାରେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୧

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

ବ୍ୟବସାୟୀ- ସଫଳତା ମିଳିବ।

ଗୃହିଣୀ- ସୁଖୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.