ଅକ୍ଟୋବର ୦୨ ତାରିଖ, ରବିବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 02, 2022 IST

ମେଷ–କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ଆଜିର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡିପାରେ । ସମ୍ମୁଖୀରେ ଭଲ କହୁଥିବାଲୋକଟି ପଛରେବିଭିନ୍ନ ପ୍ରକାର କଥା କହୁଥିବାରଶୁଣିବାକୁ ପାଇବେ । ଆର୍ଥିକସ୍ଥିତି ଦୁର୍ବଳ ହେତୁ ତାହା ହିଁ ଚିନ୍ତାର କାରଣ ହୋଇପାରେ। ଶୁଭରଙ୍ଗକଫି ।ଶୁଭ ଅଙ୍କ ୨ ।
ଚାଷୀ-ଜଳବାୟୁ ପ୍ରତିସତର୍କରୁହନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ-ବିଦ୍ୟାରେ ମନ ଦେବେ ।
କର୍ମଜୀବି-ଅର୍ଥ ମିଳିବ ।
ବ୍ୟବସାୟୀ- ସଫଳତାମିଳିବ ।
ଗୃହିଣୀ- ସୁଖୀହେବେ ।

ବୃଷ–ସହକର୍ମୀଙ୍କ ସହିତ କର୍ମକ୍ଷେତ୍ରରେ ଝଗଡା ଲାଗିପାରେ । ଗଠନମୂଳକ ପ୍ରେରଣା ଦେଇ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ । ଆଜିରକାମରେ ପଡୋଶୀସହ-ଯୋଗର ହାତବଢାଇବେ । ଆଲୋଚନାକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ସମୟରେ କରିପାରିବେନାହିଁ । ଅପରାହ୍ନରେ ଆନୁଷ୍ଠାନିକକାମରେ ଯାଇ ଜଣେ ପଦସ୍ଥବ୍ୟକ୍ତିଙ୍କସାନ୍ନିଧ୍ୟ ଲାଭକରିପାରନ୍ତି ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୬ ।
ଗୃହିଣୀ-ସୁଖ ଅନୁଭବକରିବେ ।
ବ୍ୟବସାୟୀ- ସଦ୍‌ବ୍ୟବହାରକରନ୍ତୁ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ-ବ୍ୟାୟାମ୍‌କରନ୍ତୁ ।
ରୋଗୀ-ବ୍ୟାୟାମ୍‌କରିବାଉଚିତ୍ ।
ଚାଷୀ-ଜୈବିକସାରମାଟିରେବ୍ୟବହାରଉଚିତ୍ ।

ମିଥୁନ - ପାରିବାରିକ ଅସହଯୋଗରୁ କାର୍ଯ୍ୟହାସଲ ନହେବା ହେତୁ ଚିନ୍ତିତ ହେବେ ।ଅଶାନ୍ତି ଓ ରାଗକୁ ନିୟନ୍ତ୍ରଣରେ ନ ରଖିଲେ ତିକ୍ତତା ସୃଷ୍ଟି ହୋଇପାରେ । କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣସହ-ଯୋଗ ପାଇବେ ଓ କାମଟି ମଧ୍ୟ କରିବେ ।ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖରେ କଟିବ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ଚାଷୀ- ଚାଷକାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି- କାର୍ଯ୍ୟତତ୍ପରରହିବେ ।
ବ୍ୟବସାୟୀ- ଅର୍ଥ ହାନୀହେବ ।
ଗୃହିଣୀ- ପୂଜା ପାଠରେବ୍ୟସ୍ତରହିବେ ।

କର୍କଟ– ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିବେ । ଭାଇ, ବନ୍ଧୁ ଓ କୁଟୁମ୍ବଙ୍କସହସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇପାରେ ।ମଧ୍ୟାହ୍ନରେ ଜଣେ ପ୍ରତିଷ୍ଠାବାନ୍‌ବ୍ୟକ୍ତିଙ୍କସାନ୍ନିଧ୍ୟ ଲାଭକରି ଆତ୍ମବିଭୋର ହୋଇପାରନ୍ତି ।ମାଲିମିକଦ୍ଦମାରେ ଜୟ ଲାଭ କରିବାର ଆଶାକ୍ରମଶଃ ବୃଦ୍ଧି ପାଇପାରେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୩ ।
ଗୃହିଣୀ-ସୁଖ ଅନୁଭବକରିବେ ।
ବ୍ୟବସାୟୀ-ସୁଯୋଗକୁହାତଛଡାକରନ୍ତୁ ନାହିଁ ।
କର୍ମଜୀବି-କାର୍ଯ୍ୟକରି ପ୍ରଶଂସିତହେବେ ।
ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।

