୨୭ ଜାନୁଆରୀ ୧୯, ରବିବାର

Published By : Prameya-News7 Bureau | January 27, 2019 IST

ମେଷ – ଉପୁଜି ଥିବା ସମସ୍ୟାର ସମାଧାନ କରି କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢିବେ । ଉଚ୍ଚ ଆଶା ଫଳବତୀ ହେବ । ମନ ପ୍ରସନ୍ନ ରହିବ । ଧର୍ମ ପରାୟଣ ହେବେ ।


ବୃଷ – ହଜିଲା ଦ୍ରବ୍ୟ ଖୋଜିଲେ ପାଇବେ । ପରମ ଭାଗ୍ୟଶାଳୀ ହୋଇପାରନ୍ତି । ପରଦେଶବାସୀ ମଧୁର ଭାଷୀ ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର, ବିଦ୍ୟାପ୍ରେମୀ ହୋଇପାରନ୍ତି ।


ମିଥୁନ - ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ । ମିଷ୍ଟାନ୍ନ ଭୋଜନ ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ବ୍ୟବସାୟମୁଖୀ ହୋଇପାରନ୍ତି ।


କର୍କଟ- ଆମୋଦ-ପ୍ରମୋଦ ପାଇଁ ଆକର୍ଷିତ ହୋଇପାରନ୍ତି । ଏଥିପାଇଁ ଖର୍ଚ୍ଚାନ୍ତ ହେବେ । କାର୍ଯ୍ୟରେ ବାଧା ