ସେପ୍ଟେମ୍ବର ୦୩ ତାରିଖ, ଶନିବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 03, 2022 IST

ମେଷ– କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଟି ସହ ବିବାଦ ବୃଦ୍ଧି ହୋଇପାରେ । ଆଜି ଆପଣଙ୍କୁ ଆଶାନୁଯାୟୀ ଅର୍ଥ ଲାଭ, ବ୍ୟବସାୟିକ ସଫଳତା ମିଳିବ ।  ପରିବହନରେ ସମସ୍ୟା ସମାଧାନ ଓ କଚେରି ମାମଲାରେ ବିଜୟୀ ହେବା ନିଶ୍ଚିତ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ଗୃହିଣୀ- ସୁବିମଳ କୀର୍ତ୍ତିର ଅଧିକାରୀ ହେବେ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

କର୍ମଜୀବୀ- ସୁଯୋଗ ପ୍ରାପ୍ତ କରିବେ ।

ଛାତ୍ରଛାତ୍ରୀ- ଅନ୍ୟ ଉପରେ ରାଗ ରଖିବେ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଚାଷୀ- ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି ।

ବୃଷ– ଈର୍ଷା ଓ ଅସୂୟାର ବଶବର୍ତ୍ତୀ ହୋଇ ନିଜ ଚତୁଃପାଶ୍ୱର୍ସ୍ଥ ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି । ଅଟକି ରହିଥିବା କାମଟିକୁ ପୁନଃ ଆରମ୍ଭ କରିବାକୁ ମନସ୍ଥ କରିପାରନ୍ତି । ଅନ୍ୟକୁ  ସାହାଯ୍ୟ ପ୍ରତିଶ୍ରୁତି ଦେଇ ହାସଲ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।

ଚାଷୀ- ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି ।

ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବୀ – ସମ୍ମାନିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମିଥୁନ – ପାରିବାରିକ କ୍ଷେତ୍ରରେ ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ । ଭୁଲ୍ ବୁଝାମଣା କାରଣରୁ ପାରିବାରିକ ସମସ୍ୟାର ସମାଧାନ କଷ୍ଟକର ହେବ । ସହକର୍ମୀ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଶେଷ ସମୟରେ ନାସ୍ତିବାଣୀ ଶୁଣାଇ ପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

କର୍ମଜୀବୀ – ସୁଯୋଗ ପ୍ରାପ୍ତ କରିବେ ।

ଛାତ୍ରଛାତ୍ରୀ- ଠିକ୍ କଥା ବି ଭୁଲ୍ ଲାଗିବ ।

ରୋଗୀ- ସୁସ୍ୱାଦୁ ଭୋଜନ ମିଳିବ ।

ଚାଷୀ- ଆର୍ଥିକ ସ୍ଥିତି ସ୍ୱଚ୍ଛଳତା ଦେଖା ଦେବ ।

ଗୃହିଣୀ- ମିତ୍ର ସୁଖ ପାଇବେ ।

କର୍କଟ– ଆଜି ମୁଖଭାବରେ ଚନ୍ଦ୍ର ପ୍ରଭାବରୁ ଅର୍ଥ ଲାଭ ସହ ବନ୍ଧୁଙ୍କ ନିକଟକୁ ଆଦର ସମ୍ମାନ ପାଇବେ । କର୍ମକ୍ଷେତ୍ରରେ କଠିନ ଶ୍ରମ, ଅତ୍ୟଧିକ ମାନସିକ ଚାପଜନିତ ସ୍ୱାସ୍ଥ୍ୟ ଭଲ ରହି ନ ପାରେ । ଅତ୍ୟଧିକ ଭାବ ପ୍ରବଣତା ହେତୁ କେତେକ ଆକସ୍ମିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।

