ସେପ୍ଟେମ୍ବର ୨୧ ତାରିଖ, ବୁଧବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 21, 2022 IST

ମେଷ:~ ମାନସିକ ସ୍ଥିତି ଦୁର୍ବଳ ରହିବା କାରଣରୁ କୌଣସି କାମ ସୁବିଧାରେ ହେବ ନାହିଁ। ଆଜି ଜହ୍ନ ମାମୁଁ ଭଳି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବିଶେଷଙ୍କ ମାଧ୍ୟମରେ ଆଦର ଓ ସମ୍ମାନ ପାଇବେ। ପାରିବାରିକ କ୍ଷେତ୍ରରେ, ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।

ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~ ୮

କର୍ମଜୀବି- ସ୍ୱକାର୍ଯ୍ୟ କରିବେ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି।

ଗୃହିଣୀ- ସ୍ୱାଭିମାନୀ ହେବେ।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ।

ବୃଷ:~ ପାରିବାରିକ ସମସ୍ୟା, ପରିବହନରେ ଝଗଡା, ଯାନବାହନରେ କ୍ଷତିର ଆଶଙ୍କା ରହିଛି।ଆକସ୍ମିକ ଖର୍ଚ୍ଚ ସହ ବାରମ୍ବାର ସ୍ଥାନାନ୍ତର ଓ ଅନ୍ୟମାନଙ୍କ ସମସ୍ୟା ଭିତରେ ନିଜକୁ ସାମିଲକରିବାକୁ ବାଧ୍ୟ ହୋଇପାରନ୍ତି। ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ପୂର୍ବକ ବ୍ୟସ୍ତତାବୃଦ୍ଧି ପାଇବ।

ଶୁଭ ରଙ୍ଗ:~ ଲାଲ, ଶୁଭ ଅଙ୍କ:~ ୨

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ।

ମିଥୁନ:~  ପରିସ୍ଥିତିରେ ପଡି ହାତରୁ ଖାଇ ପର ପାଇଁ ଖଟିବାକୁ ପଡିପାରେ। ସହକର୍ମୀଙ୍କଦୌରାତ୍ମ୍ୟ ଅସହ୍ୟ ହେବା କାରଣରୁ ନେଇ ବିବ୍ରତବୋଧ କରିବେ। ଆଶାନୁଯାୟୀ ଅର୍ତପ୍ରାପ୍ତି ଅବଶ୍ୟ ଘଟିବ କିନ୍ତୁ ପିଲାମାନଙ୍କ ସକାଶେ କିମ୍ବା ଶିକ୍ଷା କ୍ଷେତ୍ର ପାଇଁ ଅଥବା ଜମିଜମା, ଚୁକ୍ତିପତ୍ର କ୍ଷେତ୍ରରେ ବ୍ୟୟ କରିବାର ମଧ୍ୟ ସୂଚନା ରହିଛି।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୪

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ।

ରୋଗୀ-ସତର୍କତାର ଦିନ।

ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ।

କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ।

ଗୃହିଣୀ- ପରକୁ ଆପଣାର କରିବେ।

କର୍କଟ:~ ଆଜିର କର୍ମକ୍ଷେତ୍ରରେ ଅକାଟ୍ୟ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ।ଆଜି ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି, କାର୍ଯ୍ୟ ସିଦ୍ଧି, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେଲାଭାନ୍ୱିତ ହେବେ। ଜମିଜମା ବିବାଦ, ପଦୋନ୍ନତି, ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭପ୍ରଭୃତି ସୁଫଳ ପାଇବେ।

ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~ ୬

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ।

ବ୍ୟବସାୟୀ- ସଫଳତା ମିଳିବ।

ଗୃହିଣୀ- ସୁଖୀ ହେବେ।

ସିଂହ:~ ଯାତ୍ରାରେ ଅଭିଳଷିତ ଫଳ ପାଇବେ , କିନ୍ତୁ ସକାଳୁ ମନଟା ବିଗିଡି ଯାଇପାରେ। ଆକସ୍ମିକ ଅନିତୁ ଦୂରକୁ ଯାତ୍ରା, ପଡୋଶିନୀଙ୍କ ସହ ମତାନ୍ତର, ଆନୁଷ୍ଠାନିକ କାର୍ଯ୍ୟରେ ପ୍ରେରଣା ପାଇବେ। ଉଦ୍ୟମର ସଫଳତା ପ୍ରାପ୍ତି ଦିଗରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତିସାହାର୍ଯ୍ୟ କରିବେ।

ଶୁଭ ରଙ୍ଗ:~ ଲାଲ, ଶୁଭ ଅଙ୍କ:~ ୧

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍।

ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ।

କର୍ମଜୀବି- ସମ୍ମାନ ପାଇବେ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି।

ଗୃହିଣୀ- ମିତ୍ର ସୁଖ ପାଇବେ।

କନ୍ୟା:~ ଆର୍ଥିକ ସ୍ଥିତିରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଶିଳ୍ପ,ବାଣିଜ୍ୟ, ବ୍ୟବସାୟ ଓ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ। ଆତ୍ମୀୟମାନଙ୍କ ସହ ମନାନ୍ତର କିମ୍ବା କଳହବ୍ୟତୀତ ଅନ୍ୟ ପ୍ରତ୍ୟେକ ଦିଗରୁ ଦିନଟି ସୁନ୍ଦର ଭାବରେ ଅତିବାହିତ ହେବ। ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହୋଇପାରନ୍ତି।

