ଡିସେମ୍ବର ୦୮ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 08, 2022 IST

ମେଷ:~ ମାନସିକ ଅସ୍ଥିରତା ସାଙ୍ଗକୁ ବିକ୍ଷିପ୍ତ ଚିନ୍ତାଧାରା ସୃଷ୍ଟି କରିବ। ପରିଣାମ ସ୍ୱରୂପସ୍ୱାସ୍ଥ୍ୟ, ପରିବାର,ଯାନବାହନ,ଜମିଜମା ଓ କଳହ ପ୍ରତି ସତର୍କ ରହିବା ଭଲ। ବର୍ତ୍ତମାନପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡିବେ। କର୍ମକ୍ଷେତ୍ରରେପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲ ରହିବା କାରଣରୁ କାମ ଗୁଡିକ ଅଟକିବ ନାହିଁ। ସାମାଜିକ ସ୍ତରରେ ସାହିତ୍ୟ,କଳା,ସଙ୍ଗିତ କାର୍ଯ୍ୟରେ ଅଗ୍ରଗତି ଘଟିବ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୩

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ବୃଷ:~ ଶିକ୍ଷା, ସନ୍ତାନ, ପ୍ରେମ ସମ୍ପର୍କ, ଆଲୋଚନା କ୍ଷେତ୍ର , ସଙ୍ଗଠନ ଓ ରାଜନୀତି ସକାଶେ ଅସୁବିଧା ହେବ ନାହିଁ। ଦରକାରୀ କାଗଜପତ୍ର କୋଣସି ଅଲଗା ସ୍ଥାନରେ ରଖି ଠିକ୍ ସମୟରେ ପାଇପାରିବେ ନାହିଁ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟର ଗତି ମନ୍ଥର ହେବ। ପରିବାରରେ ଭୁଲ୍‌ ବୁଝାମଣାରୁ ମାନୋମାଳିନ୍ୟ ଘଟିପାରେ।

ଶୁଭ ରଙ୍ଗ:~ ଲାଇଟ୍ ପିଙ୍କ୍, ଶୁଭ ଅଙ୍କ:~ ୨

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଅସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ମିଥୁନ:~ କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇବେ, ଯାହାକି ସମସ୍ୟା ବହୁଳ ହୋଇପାରେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଦେଶ ଯାତ୍ରାକୁ ମନ ବଳାଇବେ।ପରୋକ୍ଷ ଶତ୍ରୁତା ପ୍ରତି ସଜାଗ ରହି କାମ କରିବା ଭଲ ହେବ। ଆଲୋଚନା ପରିସରରେ ସତର୍କତାର ସହ କଥାବାର୍ତ୍ତା ନ କଲେ ଅପଦସ୍ଥ ହୋଇପାରନ୍ତି। ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୧

ବ୍ୟବସାୟୀ- ବିଜୟୀ ହେବେ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

ଗୃହିଣୀ- ପରକୁ ଆପଣାର କରିବେ ।

କର୍କଟ:~ ମନ ଅନୁଯାୟୀ କାମ ନ ହେବା ଯୋଗୁ ବ୍ୟଥିତ ହେବାକୁ ପଡିପାରେ। କର୍ମକ୍ଷେତ୍ରରେ ନିଜର ଭୁଲ୍ ବୁଝାମଣାଜନିତ ବିଶୃଙ୍ଖଳା ମାନସିକ ସ୍ଥିତିକୁ କଳୁଷିତ କରିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାର୍ଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ମଉଜିଆ କଥା କହି ଅନ୍ୟକୁ ଆପଣାର କରିବେ, ଯାହାକି କାମ ହାସଲରେ ସାହାର୍ଯ୍ୟ କରିବ।

ଶୁଭ ରଙ୍ଗ :~ନାରଙ୍ଗୀ, ଶୁଭ ଅଙ୍କ:~ ୪

ଗୃହିଣୀ- ଧର୍ଯ୍ୟବାନ୍ ହେବେ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

ଛାତ୍ରଛାତ୍ରୀ- ସ୍ମରଣ ଶକ୍ତି ପାଇଁ ବୁଧକାରକ ଚେର ବ୍ୟବହାର କରନ୍ତୁ ।

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ସିଂହ:~ ବନ୍ଧୁ ଆପଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କାମ ହାସଲ କରିବେ। ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ। ଈର୍ଷା ଓ ଅସୂୟା ମନୋଭାବ ଓ ପୋଷଣ କରି ନିଜ ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି। ଅଧିକାଂଶ ସମୟ ଆର୍ଥିକ ଅନଟନ, ରୋଗ,ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ। ପୁନଶ୍ଚ କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି।

ଶୁଭ ରଙ୍ଗ:~ ଆକାଶୀ, ଶୁଭ ଅଙ୍କ:~ ୯

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

କନ୍ୟା:~ ଆଜି ଆର୍ଥିକ ସମସ୍ୟାର ସମାଧାନ ସନ୍ଦ ଯାହା ଚାହିୁଁଛନ୍ତି ତାହା ପାଇବାରେକୌଣସି ଅସୁବିଧା ରହିବ ନାହିଁ। ନିଜ ପରିସରରେ କୌଣସି ସ୍ପର୍ଶକତା କାଥାରେ ଚିହ୍ନାପଡନ୍ତୁ ନାହିଁ। ଅଧିକାଂଶ ସମୟରେ ଅପୂରଣୀୟ ଆଶା ମନରେ ନିରାଶା ଭାବ ସୃଷ୍ଟି କରିବ। ଅବଶ୍ୟ କେତେକ କ୍ଷେତ୍ରରେ ବନ୍ଧୁମାନଙ୍କ ସହ ଯୋଗରୁ ଉତ୍ସାହିତ ହେବେ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୨