ଗୃହିଣୀ- ସଦିଚ୍ଛା ଭାବ ରହିବ ।

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।

କର୍ମଜୀବୀ – ସୁଯୋଗ ପ୍ରାପ୍ତ କରିବେ ।

ଛାତ୍ରଛାତ୍ରୀ- ଅନ୍ୟ ଉପରେ ରାଗ ରଖିବେ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଚାଷୀ- କର୍ମ ଲାଭଜନକ ହେବ ।

ସିଂହ – ଦୀର୍ଘ ଦିନରୁ ଲାଗି ରହିଥିବା ସ୍ୱାସ୍ଥ୍ୟ ଓ ପାରିବାରିକ ସମସ୍ୟା ମନକୁ ଆନ୍ଦୋଳିତ କରିବ । ମତଭେଦ କାରଣରୁ ପରିବାର ମଧ୍ୟରେ ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରିବେ । କର୍ମକ୍ଷେତ୍ରରେ ଅକାରଣ ଅଭିଯୋଗ ସକାଶେ ଅନ୍ତରଙ୍ଗ ବନ୍ଧୁଟି ଉପରେ ସନ୍ଦେହ ଘନିଭୂତ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବୀ- କାର୍ଯ୍ୟରେ ସଫଳ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

କନ୍ୟା– ବନ୍ଧୁ ପ୍ରତିଶ୍ରୁତି ରକ୍ଷା କରି ଆବଶ୍ୟକ ସାହାଯ୍ୟ, ସହଯୋଗ ଅବଶ୍ୟ ପ୍ରଦାନ କରିବେ । ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ କାମଟି ଅଟକି ରହିବା କାରଣରୁ କ୍ଷୋଭ ପ୍ରକାଶ କରିବେ । ବହୁତ ଦିନରୁ ପ୍ରତୀକ୍ଷା କରିଥିବା ସରକାରୀ ସ୍ତରରୁ ହଠାତ୍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

କର୍ମଜୀବୀ – କାର୍ଯ୍ୟ କରି ପ୍ରଶଂସିତ ହେବେ ।

ଛାତ୍ରଛାତ୍ରୀ- ସଠିକ୍ ନିର୍ଣ୍ଣୟ ନେବେ ।

ରୋଗୀ- ଆତ୍ମ ସନ୍ତୋଷ ଲାଭ କରିବେ ।

ଚାଷୀ- ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି ।

ତୁଳା– କର୍ମକ୍ଷେତ୍ରରେ ଥିବା ସମୟ ମଧ୍ୟରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ନିଜ ମନ ଅନୁଯାୟୀ କୌଣସି କାମ ସମ୍ପନ୍ନ ନ ହେବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହେବ । ବିଶେଷ ଗୁରୁତର ନ ହେଲେ ମଧ୍ୟ ପରିବାରରେ ସାଧାରଣ କଥାରୁ କଳହ ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

ଚାଷୀ- ଗୋବର କ୍ଷତ ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

କର୍ମଜୀବୀ- ପ୍ରଶଂସିତ ହେବେ ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ବିଛା– ପ୍ରଶାସନ, ଆଇନ, ଅଦାଲତ ସମ୍ବନ୍ଧୀୟ ଝମେଲାର ଅବସାନ ଘଟିବ । କର୍ମ କ୍ଷେତ୍ରରେ ପ୍ରତିବନ୍ଧକ ଉପୁଜିବା ଜନିତ କେତେକ ଗୁରୁତ୍ୱପୂର୍ଣ୍ଣ କାମ ସମ୍ପନ୍ନ କରିପାରିବେ ନାହିଁ । ସାଧାରନ କଥାକୁ କେନ୍ଦ୍ର କରି ପରିବାରରେ ମନାନ୍ତରର ଆଶଙ୍କା ରହିଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।

କର୍ମଜୀବୀ- ସ୍ୱକାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ଅମାନିଆ ହୋଇପାରନ୍ତି ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଚାଷୀ- ଆର୍ଥିକ ସ୍ଥିତି ସ୍ୱଚ୍ଛଳତା ଦେଖା ଦେବ ।

