ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ନଭେମ୍ବର ୨୨ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

22/11/2022 at 7:25 AM

ମେଷ – କୌଣସି ବନ୍ଧୁଙ୍କ ଆଗମନ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ । ଅବଶ୍ୟ କର୍ମକ୍ଷେତ୍ର ରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍‌ଡତ୍ତି ନେବେ । ଦୀର୍ଘ ଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ । ପୂର୍ବକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ ।ପରିବାର ମଧ୍ୟରେ ଅସ୍ଥିର ମନୋଭାବ ପ୍ରକାଶ କରିବା ସମସ୍ୟାର କାରଣ ହୋଇପାରେ ।ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।
ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି-ଅର୍ଥ ହାନୀ ହେବ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
ଗୃହିଣୀ-ଧାର୍ମିକ ହେବେ ।

ବୃଷ – ବିବାଦୀୟ ଘଟଣାରେ କୌଣସି ପକ୍ଷ ଓ ସମର୍ଥନ କରିବା ଠିକ୍ ହେବ ନାହିଁ । ନିର୍ମାଣ, ପରିବହନ, ସଭାସମିତି , ସାମ୍ବାଦିକତା ପ୍ରଭୃତି କ୍ଷେତ୍ରରେ ସମସ୍ୟା ଦୂର ହେବ । କର୍ମକ୍ଷେତ୍ର ଓ ବ୍ୟବସାୟିକ ଦିଗଟି ମନ୍ଦ ହେବ ନାହିଁ କିନ୍ତୁ ପ୍ରତିବନ୍ଧକ ଲାଗି ରହିବ ।କର୍ମକ୍ଷେତ୍ରରେ ଧନ ବଢିବାର ଯୋଗ ଅଛି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୮ ।
ଚାଷୀ-ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ମିଥୁନ – ସ୍ୱାସ୍ଥ୍ୟ ପାଇଁ ଅନ୍ତରାୟ ସୃଷ୍ଟି କରିବ । ଏଣେ ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା କାରଣରୁ କଳହ ଲାଗିପାରେ । ଦୀର୍ଘ ଦିନରୁ ଯାହା ଆଜି ଯାଏ ଚାହୁଁଛନ୍ତି ତାହା ପାଇବା ସକାଶେ ସାମାନ୍ୟ କଷ୍ଟ ସ୍ୱୀକାର କରିବାକୁ ପଡିବ । ଦିନ ତମାମ କଠୋର ପରିଶ୍ରମଜନିତ ସାମୟିକ କ୍ଳାନ୍ତି ଅନୁଭବ କରିବେ । ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟ ସହାନୁଭୂତି ଲାଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

କର୍କଟ- ଅଭାବ ଥିଲେ ମଧ୍ୟ କୌଣସି ମୂଲ୍ୟବାନ ଜିନିଷ କିଣିବା ସକାଶେ ଧାର କରିବାକୁ ଚିନ୍ତା କରିବେ । ଆକସ୍ମିକ କାରଣରୁ ନେଇ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇପାରେ । ଆଲୋଚନା କ୍ଷେତ୍ରରେ ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ ।ଆଗାମୀ ମାଙ୍ଗଳିକ ଉତ୍ସବକୁ ନେଇ ନିର୍ମାଣାଧୀନ ଗୃହ, ଯାନବାହନକୁ ଶେଷ ସ୍ପର୍ଶ ଦେବେ । ଆଧ୍ୟାତ୍ମିକ କାମରୁ ଆଜିର ଦିନଟି ଆରମ୍ଭ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।
ଚାଷୀ-ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ସୁଖୀ ହେବେ ।