ଶୁଭ ରଙ୍ଗ:~ ବ୍ରାଉନ୍, ଶୁଭ ଅଙ୍କ:~ ୫

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ।

ଗୃହିଣୀ- ପରକୁ ଆପଣାର କରିବେ।

ତୁଳା:~ ବିଭିନ୍ନ ପ୍ରକାର କାର୍ଯ୍ୟବ୍ୟସ୍ତତା କାରଣରୁ ସ୍ୱାସ୍ଥ୍ୟ ଭଲ ରହି ନ ପାରେ। ଆଜିଅବୁଝା ସନ୍ତାନ, ଅନାଦର ଆମନ୍ତ୍ରଣ, ଅଯଥା ତର୍କ ଜନିତ ବ୍ୟସ୍ତତା ବୃଦ୍ଧି ପାଇବ। କିନ୍ତୁ ମଙ୍ଗଳଙ୍କ ସୁପ୍ରଭାବରୁ ଆର୍ଥିକ ଉନ୍ନତି ହେବ। ସଭା ସମିତି କ୍ଷେତ୍ର ଉତ୍ତମ ରହିବ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୩

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ରୋଗୀ- ଅସାଧ୍ୟ ରୋଗରୁ ମୁକ୍ତ ହେବେ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ।

ବ୍ୟବସାୟୀ- ପ୍ରଚୁର ଲାଭ ହେବେ।

ଗୃହିଣୀ- ଧାର୍ମିକ ହେବେ।

ବିଛା:~ ବନ୍ଧୁଙ୍କ ସାହାର୍ଯ୍ୟ ହେତୁ ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବାର ଆଶା ରହିଛି। ସ୍ୱାସ୍ଥ୍ୟ ସମସ୍ୟା ସ୍ଥିର ରହିବ। ଈର୍ଷା କରୁଥିବା ଲୋକମାନଙ୍କର ପରୋକ୍ଷ ଚୁପ୍‌ଚାପ୍‌କଥା ମନରେ ଅସ୍ଥିରତା ସୃଷ୍ଟି କରିପାରେ। ରାହୁଙ୍କ ଦୋଷରୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି।

ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୬

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ।

ରୋଗୀ- ସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ।

ଗୃହିଣୀ- ସଦିଚ୍ଛା ଭାବ ରହିବ।

ଧନୁ:~ ରାଜନୀତି, ତଥା ଗଠନମୂଳକ କାର୍ଯ୍ୟ ପ୍ରତି ମନ ବଳିପାରେ। ପରିଜନଙ୍କ ଦ୍ୱାରାଆହୂତ ହୋଇ ସଭାସମିତିକୁ ନିମନ୍ତ୍ରିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି। ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି।

ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୯

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍।(ପରୀକ୍ଷିତ)

ରୋଗୀ- ସତର୍କତାର ଦିନ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ।

କର୍ମଜୀବି- ପ୍ରମୋସନ୍ ମିଳିବ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ।

ମକର:~ ପ୍ରତ୍ୟୁତ୍ମନମତିତା ହେତୁ ବିଶେଷ କିଛି ଅସୁବିଧା ହେବନି, କିନ୍ତୁ ବିବାଦୀୟକଥାରେ ମୁଣ୍ଡ ନ ପୂରାଇବା ଭଲ। ଆଜି ଘରେ ଯେମିତି ବାହାରେ ମଧ୍ୟ ସେମିତି ସବୁଠିଆଦର ଓ ସମ୍ମାନ, ପ୍ରଶଂସା ମଧ୍ୟରେ ମନ ଖୁସି ହୋଇଯିବ। ଅନ୍ୟ ଦ୍ୱାରା ଧନ ହାନିର ସୂଚନା ପ୍ରତି ସତର୍କ ରହିବା ଭଲ।

ଶୁଭ ରଙ୍ଗ:~ ମେରୁନ୍, ଶୁଭ ଅଙ୍କ:~ ୫

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍।

ରୋଗୀ- ୟୋଗା କରନ୍ତୁ।

ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି।

ଗୃହିଣୀ- ଧର୍ଯ୍ୟବାନ୍ ହେବେ।

କୁମ୍ଭ:~ ସାମୟିକ ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବାରେ ସୂଚନା ରହିଛି।ଗତକାଲିର ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ୱୀକାର କରିବାକୁ ପଡିବ। ଆଲୋଚନାପରିସରରେ କିମ୍ବା ସଭା ସମିତିରେ ନିଜର କିଛି ମତ ମନ୍ତବ୍ୟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଭ୍ରମଣ, ବନ୍ଧୁମିଳନରୁ ମନ ଖୁସି ରହିବ।

ଶୁଭ ରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~ ୨

ଚାଷୀ- ଉତ୍ତମ ଫଳ ପାଇବେ।

ରୋଗୀ- ସତର୍କତାର ଦିନ।

ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ।

କର୍ମଜୀବି- କର୍ମଚଞ୍ଚଳ ରହିବେ।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ଲୋକପ୍ରିୟତା ମିଳିବ।

ମୀନ:~ ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ।ଅଭାବ ନ ଥିଲେ କ’ଣ ହେଲା ହାତ ଖାଲି ରହିବା ଫଳରେ କିଣିବାକୁ ଇଚ୍ଛା ଥିଲେ ମଧ୍ୟ କିଣିପାରିବେ ନାହିଁ। ପରିସ୍ଥିତି ବଶତଃ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡିପାରେ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୧

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ।

ରୋଗୀ- ସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- ସମ୍ମାନ ପାଇବେ।

ବ୍ୟବସାୟୀ- ବିଜୟୀ ହେବେ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.