୨୯ ସେପ୍ଟେମ୍ବର, ଶନିବାର

Published By : Prameya-News7 Bureau | September 29, 2018 IST

ମେଷ – ନିଜକୁ ଅସହାୟ ମନେ କରିପାରନ୍ତି । ବ୍ୟୟର ପରିମାଣ ବୃଦ୍ଦି ହୋଇପାରେ । କର୍ତ୍ତବ୍ୟନିଷ୍ଠା ହେବେ । କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଦେଖା ଦେଇପାରେ । ବୃଷ – ସୁଖ,ସନ୍ତୋଷ ଲାଭ କରିବେ । ପଡୋଶୀମାନଙ୍କ ସହିତ ସଦ୍ଭାବନା ରଖି ପ୍ରଶଂସିତ ହେବେ । ରୋଜଗାର ଆଶାନୁରୂପ ହେବ । ମିଥୁନ - ଆୟ ବୃଦ୍ଧିର ସୂଚନା ମିଳୁଛି । ସୁଖ-ସମ୍ମାନ ଲାଭ କରିବେ । ପାରିବାରିକ ସୁଖ ମିଳିବ । ବ୍ୟବସାୟ ଲାଭଯୁକ୍ତ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । କର୍କଟ- ବିଚାର-ବିମର୍ଶ ପୂର୍ବକ କାର୍ଯ୍ୟ କଲେ ବିଶେଷ ଉପକୃତ ହେବେ । ବହୁସୁଖର ଅଧିକାରୀ ହୋଇପାରନ୍ତି । ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିବେ । ସିଂହ – ବିଭିନ୍ନ ଘଟଣାକୁ କେନ୍ଦ୍ରକରି ବ୍ୟଥିତ ହୋଇପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ଶାରିରୀକ କ୍ଳେଶ ଅନୁଭବ କରିପାରନ୍ତି । କନ୍ୟା – ଦୃଢ ମନୋବଳ ନେଇ ବୃହତ୍ କର୍ମରେ ଯୋଗ ଦେଇ କୃକାର୍ଯ୍ୟ ହେବେ । ବନ୍ଧୁ ମିଳନ ଦ୍ୱାରା ମାନସିକ କ୍ଳେଶ ଦୂର ହେବ । ମିତ୍ରତା ବଳବତ୍ତର ହେବ । ତୁଳା – ଦୁଃସାହସିକ ପଦକ୍ଷେପ ନେଇ ଅସାଦ୍ୟ ସାଧନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ବନ୍ଧୁମାନେ ସହ ଯୋଗର ହାତ ବଢାଇବେ । ବିଛା – ଚିନ୍ତାରୁ ମୁକ୍ତି ମିଳିବ । ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ମାନସିକ ଶାନ୍ତି ଫେରି ପାଇବେ । ଧନୁ – ହାତଛଡା ହୋଇଥିବା କାର୍ଯ୍ୟ ପୁଣି ହାତକୁ ଆସିବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ କାର୍ଯ୍ୟ କରିବାକୁ ପଡିବ । ମକର – ନୂତନ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଇପାରନ୍ତି । ମନରେ ଅହଂଭାବ ଉଦ୍ରେକ ହୋଇପାରେ । ବସ୍ଥ୍ରଭୂଷଣ ଲାଭ ହୋଇପାରେ । କୁମ୍ଭ - ଅସତଜନଙ୍କ ପ୍ରତି ଘୃଣାଭାବ ଆସିପାରେ । ଦିନଟି ଭିତରେ ମିଶ୍ରିତ ଫଳ ମିଳିବ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ମୀନ - ସୁଖ-ସମ୍ମାନ ଲାଭ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ନୈତିକତା ବୃଦ୍ଧି ହୋଇପାରେ । ଲକ୍ଷ୍ମୀ ବରଦାୟିକା ଥିବାରୁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଲାଭବାନ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.