ସିଂହ – ଅଯଥା ପରକଥାରେ ମନ ଦେଇନିଜ କାମକୁ ଅବହେଳା କରିବା ଠିକ୍‌ ହେବ ନାହିଁ । ସାମାଜିକ ସ୍ତରରେ ନୀତିଗତ କାମରୁ ପ୍ରଶଂସିତ ହେବେ ।ପରିବାରର ଅଶାନ୍ତି ପୂର୍ବପରି ଲାଗି ରହୁଥିବା ହେତୁ କାମଗୁଡିକ ଠିକ୍ ଭାବେ ନ ହୋଇପାରେ । ଦିନଟି ଶୁଭରେ କଟିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମହିଳାମାନେ ଧର୍ମ ପରାୟଣ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
ଚାଷୀ-ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି-ଅର୍ଥ ହାନୀ ହେବ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

କନ୍ୟା – ଏକାଧିକଗ୍ରହ ଚତୁର୍ଥସ୍ଥ ହେତୁ ଆଜି ବନ୍ଧୁ ଗହଣରେ ଦେଶି ସମୟ କାଟିଲେ ମଧ୍ୟ ଘରର ଅଶାନ୍ତି ମନକୁ ଭାରାକ୍ରାନ୍ତ କରି ଭାରକ୍ରାନ୍ତ କରି ରଖିବ । କେତେକ ଅନିଚ୍ଛାକୃତ କାରଣ ବଶତଃ ବିଳମ୍ବ ହେଲେ ,ମଧ୍ୟ କାର୍ଯ୍ୟ ସାଧିତ ହେବ ।ସ୍ୱାସ୍ଥ୍ୟବସ୍ଥା କ୍ରମଶଃ ଭଲ ଦିଗଜୁ ଗତି କରିବାକୁ ଆଶ୍ୱସ୍ତି ଲାଭ କରିବେ । ସକାଳୁ ସକାଳୁ କୌଣସି ଶୁଭ ଖବର ପାଇ ମନଟି ଏକପ୍ରକାର ଖୁସି ହୋଇଯିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ-ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ତୁଳା – ପ୍ରାପ୍ୟଧନ ଆଜି ଅପରାହ୍ନରେ ପାଇବାର ପ୍ରତିଶ୍ରୁତି ପାଇବେ । ବାରମ୍ବାର ସମସ୍ୟା ବୃଦ୍ଧି ପାଉଥିବାରୁ ଅନ୍ୟମାନଙ୍କ ପ୍ରତି ଭଲଧାରଣା କ୍ରମଶଃ ହ୍ରାସ ପାଇପାରେ ।ଅଫିସ କାର୍ଯ୍ୟ ଗୁଡିକ ତ୍ୱରାନ୍ୱିତ ହେବ ଏବଂ ପୂର୍ବ ସମସ୍ୟା ଦୂରେଇ ଯିବ । ଦୀର୍ଘଦିନ ହେଲା ଆପଣ ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତିଟି ନିଜର ଫାଇଦା ହାସଲ କରିବା ସକାଶେ ସର୍ବଦା ଚେଷ୍ଟିତ ରହିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।
ଚାଷୀ-ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ-ସୁଖ ଅନୁଭବ କରିବେ ।

ବିଛା – ସମ୍ପର୍କୀୟଙ୍କ ସକାସେ ଭ୍ରମଣ ଓ କାର୍ଯ୍ୟସୋଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ହେବ । ବ୍ୟବସାୟ ଓ ପରିବହନ ପାଇଁ କୌଣସି ସମସ୍ୟା ରହିବ ନାହିଁ । କର୍ମକ୍ଷେତ୍ରରେ ଗୁରୁତ୍ୱ ଦାୟିତ୍ୱ ବହନ କରିବାକୁ ପଡିବ । ପାରିବାରିକ ଆବଶ୍ୟକତା ପୂରଣ ଲାଗି ଧାର ସୂତ୍ରରେ ଅର୍ଥ ଆଣିବେ । ନିକଟ ସମ୍ପର୍କୀୟଙ୍କ ଅନାଦର ଭାବକୁ ନେଇ ବିଭିନ୍ନ ପ୍ରକାର ଚିନ୍ତା ଲାଗି ରହିବ ।ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
ଚାଷୀ-ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ-ସୁଖଭାରା ଦିନଟି ।

