Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ସେପ୍ଟେମ୍ବର ୨୫ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

25/09/2022 at 7:00 AM

ମେଷ–ମୂଲ୍ୟହୀନ କଥାରେ ବିଭ୍ରାନ୍ତ କରାଇ ମାନସିକ ଅସ୍ଥିରତା ସୃଷ୍ଟି କରିବ । ରବିବାର ବନ୍ଧୁମାନଙ୍କ ପରୋକ୍ଷ ସାହାଯ୍ୟରେ ଫଳରେ ଦୀର୍ଘ ଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ । କର୍ମକ୍ଷେତ୍ର ଓ ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି କରିବେ । ନୂତନ ଯୋଜନା କାର୍ଯ୍ୟକାରୀ ଏବଂ ମାନସିକ ଖୁସି ଲାଭ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

 ଚାଷୀ- ଶ୍ରମ ସାର୍ଥକ ହେବ ।

 ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

 ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

 କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

 ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବୃଷ – ଅବଶ୍ୟ ଭାଗ୍ୟସ୍ଥାନରେ ରାଶ୍ୟାଧିପ ଆପଣଙ୍କୁ ସମସ୍ତ ସୌଭାଗ୍ୟର ମାର୍ଗଦର୍ଶନ କରାଇବେ । ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ନୂତନ ଯୋଜନା କାର୍ଯ୍ୟକାରୀ ହେବ । ଉଜ୍ଜ୍ୱଳ ଭବିଷ୍ୟତ କଳ୍ପନା କରିବେ । ବ୍ୟବସାୟରେ ଉନ୍ନତି ହୋଇପାରେ । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୩ ।

 ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

 ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

 ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

 କର୍ମଜୀବି- ଅର୍ଥ ହାନୀ ହେବ ।

 ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

 ଗୃହିଣୀ- ଧାର୍ମିକ ହେବେ ।

ମିଥୁନ – ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି । ରବିବାର ମାତ୍ରାଧିକ ଭ୍ରମଣ ଯୋଗୁଁ କ୍ଳାନ୍ତି ଅନୁଭବ କରିବେ । ପରିବାରରେ ଆପୋସ ମିଳାମିଶାରୁ ସମସ୍ୟାର ସରଳ ସମାଧାନ ଘଟିବ । ଆର୍ଥିକ ସ୍ଥିତି ବଳବାନ ଓଉଦଯୋଗ ସିଦ୍ଧ ହେବ । ବ୍ୟବସାୟରେ ଅଗ୍ରଗତି ଏବଂ ନୂତନ ଯୋଜନା କାର୍ଯ୍ୟକାରୀ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

 ଚାଷୀ- ଜଳ ସଞ୍ଚୟ କରନ୍ତୁ ।

 ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

 ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।

 କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

 ଗୃହିଣୀ- ସୁଖଭାରା ଦିନଟି ।

କର୍କଟ– ଅର୍ଥ ଲାଭ, ମନୋରଞ୍ଜନର ମଉକା, କଳା, ସାହିତ୍ୟରେ ଅଭିରୁଚି ପ୍ରଦାନ କରିବ । ବିବାଦୀୟ ଘଟଣାର ପରିସମାପ୍ତ ହେତୁ ଟେନସନ୍ କମିଯିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । କଳା ସଂସ୍କୃତି କ୍ଷେତ୍ରରେ ଅଗ୍ରଗତି କରିବେ । ନୂତନ ପୋଷକ କିଣିବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ଶୁଭ ରଙ୍ଗ ଗ୍ରୀନ । ଶୁଭ ଅଙ୍କ ୧ ।

 ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

 ରୋଗୀ- ସୁସ୍ଥ ଅନୁଭବ କରିବେ ।

 ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

 କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

 ବ୍ୟବସାୟୀ- ବିଜୟୀ ହେବେ ।

 ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ସିଂହ – କର୍ମ କ୍ଷେତ୍ରରେ , ପରିବାରରେ, ମିତ୍ର ବନ୍ଧୁ ରେ , ଲେଖାପଢା ରେ ସଫଳତା ହାସଲ କରିବେ । ଅସମ୍ପୂର୍ଣ୍ଣ କାମରୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ଅଜଣା ବ୍ୟକ୍ତି ସାହାର୍ଯ୍ୟ କରିବେ । ଉନ୍ନତ ମାନର କାର୍ଯ୍ୟ କରି, ଜ୍ଞାନ ଗବେଷଣା ଦିଗରେ ଅଗ୍ରଗତି କରିବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ରାଜନୀତିରେ ଅଗ୍ରଗତି ହୋଇପାରେ ।ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

 ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

 ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

 ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

 କର୍ମଜୀବି- ପ୍ରଶଂସିତ ହେବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

 ଗୃହିଣୀ- ସୁଖ ଅନୁଭବ କରିବେ ।

କନ୍ୟା – ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହୋଇପାରନ୍ତି । ପେଟଗୋଳମାଳ, ଆଣ୍ଠୁଗଣ୍ଠି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କଚେରି ମାମଲା କିମ୍ବା ଆକସ୍ମିକ କଳହଜନିତ ଦୁଶ୍ଚିନ୍ତା ବୃଦ୍ଧି ପାଇବ । ଗଭୀର ଭାବରେ ଅନୁଧ୍ୟାନ କରି ନିଷ୍ପତ୍ତି ଗ୍ରହଣ କରିବେ । ଭାବିଥିବା କାମର ଗତି ମଜଭୁତ ରହିବ । କିଛି ଲୋକଙ୍କର ଆପଣ ଉନ୍ନତି କରାଇବେ । ଶୁଭ ରଙ୍ଗ ଧଳା ।ଶୁଭ ଅଙ୍କ ୪ ।

 ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

 ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

 ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।

 କର୍ମଜୀବି- ସମ୍ମାନିତ ହେବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

 ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ତୁଳା-ବନ୍ଧୁମାନଙ୍କ ସାହାର୍ଯ୍ୟ ରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡିପାରିବେ । ବ୍ୟବସାୟିକ ସ୍ତରରେ , ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ଆବଶ୍ୟମ୍ଭାବୀ । ଅବଶ୍ୟ ସ୍ଥିର ମନ ନେଇ କାମ କଲେ ସମସ୍ୟାର ସମାଧାନ ହୋଇଯିବ ।ନୂତନ କର୍ମ ଯୋଜନା ସ୍ଥିର କରିବେ ଏବଂ ସାହିତ୍ୟ କଳା ଏବଂ ଗବେଷଣା ଦିଗରେ ଅଗ୍ରଗତି କରିବେ । ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।

 ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

 ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।

 କର୍ମଜୀବି- ପ୍ରଶଂସିତ ହେବେ ।

 ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

 ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ବିଛା – ରବିବାର ଯାତ୍ରା, ନିର୍ମାଣ, ପ୍ରକାଶନ ତଥା ରଜନୈତିକ ସ୍ଥିତି ଉନ୍ନତିମାନର ରହିବ । ଆଜିର ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ଏକଜିଦିଆ ମନୋବୃତ୍ତି ରୁ ପାରିବାରିକ କ୍ଷେତ୍ର ଅଶାନ୍ତ ରହିବ । ଆର୍ଥିକ ସ୍ଥିତି ବନ୍ଧୁଙ୍କ ସାହାଯ୍ୟରୁ ବଦଳି ଯାଇପାରେ । କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଉନ୍ନତି ହେବ । କଳା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ କରିବେ । ନୂତନ ଦିଗରୁ ଧନ ପ୍ରାପ୍ତି ହେବାର ସୁଯୋଗ ଅଛି । ଶୁଭ ରଙ୍ଗ କଫି। ଶୁଭ ଅଙ୍କ ୬ ।

 ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

 ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

 ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

 କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

 ବ୍ୟବସାୟୀ- ଅର୍ଥ ହାନୀ ହେବ ।

 ଗୃହିଣୀ- ଧାର୍ମିକ ହେବେ ।

ଧନୁ – ସ୍ୱାମୀ/ସ୍ତ୍ରୀ ରେ ବୁଝାମଣାର ଅଭାବଜନିତ ମନରେ ଅମେଳ ରହିପାରେ । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ମୁକାବିଲା କରିବାରେ ସମର୍ଥ ହେବେ ।ଦିନଟି ଆପଣଙ୍କ ଲାଗି ଖୁସି ନେଇ ଆସିଛି ।  ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ସବୁ କାମ ପୂରା ହେବ । ଚାକରି ସମ୍ବନ୍ଧରେ ଭଲ ଖବର ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

 ଚାଷୀ- ଜଳ ସଞ୍ଚୟ କରନ୍ତୁ ।

 ରୋଗୀ- ଅସୁସ୍ଥ ଅନୁଭବ କରିବେ ।

 ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

 କର୍ମଜୀବି- ସମ୍ମାନିତ ହେବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

 ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ମକର – ନିଜର ସ୍ୱାର୍ଥ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି । ଅବଶ୍ୟ ପ୍ରକାଶନ ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହୋଇପାରିବ । କେତେକ ଘଟଣାରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ପୁରୁଣା ଚିନ୍ତା ଭୁଲି ଆଗକୁ ବଢିବା ପାଇଁ ଭାବନ୍ତୁ । କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ ।  ଶୁଭ ରଙ୍ଗ ଆକାଶୀ । ଶୁଭ ଅଙ୍କ ୭ ।

 ଚାଷୀ- ଜଳ ସଞ୍ଚୟ କରନ୍ତୁ ।

 ରୋଗୀ- ଅସାଧ୍ୟ  ରୋଗ ରୁ ମୁକ୍ତ ହେବେ ।

 ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।

 କର୍ମଜୀବି- ଅର୍ଥ ହାନୀ ହେବ ।

 ବ୍ୟବସାୟୀ- ଅର୍ଥ ହାନୀ ହେବ ।

 ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

କୁମ୍ଭ  – ଆପଣଙ୍କର ଗାମ୍ଭୀର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି ପରକୁ ଆପଣାର କରିବାରେ ସାହାର୍ଯ୍ୟ କରିବ । ଅସମର୍ଥିତ ସୂତ୍ରରୁ ଅନ୍ୟମାନଙ୍କ କଥା ଶୁଣି ବ୍ୟସ୍ତତା ଅନୁଭବ କରିବେ ।ଆପଣଙ୍କ ଧ୍ୟନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍ ଆଲୋଚନା ଲାଭପ୍ରଦ ହୋଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

 ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

 ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

 ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

 କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

 ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

 ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ମୀନ – ଅଭାବ ରହିବନି, କାର୍ଯ୍ୟସିଦ୍ଧି ପରିପ୍ରେକ୍ଷୀରେ ମନ ମଧ୍ୟ ଖୁସି ରହିବ । ଗତକାଲି ର ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍ ଠିକ୍ ହୋଇଯିବ ।ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ଦିନଟି ଆପଣଙ୍କ ଲାଗି ଅନୁକୁଳ । ସଫଳତା ହାସଲ କରିବା ଲାଗି ତତ୍ପର ରହିବେ । ଆପଣଙ୍କ ଯାତ୍ରା ଲାଭଦାୟକ ରହିବ । ଶୁଭ ରଙ୍ଗ ଗାଢ ଧଳା । ଶୁଭ ଅଙ୍କ ୬ ।

 ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

 ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

 ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

 କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

 ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

 ଗୃହିଣୀ- ସୁଖୀ ହେବେ ।

   Related Posts