ଧନୁ – ଆଜି ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁ ସହ-ଯୋଗର ପ୍ରତିଶ୍ରୁତି ଦେବେ । ଅନିଷ୍ଟ ଚିନ୍ତା ନ କରୁଥିଲେ ମଧ୍ୟ ଆତ୍ମୀୟମାନେ ଭୁଲ୍ ବୁଝି ଦୂରେଇ ଯାଉଥିବାର ଅନୁଭବ କରିପାରନ୍ତି । ସମ୍ପର୍କୀୟଙ୍କ ପ୍ରତାରଣା ପୂର୍ଣ୍ଣ କଥାକୁ ବିଶ୍ୱାସ କରି ସ୍ତ୍ରୀ ଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।

କର୍ମଜୀବୀ- କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ମକର– ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । କୌଣସି ବିବାଦୀୟ ଘଟଣାବଳୀ ମନକୁ ଭାରାକ୍ରାନ୍ତ କରିପାରେ । ନୂତନ ଭାବେ ଆରମ୍ଭ କରିବାକୁ ମନସ୍ଥ କରିଥିବା କାମଟି ଆଦୌ ଅଟକିବ ନାହିଁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ଅର୍ଥ ଲାଭ ହେବ ।

କର୍ମଜୀବୀ – ଜଳଯାତ୍ରା ମନା ।

ଛାତ୍ରଛାତ୍ରୀ- ଅନ୍ୟ ଉପରେ ରାଗ ରଖିବେ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

କୁମ୍ଭ  – କଚେରି ମାମଲା କିମ୍ବା ପାରିବାରିକ ସମସ୍ୟା ବୃଦ୍ଧି ପାଇବା ହେତୁ ବ୍ୟସ୍ତତା ବଢିଯିବ । ଆଜି ପ୍ରତିଯୋଗୀତା , ପ୍ରତିଦ୍ୱନ୍ଦ୍ୱିତା, ମାଲିମୋକଦ୍ଦମା, ପ୍ରଭୃତିରେ ଆପଣଙ୍କ ସପକ୍ଷରେ ଅନୁକୂଳ ରହିବ । ଆଲୋଚନା କ୍ଷେତ୍ରରେ ସମସ୍ୟା ଦୂରେଇ ଯିବ । ଶୁଭ ରଙ୍ଗ ବାଦାମୀ ।ଶୁଭ ଅଙ୍କ ୪ ।

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

କର୍ମଜୀବୀ – ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ମୀନ – ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ରାଜନୀତି କ୍ଷେତ୍ରରେ ଆଶାନୁରୂପ ଫଳ ମିଳିବ । କର୍ମକ୍ଷେତ୍ରରେ ମତାନ୍ତର, ଶତ୍ରୁତା ଓ ଶିକ୍ଷା,ସନ୍ତାନ କ୍ଷେତ୍ରରେ ପ୍ରତିକୂଳତା ସୃଷ୍ଟି କରିବେ । ଆପଣଙ୍କ ସମ୍ମୁଖରେ ମିଠା କଥା କହୁଥିବା ବ୍ୟକ୍ତିଙ୍କ ଅଭିସନ୍ଧିମୂଳକ କାର୍ଯ୍ୟକଳାପ ପ୍ରତି ସଜାଗ ରହି କାମ କରିବା ଭଲ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

କର୍ମଜୀବୀ – ସୁ ସମ୍ବାଦ ପାଇବେ ।

ଛାତ୍ରଛାତ୍ରୀ- ବାପା ମା ଙ୍କ କଥା ମାନିବେ ।

ରୋଗୀ- ଆତ୍ମ ସନ୍ତୋଷ ଲାଭ କରିବେ ।

ଚାଷୀ- କାର୍ଯ୍ୟରେ ସଫଳତା ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.