ଜୁଲାଇ ୨୭ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 27, 2022 IST

ମେଷ–ଆଜି ବନ୍ଧୁମାନଙ୍କ ପରୋକ୍ଷ ସାହାର୍ଯ୍ୟ ଫଳରେ ଦୀର୍ଘ ଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ । କର୍ମକ୍ଷେତ୍ର ଓ ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି କରିବେ । ନୂତନ ଯୋଜନା କାର୍ଯ୍ୟକାରୀ ଏବଂ ମାନସିକ ଖୁସି ଲାଭ ହେବ । ବିବାଦରେ ଜିତାପଟ ନେବେ । ମହିଳାମାନେ ଘର କାମରେ ସଫଳତା ପାଇବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବୃଷ – ସହକର୍ମୀ ଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ନୂତନ ଯୋଜନା କାର୍ଯ୍ୟକାରୀ ହେବ । ଉଜ୍ଜ୍ୱଳ ଭବିଷ୍ୟତ କଳ୍ପନା କରିବେ । ବ୍ୟବସାୟରେ ଉନ୍ନତି ହୋଇପାରେ । ବହୁ ଦିନ ପଡିରହିଥିବା କାର୍ଯ୍ୟରେ ଅଗ୍ରଗତି କରିବ । ଦେହ ସୁସ୍ଥ ରହିବ । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୩ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
ଗୃହିଣୀ- ଧାର୍ମିକ ହେବେ ।

ମିଥୁନ – ପରିବାରରେ ଆପୋସ ମିଳାମିଶାରୁ ସମସ୍ୟାର ସରଳ ସମାଧାନ ଘଟିବ ।ଆର୍ଥିକ ସ୍ଥିତି ବଳବାନ ଓଉଦଯୋଗ ସିଦ୍ଧ ହେବ । ବ୍ୟବସାୟରେ ଅଗ୍ରଗତି ଏବଂ ନୂତନ ଯୋଜନା କାର୍ଯ୍ୟକାରୀ କରିବେ । ରାଜନୀତି କ୍ଷେତ୍ରରେ ଉନ୍ନତି ଓ ସାହିତ୍ୟ କଳା ସଂସ୍କୃତି ସଂଗୀତ କ୍ଷେତ୍ରରେ ସଫଳତା ପାଇବେ ।ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ସୁଖଭାରା ଦିନଟି ।

କର୍କଟ– ବିବାଦୀୟ ଘଟଣାର ପରିସମାପ୍ତ ହେତୁ ଟେନସନ୍ କମିଯିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । କଳା ସଂସ୍କୃତି କ୍ଷେତ୍ରରେ ଅଗ୍ରଗତି କରିବେ । ନୂତନ ପୋଷକ କିଣିବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ବିବାଦରେ ଜିତାପଟ ନେବେ । ମହିଳାମାନେ ଘର କାମରେ ସଫଳତା ପାଇବେ । ଶୁଭ ରଙ୍ଗ ଗ୍ରୀନ । ଶୁଭ ଅଙ୍କ ୧ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ସିଂହ – ଅସମ୍ପୂର୍ଣ୍ଣ କାମରୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ଅଜଣା ବ୍ୟକ୍ତି ସାହାର୍ଯ୍ୟ କରିବେ ।ଉନ୍ନତ ମାନର କାର୍ଯ୍ୟ କରି, ଜ୍ଞାନ ଗବେଷଣା ଦିଗରେ ଅଗ୍ରଗତି କରିବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ରାଜନୀତିରେ ଅଗ୍ରଗତି ହୋଇପାରେ । ବନ୍ଧୁ ମିଳନ ସମ୍ଭାବନା ଅଛି । ବିଦ୍ୟାର୍ଥୀମାନଙ୍କର ଉନ୍ନତି ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ସୁଖ ଅନୁଭବ କରିବେ ।

