ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ନଭେମ୍ବର ୨୧ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

21/11/2022 at 7:15 AM

ମେଷ– ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ ଓ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡିବେ ।କର୍ମକ୍ଷେତ୍ରରେ ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲ ରହିବା କାରଣରୁ କାମ ଗୁଡିକ ଅଟକିବ ନାହିଁ । ସାମାଜିକ ସ୍ତରରେ ସାହିତ୍ୟ,କଳା,ସଙ୍ଗିତ କାର୍ଯ୍ୟରେ ଅଗ୍ରଗତି ଘଟିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।
କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
ରୋଗୀ-ଅସାଧ୍ୟ ରୋଗରେ ପୀଡିତ ହେବେ ।
ଚାଷୀ-ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ବୃଷ – ପ୍ରିୟଜନମାନଙ୍କ ସାହାର୍ଯ୍ୟରୁ ଅପରାହ୍ନେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି । ଦରକାରୀ କାଗଜପତ୍ର କୋଣସି ଅଲଗା ସ୍ଥାନରେ ରଖି ଠିକ୍ ସମୟରେ ପାଇପାରିବେ ନାହିଁ ।କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟର ଗତି ମନ୍ଥର ହେବ । ପରିବାରରେ ଭୁଲ୍ ବୁଝାମଣାରୁ ମାନୋମାଳିନ୍ୟ ଘଟିପାରେ । ଶୁଭ ରଙ୍ଗ ଲାଇଟ୍ ପିଙ୍କ୍ । ଶୁଭ ଅଙ୍କ ୨ ।
ଚାଷୀ-ଜଳ ସଞ୍ଚୟ କରନ୍ତୁ ।
ରୋଗୀ-ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ-ବିଦ୍ୟା ଆରୋହଣ କରିବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ମିଥୁନ – କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଦେଶ ଯାତ୍ରାକୁ ମନ ବଳାଇବେ । ପରୋକ୍ଷ ଶତ୍ରୁତା ପ୍ରତି ସଜାଗ ରହି କାମ କରିବା ଭଲ ହେବ । ଆଲୋଚନା ପରିସରରେ ସତର୍କତାର ସହ କଥାବାର୍ତ୍ତା ନକଲେ ଅପଦସ୍ଥ ହୋଇପାରନ୍ତି । ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।
ବ୍ୟବସାୟୀ- ବିଜୟୀ ହେବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ-ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ଗୃହିଣୀ- ପରକୁ ଆପଣାର କରିବେ ।

କର୍କଟ– ଆପଣଙ୍କ ପ୍ରୟୋଗାତ୍ମକ କୌଶଳ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ସମାଧାନରେ ସାହାର୍ଯ୍ୟ କରିବ ।କର୍ମକ୍ଷେତ୍ରରେ ନିଜର ଭୁଲ୍ ବୁଝାମଣାଜନିତ ବିଶୃଙ୍ଖଳା ମାନସିକ ସ୍ଥିତିକୁ କଳୁଷିତ କରିବ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାର୍ଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ । ମଉଜିଆ କଥା କହି ଅନ୍ୟକୁ ଆପଣାର କରିବେ, ଯାହାକି କାମ ହାସଲରେ ସାହାର୍ଯ୍ୟ କରିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।
କର୍ମଜୀବି-କାର୍ଯ୍ୟ କରି ପ୍ରଶଂସିତ ହେବେ ।
ଛାତ୍ରଛାତ୍ରୀ-ସ୍ମରଣ ଶକ୍ତି ପାଇଁ ବୁଧକାରକ ଚେର ବ୍ୟବହାର କରନ୍ତୁ ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।

ସିଂହ – ଆଜି ଅର୍ଥ ଲାଭ, ସମ୍ମାନ ପ୍ରାପ୍ତି, କାର୍ଯ୍ୟ ସିଦ୍ଧି ହେତୁ ମନ ପ୍ରଫୁଲ୍ଲ୍ ରହିବ । ଈର୍ଷା ଓ ଅସୂୟା ମନୋଭାବ ଓ ପୋଷଣ କରି ନିଜ ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି । ଅଧିକାଂଶ ସମୟ ଆର୍ଥିକ ଅନଟନ, ରୋଗ,ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ । ପୁନଶ୍ଚ କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଶୁଭ ରଙ୍ଗ ଆକାଶୀ । ଶୁଭ ଅଙ୍କ ୯ ।
ଚାଷୀ-ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ-ଅର୍ଥ ହାନୀ ହେବ ।
ଗୃହିଣୀ-କାର୍ଯ୍ୟରେ ବ୍ୟସ୍ତ ରହିବେ ।