ସିଂହ –କାଶ ଓ କଫଜନିତ ପୀଡାରୁ କଷ୍ଟ ଅନୁଭବ କରିପାରନ୍ତି ।ସମସ୍ୟା ଭିତରେ ଗତିକରି ମଧ୍ୟ ପଛକୁ ଫେରିବା ଚିନ୍ତା କରିବେ ନାହିଁ ।ବନ୍ଧୁ କିମ୍ବା ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌନସି ନୂତନ କାମ କରିପାରନ୍ତି । ପରିବାରବର୍ଗଙ୍କ ସହାୟତା ପାଇବେ ଓ ଆନନ୍ଦ ମନରେ କାମ କରିବେ । ଶୁଭରଙ୍ଗବ୍ରାଉନ୍ ।ଶୁଭ ଅଙ୍କ ୯ ।
ଗୃହିଣୀ- ସୁବିମଳକୀର୍ତ୍ତିର ଅଧିକାରୀହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭହେବ ।
କର୍ମଜୀବି- ସରକାରୀସ୍ତରରୁ ଲାଭ ଉଠାଇବେ ।
ଛାତ୍ରଛାତ୍ରୀ- ଥଣ୍ଡାକାଷହୋଇପାରେ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

କନ୍ୟା– ଆତ୍ମୀୟଙ୍କ ପାଇଁ ଚିନ୍ତା ବଢିପାରେ । ଆଜି ଦିନଟିରେ କିଛି ପାଇବାର ଆଶାରଖିଲେ କିଛି ଦେବା ପାଇଁ ଚେଷ୍ଟାକରନ୍ତୁ ।ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ । ବ୍ୟବସାୟକ୍ଷେତ୍ରରେ ଅଧିକ କିଛି ଆଶାମନରେ ଦୁଃଖ ଦେଇପାରେ । ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୮ ।
ଗୃହିଣୀ-ସୁଖୀହେବେ ।
ବ୍ୟବସାୟୀ-ସଫଳତାମିଳିବ । କର୍ମଜୀବି-ସହଯୋଗମିଳିବ ।
ଛାତ୍ରଛାତ୍ରୀ-ବହୁ ପରିଶ୍ରମକରିବାକୁ ପଡିବ ।
ରୋଗୀ-ରୋଗରୁମୁକ୍ତହୋଇପାରନ୍ତି ।
ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ତୁଳା– ଆନୁଷ୍ଠାନିକ କ୍ଷେତ୍ରରେ, ଲେଖାପଢାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରିବେ । ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ । ଅଫିସକାମରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ ମାତ୍ର ଆପଣଙ୍କୁ ଅନ୍ୟମାନେ ସାହାର୍ଯ୍ୟକରିବେ । ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିଯାଇପାରେ । ଅର୍ଥନ ସମ୍ବନ୍ଧିତକାମରେ ସଫଳତା ପାଇବେ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୫ ।
ଗୃହିଣୀ- ପରକୁ ଆପଣାରକରିବେ ।
ବ୍ୟବସାୟୀ-ହାତକୁ ଆସୁଥିବାଡିଲ୍‌, ପଳେଇ ଯାଇପାରେ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
ରୋଗୀ-ଅସାଧ୍ୟ ରୋଗରେ ପୀଡିତହେବେ ।
ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।

ବିଛା–ବାଣିଜ୍ୟ ଓ ପରିବହନାଦି ବିଭିନ୍ନ ଦିଗରୁ ଲାଭବାନ ହେବେ । ଯାହା ଦୀର୍ଘ ଦିନରୁ ହୋଇ ପାରିନଥିଲା ଆଜି ଆକସ୍ମିକ ଭାବରେ ତାହା ହୋଇଯିବ । ବନ୍ଧୁଙ୍କ ନିକଟରୁ ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇବା ସକାଶେ ବ୍ୟାକୁଳତା ପ୍ରକାଶ କରିବେ ।ସହକର୍ମୀମାନଙ୍କ ତରଫରୁ ସମସ୍ୟା ଆସିପାରେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୧ ।
ଚାଷୀ-ଚାଷକାର୍ଯ୍ୟରେ ଉନ୍ନତି ପରିଲକ୍ଷିତହେବ ।
ରୋଗୀ-ଡାକ୍ତରୀ ପରୀକ୍ଷାକରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ-ବିଜ୍ଞହେବେ ।
କର୍ମଜୀବି-ସହଯୋଗ ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ଧର୍ଯ୍ୟବାନ୍‌ ହେବେ ।