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।

କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ତୁଳା:~ କିଛି ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ପରିବାର ଭିତରେ ଝଡ ଉଠିପାରେ।ପରିବାରରେ ସାଧାରଣ କଥାରେ ପାଟିତୁଣ୍ଡ ହୋଇ କଚେରି ପର୍ଯ୍ୟନ୍ତ ଯାଇପାରନ୍ତି।ପାରିପାଶ୍ୱିର୍କ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଦିନ ଗୋଟାଏ ପରେ ଏକପ୍ରକାର ସାମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ।

ଶୁଭ ରଙ୍ଗ ନାରଙ୍ଗୀ, ଶୁଭ ଅଙ୍କ ୧ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବିଛା:~ ବନ୍ଧୁଙ୍କ ସହ ପୂର୍ବରୁ ଥିବା ମନୋମାଳିନ୍ୟ ଦୂରେଇବା ପାଇଁ ପ୍ରଯତ୍ନ କରିବେ।

ଆତ୍ମୀୟଙ୍କ ସହାୟତାରେ ବହୁ କଷ୍ଟ ସ୍ୱୀକାର କରି ଟଙ୍କା ଯୋଗାଡ କରିବାରେ ସକ୍ଷମ ହେବେ। ବିଭିନ୍ନ ପ୍ରକାର ପାରିବାରିକ ସମସ୍ୟା ବିଷୟ ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। କର୍ମକ୍ଷେତ୍ରରେ ନୀଚ ସଂସର୍ଗରୁ ଦୂରେଇ ରହିବ। ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି।

ଶୁଭ ରଙ୍ଗ:~ ଧୂଷର, ଶୁଭ ଅଙ୍କ:~ ୮

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ଧନୁ:~ କର୍ମକ୍ଷେତ୍ର ମଧ୍ୟାହ୍ନ ରେ ସହକର୍ମୀ କିମ୍ବା ବନ୍ଧୁମାନଙ୍କ ଠାରୁ ଖୁସି ଖବର ପାଇବେ । ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରହନ୍ତୁ, ନତୁବା ଅସୁବିଧାରେ ପଡିପାରନ୍ତି । ଆଜି ଦିନଟି ପ୍ରତିଟି କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇବ । ସଭାସମିତି, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ ।

ଶୁଭ ରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~ ୧ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ମକର:~ ଦୃଢ ମନୋବଲ ଓ କାର୍ଯ୍ୟଦକ୍ଷତା କର୍ମକ୍ଷେତ୍ରରେ ଲୋକପ୍ରିୟତା ସୃଷ୍ଟି କରିବ। ଅଭାବ ନଥିଲେ ମଧ୍ୟ କୌଣସି କାମ ସକାଶେ ଆକସ୍ମିକ ଅର୍ଥ ଅଭାବରୁ କାମଟି ସମ୍ପୂର୍ଣ୍ଣ ହେବ ନାହିଁ।ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ସମ୍ପର୍କ ରହିଥିବା ବନ୍ଧୁଟି କ୍ରମଶଃ ଦୂରେଇ ଯିବ।ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ ଓ କୌଣସି କ୍ଷେତ୍ରରେ ତାହାକୁ ବିନିଯୋଗକରିବା ପାଇଁ ଚେଷ୍ଟା କରି ଉପକୃତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ।

ଶୁଭ ରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~ ୩

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

କର୍ମଜୀବି- କାର୍ଯ୍ୟରେ ଅବହେଳା କରିବେ ନାହିଁ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

କୁମ୍ଭ:~ ବନ୍ଧୁ ମିଳନ ସହ ମିଷ୍ଟାନ୍ନ ଲାଭ ଓ ବନ୍ଧୁ ଗୃହକୁ ଯାତ୍ରା ଯୋଗ ରହିଛି।ପାରିପାଶ୍ୱିର୍କ କ୍ଷେତ୍ରରୁ ସାହାର୍ଯ୍ୟ ଓ ସହଯୋଗ ନ ଥିଲେ ମଧ୍ୟ ପରିସ୍ଥିତି ସମ୍ଭାଳିନେବେ।ସତର୍କତା ଅଭାବରୁ ଟଙ୍କା, ସୁନା, ଚୋରି ହୋଇଯାଇପାରେ। ଲକ୍ଷ୍ୟ ଭ୍ରଷ୍ଟ ହୋ ମରୀଚିକାପଛରେ ଦୌଡି ପାରନ୍ତି। ଆତ୍ମୀୟମାନଙ୍କ ସହ ଯୋଗରେ ସହଜ ଓ ସୁବିଧାରେ ଆଜିର କାମଗୁଡିକ ସମ୍ପନ୍ନ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ସୁବିଧା ହେବ ନାହିଁ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୧

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ।

ମୀନ:~ କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇ ହଡବଡେଇ ଯାଇପାରନ୍ତି। କୌଣସି ବନ୍ଧୁଙ୍କ ମିଥ୍ୟା ପ୍ରତିଶ୍ରୁତିରେ ସବୁ ଦୁଃଖ ଭୁକିଯିବେ, ଯାହାକି ପରିକ୍ଷଣରେ ପାରିବାରିକ ଜୀବନରେ ପ୍ରତିକୂଳ ପ୍ରଭାବ ପକାଇ। ଈର୍ଷାପରାୟଣ ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ନିର୍ମାଣ ଓ ପରିବହନରେ ସଫଳତା ହାସଲ କରିବେ ଓ ଜମା ଧନ ବୃଦ୍ଧି ପାଇବ।

ଶୁଭ ରଙ୍ଗ:~ ନାରଙ୍ଗୀ, ଶୁଭ ଅଙ୍କ:~ ୪

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.