କନ୍ୟା – ଯେକୌଣସି କାମ ଆରମ୍ଭ ପୂର୍ବରୁ ସରଳ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ନିଜ ପରିସରରେ କୌଣସି ସ୍ପର୍ଶକତା କାଥାରେ ଚିହ୍ନା ପଡନ୍ତୁ ନାହିଁ । ଅଧିକାଂଶ ସମୟରେ ଅପୂରଣୀୟ ଆଶା ମନରେ ନିରାଶା ଭାବ ସୃଷ୍ଟି କରିବ । ଅବଶ୍ୟ କେତେକ କ୍ଷେତ୍ରରେ ବନ୍ଧୁମାନଙ୍କ ସହ ଯୋଗରୁ ଉତ୍ସାହିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।
ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।
କର୍ମଜୀବି-ସଫଳତା ହାତ ଛଡା ହୋଇଯିବ ।
ଛାତ୍ରଛାତ୍ରୀ-ବହୁ ପରିଶ୍ରମ କରିବାକୁ ପଡିବ ।
ରୋଗୀ-ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ତୁଳା – ସୁସ୍ଥତା ଫେରିପାଇବେ କିନ୍ତୁ ହଇରାଣ ହେବାକୁ ପଡିପାରେ ।ପରିବାରରେ ସାଧାରଣ କଥାରେ ପାଟିତୁଣ୍ଡ ହୋଇ କଚେରି ପର୍ଯ୍ୟନ୍ତ ଯାଇପାରନ୍ତି । ପାରିପାଶ୍ୱିର୍କ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଦିନ ଗୋଟାଏ ପରେ ଏକପ୍ରକାର ସାମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ-ବିଦ୍ୟା ଆରୋହଣ କରିବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ଅର୍ଥ ହାନୀ ହେବ ।
ଗୃହିଣୀ-କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବିଛା – ଆଜିର ଯାତ୍ରା, ବାଣିଜ୍ୟ, ବିବାଦୀୟ ଘଟଣା ଓ ପରିବହନରେ ସମସ୍ୟା ଏହାର କାରଣ ହେବ । ଆତ୍ମୀୟଙ୍କ ସହାୟତାରେ ବହୁ କଷ୍ଟ ସ୍ୱୀକାର କରି ଟଙ୍କା ଯୋଗାଡ କରିବାରେ ସକ୍ଷମ ହେବେ । ବିଭିନ୍ନ ପ୍ରକାର ପାରିବାରିକ ସମସ୍ୟା ବିଷୟ ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ନୀଚ ସଂସର୍ଗରୁ ଦୂରେଇ ରହିବ । ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି । ଶୁଭ ରଙ୍ଗ ଧୂଷର । ଶୁଭ ଅଙ୍କ ୮ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ-ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କର୍ମଜୀବି-କାର୍ଯ୍ୟ କରି ପ୍ରଶଂସିତ ହେବେ ।
ଛାତ୍ରଛାତ୍ରୀ-ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
ରୋଗୀ-ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଚାଷୀ-ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ଧନୁ – ନିଜସ୍ୱ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ । ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରହନ୍ତୁ, ନତୁବା ଅସୁବିଧାରେ ପଡିପାରନ୍ତି । ଆଜି ଦିନଟି ପ୍ରତିଟି କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇବ । ସଭାସମିତି, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।
ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ-ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ-ବିଦ୍ୟା ଆରୋହଣ କରିବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ମକର – ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେଇପାରେ । ପରିବାର ଭିତରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ ।ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ସମ୍ପର୍କ ରହିଥିବା ବନ୍ଧୁଟି କ୍ରମଶଃ ଦୂରେଇ ଯିବ । ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ ଓ କୌଣସି କ୍ଷେତ୍ରରେ ତାହାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରି ଉପକୃତ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ବ୍ୟବସାୟୀ-ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କର୍ମଜୀବି-କାର୍ଯ୍ୟରେ ଅବହେଳା କରିବେ ନାହିଁ ।
ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
ରୋଗୀ-ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

କୁମ୍ଭ – ଆଜି ଆପଣ ନୂତନ ଗୃହ, ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ । ସତର୍କତା ଅଭାବରୁ ଟଙ୍କା, ସୁନା, ଚୋରି ହୋଇଯାଇପାରେ । ଲକ୍ଷ୍ୟ ଭ୍ରଷ୍ଟ ହୋ ମରୀଚିକା ପଛରେ ଦୌଡି ପାରନ୍ତି । ଆତ୍ମୀୟମାନଙ୍କ ସହ ଯୋଗରେ ସହଜ ଓ ସୁବିଧାରେ ଆଜିର କାମଗୁଡିକ ସମ୍ପନ୍ନ ହୋଇଯିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ସୁବିଧା ହେବ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।
ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

ମୀନ – ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ବନ୍ଧୁଙ୍କ ସହାୟତାରେ ଅଭିଳଷିତ କାମ ହାସଲ କରିବେ । କୌଣସି ବନ୍ଧୁଙ୍କ ମିଥ୍ୟା ପ୍ରତିଶ୍ରୁତିରେ ସବୁ ଦୁଃଖ ଭୁଲିଯିବେ, ଯାହାକି ପରିକ୍ଷଣରେ ପାରିବାରିକ ଜୀବନରେ ପ୍ରତିକୂଳ ପ୍ରଭାବ ପକାଇବ । ଈର୍ଷାପରାୟଣ ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । ନିର୍ମାଣ ଓ ପରିବହନରେ ସଫଳତା ହାସଲ କରିବେ ଓ ଜମା ଧନ ବୃଦ୍ଧି ପାଇବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।
କର୍ମଜୀବି-କାର୍ଯ୍ୟ କରି ପ୍ରଶଂସିତ ହେବେ ।
ଛାତ୍ରଛାତ୍ରୀ-ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
ରୋଗୀ-ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

   Related Posts