କନ୍ୟା – କଚେରି ମାମଲା କିମ୍ବା ଆକସ୍ମିକ କଳହଜନିତ ଦୁଶ୍ଚିନ୍ତା ବୃଦ୍ଧି ପାଇବ । ଗଭୀର ଭାବରେ ଅନୁଧ୍ୟାନ କରି ନିଷ୍ପତ୍ତି ଗ୍ରହଣ କରିବେ । ଭାବିଥିବା କାମର ଗତି ମଜଭୁତ ରହିବ । କିଛି ଲୋକଙ୍କର ଆପଣ ଉନ୍ନତି କରାଇବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ । ଶୁଭ ରଙ୍ଗ ଧଳା ।ଶୁଭ ଅଙ୍କ ୪ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ତୁଳା- ଅବଶ୍ୟ ସ୍ଥିର ମନ ନେଇ କାମ କଲେ ସମସ୍ୟାର ସମାଧାନ ହୋଇଯିବ ।ନୂତନ କର୍ମ ଯୋଜନା ସ୍ଥିର କରିବେ ଏବଂ ସାହିତ୍ୟ କଳା ଏବଂ ଗବେଷଣା ଦିଗରେ ଅଗ୍ରଗତି କରିବେ । ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହେବ । ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ । ଦିନଟି ଆପଣଙ୍କର ଭଲରେ କଟିବ ।ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ବିଛା –ଆର୍ଥିକ ସ୍ଥିତି ବନ୍ଧୁଙ୍କ ସାହାର୍ଯ୍ୟରୁ ବଦଳି ଯାଇପାରେ । କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଉନ୍ନତି ହେବ । କଳା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ କରିବେ । ନୂତନ ଦିଗରୁ ଧନ ପ୍ରାପ୍ତି ହେବାର ସୁଯୋଗ ଅଛି । ପାରିବାରିକ କ୍ଷେତ୍ରରେ ସହଯୋଗ ପାଇବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।
ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ଧାର୍ମିକ ହେବେ ।

ଧନୁ – ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ମୁକାବିଲା କରିବାରେ ସମର୍ଥ ହେବେ ।ଦିନଟି ଆପଣଙ୍କ ଲାଗି ଖୁସି ନେଇ ଆସିଛି । ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ସବୁ କାମ ପୂରା ହେବ । ଚାକରି ସମ୍ବନ୍ଧରେ ଭଲ ଖବର ପାଇବେ । ଶିକ୍ଷଣୀୟ କାର୍ଯ୍ୟରେ ଆପଣଙ୍କର ମନ ଲାଗିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ମକର – କେତେକ ଘଟଣାରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ପୁରୁଣା ଚିନ୍ତା ଭୁଲି ଆଗକୁ ବଢିବା ପାଇଁ ଭାବନ୍ତୁ । କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ । କାରବାର ସମ୍ବନ୍ଧୀୟ ଯାତ୍ରା କରିବାକୁ ପଡିପାରେ । ପାଇସା ସମ୍ବନ୍ଧିତ ବଡ ଫଇସଲା ଭାବିଚିନ୍ତି ନିଅନ୍ତୁ । ଶୁଭ ରଙ୍ଗ ଆକାଶୀ । ଶୁଭ ଅଙ୍କ ୭ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

କୁମ୍ଭ – ଅସମର୍ଥିତ ସୂତ୍ରରୁ ଅନ୍ୟମାନଙ୍କ କଥା ଶୁଣି ବ୍ୟସ୍ତତା ଅନୁଭବ କରିବେ ।ଆପଣଙ୍କ ଧ୍ୟନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍ ଆଲୋଚନା ଲାଭପ୍ରଦ ହୋଇପାରେ । ଫେସନ ଡିଜାଇନିଙ୍ଗ ଛାତ୍ରଙ୍କ ଲାଗି ଚାକିରିର ସୁଯୋଗ ଆସିବ । ପ୍ରେମରେ ସଫଳତା ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ମୀନ – ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ଦିନଟି ଆପଣଙ୍କ ଲାଗି ଅନୁକୁଳ । ସଫଳତା ହାସଲ କରିବା ଲାଗି ତତ୍ପର ରହିବେ । ଆପଣଙ୍କ ଯାତ୍ରା ଲାଭଦାୟକ ରହିବ । ଗବେଷଣାରେ ନୂଆ ପରିଯୋଜନା ମିଳିବ । ଜୀବନସାଥୀଙ୍କ ଠାରୁ ଖୁବ୍ ସୁନ୍ଦର ଉପହାର ପାଇବେ । ଶୁଭ ରଙ୍ଗ ଗାଢ ଧଳା । ଶୁଭ ଅଙ୍କ ୬ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ସୁଖୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.