ଧନୁ – ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ । କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ । ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟସମାଧାନର ପନ୍ଥା ଖୋଜିପାଇବେ । ଅଫିସରେ ସହକର୍ମୀମାନଙ୍କ ସହ ମିଷ୍ଟାଳାପରେ ମାତିରହିବେ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୬ ।
ଗୃହିଣୀ- ସଦିଚ୍ଛାଭାବରହିବ ।
ବ୍ୟବସାୟୀ-ନୂଆଡିଲ୍‌ମିଳିବ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
ରୋଗୀ-ଅସାଧ୍ୟ ରୋଗରେ ପୀଡିତହେବେ ।
ଚାଷୀ-ଆଧୁନିକ ପଦ୍ଧତିରେ ଚାଷକାର୍ଯ୍ୟ କରିବେ ।

ମକର–କର୍ମକ୍ଷେତ୍ରରେ ପ୍ରତ୍ୟେକ ଘଟଣାକୁସନ୍ଦେହ ଦୃଷ୍ଟିରେ ଦେଖିବେ । ଆଜି କୋନସି ବ୍ୟକ୍ତିଠାରୁ ହଠାତ୍‌ କିଛି ଖବର ପାଇବିଚଳିତବୋଧ କରିବେ । ଉପରିସ୍ଥ ଅଧିକାରିମାନେ କାମହାସଲ ସକାଶେ ଆପଣଙ୍କ ସହ-ଯୋଗଲୋଡିପାରନ୍ତି । ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନିଘଟିପାରେ ।ଶୁଭରଙ୍ଗ ପିଙ୍କ୍ । । ଶୁଭ ଅଙ୍କ ୮ ।
ଚାଷୀ-ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ-ଆଜିକିଛି ଦିନ ସତର୍କରୁହନ୍ତୁ ।
ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
କର୍ମଜୀବି-ଅର୍ଥ ହାନୀହେବ ।
ବ୍ୟବସାୟୀ-ଅର୍ଥ ହାନୀହେବ ।
ଗୃହିଣୀ-ସୁଖ ଅନୁଭବକରିବେ ।

କୁମ୍ଭ- ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ । ଅଫିସରେ ସାଧାରନ କଥାରେ ହଠାତ୍‌ କଳହ ସୃଷ୍ଟି ହୋଇପାରେ । କଳହ, ଧନହାନି, ପରିବହନରେ ତର୍କବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ପାଟିତୁଣ୍ଡ ଲାଗି ରହିବ ।ଶୁଭରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୫ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁଉତ୍ତମ ।
ବ୍ୟବସାୟୀ-ହାତକୁ ଆସୁଥିବାଡିଲ୍‌, ପଳେଇ ଯାଇପାରେ ।
କର୍ମଜୀବି-ପ୍ରମୋସନ୍‌ମିଳିବ ।
ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
ରୋଗୀ-ଅସାଧ୍ୟ ରୋଗରୁମୁକ୍ତହେବେ ।
ଚାଷୀ-ଜଳବାୟୁବିଷୟରେସଠିକ୍‌ବିବରଣୀ ନିଅନ୍ତୁ ।

ମୀନ -ଖଳ ପ୍ରକୃତିର ଲୋକମାନେ ବିରୁଦ୍ଧା ଚରଣ କରିପାରନ୍ତି । କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛିହେବନି । ପରିବାର ଭିତରେ ଅଯଥା ବ୍ୟସ୍ତତା ପ୍ରକାଶକରି ସମାଲୋଚିତ ହେବେ । ପରିସ୍ଥିତିବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ । ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୨ଞ୍ଜ ।
ଚାଷୀ-ଉତ୍ତମବିହନ, କୃଷିବି ଭାଗରୁ ଆଣନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭହେବ ।
ଗୃହିଣୀ-ନୂଆ ବସ୍ତ୍ର ଲାଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.