ଅଗଷ୍ଟ ୧୩ ତାରିଖ, ଶନିବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 13, 2022 IST

ମେଷ – ଯାହା କରିବା ପାଇଁ ଭାବୁଥିବେ ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ପରିସ୍ଥିତି ବଦଳି ଯାଇପାରେ। ଆଜି ଜହ୍ନ ମାମୁଁ ଭଳି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବିଶେଷଙ୍କ ମାଧ୍ୟମରେ ଆଦର ଓ ସମ୍ମାନ ପାଇବେ। ପାରିବାରିକ କ୍ଷେତ୍ରରେ, ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।

ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ବ୍ୟବସାୟୀ- ଧର୍ଯ୍ୟ ହରା ହୋଇପାରନ୍ତି ।

ଗୃହିଣୀ- ସ୍ୱାଭିମାନୀ ହେବେ ।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

ବୃଷ – ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ରହିଥିଲେ ମଧ୍ୟ ଅସୁବିଧା ହେବ ନାହିଁ । ଆକସ୍ମିକ ଖର୍ଚ୍ଚ ସହ ବାରମ୍ବାର ସ୍ଥାନାନ୍ତର ଓ ଅନ୍ୟମାନଙ୍କ ସମସ୍ୟା ଭିତରେ ନିଜକୁ ସାମିଲ କରିବାକୁ ବାଧ୍ୟ ହୋଇପାରନ୍ତି। ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ପୂର୍ବକ ବ୍ୟସ୍ତତା ବୃଦ୍ଧି ପାଇବ। ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୨ ।

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ମିଥୁନ – ପିଲାଙ୍କ ବିଷୟରେ, ସମ୍ପର୍କ ହାନି ଯୋଗୁ ମାନସିକ ଅସ୍ଥିରତା ଦେଖା ଦେବ ଆଶାନୁଯାୟୀ ଅର୍ତ ପ୍ରାପ୍ତି ଅବଶ୍ୟ ଘଟିବ କିନ୍ତୁ ପିଲାମାନଙ୍କ ସକାଶେ କିମ୍ବା ଶିକ୍ଷା କ୍ଷେତ୍ର ପାଇଁ ଅଥବା ଜମିଜମା, ଚୁକ୍ତିପତ୍ର କ୍ଷେତ୍ରରେ ବ୍ୟୟ କରିବାର ମଧ୍ୟ ସୂଚନା ରହିଛି ।

ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୪ ।

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ-ସତର୍କତାର ଦିନ ।

ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।

କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

ଗୃହିଣୀ- ପରକୁ ଆପଣାର କରିବେ ।

କର୍କଟ – ପ୍ରତି ବନ୍ଧକ ଲାଗି ରହିବା କାରଣରୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ। ଆଜି ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି, କାର୍ଯ୍ୟ ସିଦ୍ଧି, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭାନ୍ୱିତ ହେବେ। ଜମିଜମା ବିବାଦ, ପଦୋନ୍ନତି, ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ପ୍ରଭୃତି ସୁଫଳ ପାଇବେ।

ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

ବ୍ୟବସାୟୀ- ସଫଳତା ମିଳିବ ।

ଗୃହିଣୀ- ସୁଖୀ ହେବେ ।

ସିଂହ – ଦୀର୍ଘ ଦିନର ଆଶା ଫଳବତୀ ହେବାରେ ବନ୍ଧୁମାନେ ସାହାର୍ଯ୍ୟ କରିବେ । ଆକସ୍ମିକ ଅନିତୁ ଦୂରକୁ ଯାତ୍ରା, ପଡୋଶିନୀଙ୍କ ସହ ମତାନ୍ତର, ଆନୁଷ୍ଠାନିକ କାର୍ଯ୍ୟରେ ପ୍ରେରଣା ପାଇବେ। ଉଦ୍ୟମର ସଫଳତା ପ୍ରାପ୍ତି ଦିଗରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାର୍ଯ୍ୟ କରିବେ।

ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୧ ।

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

ଚା କର୍ମଜୀବି- ସମ୍ମାନ ପାଇବେ ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

ଗୃହିଣୀ- ମିତ୍ର ସୁଖ ପାଇବେ ।

କନ୍ୟା – ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ସଫଳତା ପାଇବେ ନାହିଁ । ଆତ୍ମୀୟମାନଙ୍କ ସହ ମନାନ୍ତର କିମ୍ବା କଳହ ବ୍ୟତୀତ ଅନ୍ୟ ପ୍ରତ୍ୟେକ ଦିଗରୁ ଦିନଟି ସୁନ୍ଦର ଭାବରେ ଅତିବାହିତ ହେବ। ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହୋଇପାରନ୍ତି।

ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

ଗୃହିଣୀ- ପରକୁ ଆପଣାର କରିବେ ।

ତୁଳା – ପରିବାର ଭିତରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ । ଆଜି ଅବୁଝା ସନ୍ତାନ, ଅନାଦର ଆମନ୍ତ୍ରଣ , ଅଯଥା ତର୍କ ଜନିତ ବ୍ୟସ୍ତତା ବୃଦ୍ଧି ପାଇବ । କିନ୍ତୁ ମଙ୍ଗଳଙ୍କ ସୁପ୍ରଭାବରୁ ଆର୍ଥିକ ଉନ୍ନତି ହେବ । ସଭା ସମିତି କ୍ଷେତ୍ର ଉତ୍ତମ ରହିବ ।

 ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୩।

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ।

ବ୍ୟବସାୟୀ- ପ୍ରଚୁର ଲାଭ ହେବ।

ଗୃହିଣୀ- ଧାର୍ମିକ ହେବେ।

ବିଛା – ଯାହା ବହୁତ ଦିନ ହେଲା ମନେ ମନେ ଭାବୁଥିଲେ ଆଜି ତାହା ବାସ୍ତବରେ ପରିଣତ ହେବ। ସ୍ୱାସ୍ଥ୍ୟ ସମସ୍ୟା ସ୍ଥିର ରହିବ । ଈର୍ଷା କରୁଥିବା ଲୋକମାନଙ୍କର ପରୋକ୍ଷ ଚୁପ୍‌ଚାପ୍ କଥା ମନରେ ଅସ୍ଥିରତା ସୃଷ୍ଟି କରିପାରେ। ରାହୁଙ୍କ ଦୋଷରୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

ଗୃହିଣୀ- ସଦିଚ୍ଛା ଭାବ ରହିବ ।

ଧନୁ – ଅନ୍ୟାୟ ବିରୋଧରେ ନିଜ ବନ୍ଧୁମାନଙ୍କ ଠାରୁ ସହ-ଯୋଗ ପାଇବେନି । କର୍ମକ୍ଷେତ୍ରରେ ଦୀର୍ଘଦିନରୁ ରହିଆସୁଥିବା ବିବାଦର ଅନ୍ତ ଘଟିବ । କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି । ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି ।

ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ରୋଗୀ- ସତର୍କତାର ଦିନ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- ପ୍ରମୋସନ୍ ମିଳିବ ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ମକର – ସରକାରୀ ସ୍ତରରୁ କିମ୍ବା ଆନ୍ର ସାହାର୍ଯ୍ୟରୁ ଉପକୃତ ହେବେ । ଆଜି ଘରେ

ଯେମିତି ବାହାରେ ମଧ୍ୟ ସେମିତି ସବୁଠି ଆଦର ଓ ସମ୍ମାନ, ପ୍ରଶଂସା ମଧ୍ୟରେ ମନ ଖୁସି ହୋଇଯିବ। ଅନ୍ୟ ଦ୍ୱାରା ଧନ ହାନିର ସୂଚନା ପ୍ରତି ସତର୍କ ରହିବା ଭଲ ।

ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ରୋଗୀ- ୟୋଗା କରନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

କୁମ୍ଭ – ଆଜି ଦିନଟି କିଛି ସୁଖ ସଙ୍ଗକୁ କିଛି ଦୁଃଖର ମିଶ୍ରିତ ଅନୁଭୂତି ପାଇବେ । ପାରିବାରିକ ଅସ୍ଥିରତା କେତେକାଂଶରେ ଦୂରୀଭୂତ ହେବ । ଆଲୋଚନା ପରିସରରେ କିମ୍ବା ସଭା ସମିତିରେ ନିଜର କିଛି ମତ ମନ୍ତବ୍ୟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।

ଭ୍ରମଣ, ବନ୍ଧୁମିଳନରୁ ମନ ଖୁସି ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।ଚାଷୀ- ଉତ୍ତମ ଫଳ ପାଇବେ ।ରୋଗୀ- ସତର୍କତାର ଦିନ ।

ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।

କର୍ମଜୀବି- କର୍ମଚଞ୍ଚଳ ରହିବେ ।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।

ମୀନ- ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ ଓ ଅଟକି ରହିଥିବା କାମଟିକୁ ସାକାର

କରିପାରିବେ । ଅଭାବ ନ ଥିଲେ କ’ଣ ହେଲା ହାତ ଖାଲି ରହିବା ଫଳରେ କିଣିବାକୁ ଇଚ୍ଛା ଥିଲେ ମଧ୍ୟ କିଣି ପାରିବେ ନାହିଁ । ପରିସ୍ଥିତି ବଶତଃ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡିପାରେ ।

ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ସମ୍ମାନ ପାଇବେ ।

ବ୍ୟବସାୟୀ- ବିଜୟୀ ହେବେ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.