ଧନୁ – କୁପ୍ରଭାବରୁ ପରିବାରରେ ପୁରାତନ ଗୃହ, ଗାଡିମୋଟର କିମ୍ବା ସମ୍ପତ୍ତିକୁ କେନ୍ଦ୍ର କରି କଳହ ଲାଗିପାରେ । ଅନ୍ୟମାନେ ନିଜର ସୁବିଧା ଅନୁଯାୟୀ କାମ କରି ଆପଣଙ୍କ ପାଇଁ ସମସ୍ୟା ଆଣିପାରନ୍ତି ।ବନ୍ଧୁଙ୍କ ଦ୍ୱାରା ପ୍ରଶଂସା, ଆତ୍ମୀୟଙ୍କ ଅନୁରାଗ, ପଡୋଶୀଙ୍କ ସ୍ନେହ ଓ ଶ୍ରଦ୍ଧା ପାଇବେ । ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।
ଚାଷୀ-କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ-ଧାର୍ମିକ ହେବେ ।

ମକର – ବକେୟା ଅର୍ଥ ଆଦାୟ ବେଳେ ବାକ୍ ଭବିତଣ୍ଡା ଲାଗିପାରେ । ସୁନିୟନ୍ତ୍ରିତ କାର୍ଯ୍ୟ ଲାଗି କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ ।ବୃତ୍ତି,ବାନିଜ୍ୟ, ଆଲୋଚନା, ଆନୁଷ୍ଠାନିକ କାମ କେତେକାଂଶରେ ସନ୍ତୋଷଜନକ ନ ହୋଇପାରେ । ଆପଣ ଖର୍ଚ୍ଚାନ୍ତ ହେବେ ସିନା ଆଜି କୌଣସି କାମ ଅଟକିବ ନାହିଁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ଚାଷୀ-ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ-ନୂଆବସ୍ତ୍ର ଲାଭ ହେବ ।

କୁମ୍ଭ – ଶିଳ୍ପ, ବ୍ୟବସାୟ, ପରିବହନ ରେ ଆଶାନୁରୂପ ଫଳ ପ୍ରାପ୍ତି ହୋଇପାରେ । ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାର୍ଯ୍ୟ କାମ ହେବ । ଆତ୍ମୀୟମାନେ ବିରୁଦ୍ଧାଚରଣ କରିପାରନ୍ତି । ଆର୍ଥିକ ଦୁରବସ୍ଥା କାରଣରୁ କେତେକ କାମ ଅଟକି ରହିଯିବ । ଆଜି ଯାହା କରନ୍ତୁ କିମ୍ବା ଯୁଆଡେ ଯାଆନ୍ତୁନା କାହିଁକି ଲାଭବାନ୍ ନିଶ୍ଚିତ ହେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।
ଚାଷୀ-ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ-ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ମୀନ – ସମ୍ପର୍କୀୟଙ୍କ ସହ ମତାନ୍ତର, ଭାତୃ ସମ୍ପର୍କ ହାନି ଘଟିବାର ଆଶଙ୍କା ରହିଛି । ସଭାସମତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ । ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବାରେ ସମ୍ପର୍କୀୟଙ୍କ ଅବଦାନକୁ ଭୁଲିପାରିବେ ନାହିଁ ।ଆନୁଷ୍ଠାନିକ କାମ କିମ୍ବା ସାସ୍କୁୃତିକ ଅନୁଷ୍ଠାନକୁ ଆମନ୍ତ୍ରିତ ହୋଇପାରନ୍ତି । ଆପଣ କୌଣସି କ୍ଷେତ୍ରରେ ନିରାଶ ହେବେ ନାହିଁ ଏବଂ ଆପଣଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇପାରିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
ଚାଷୀ-କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

   Related Posts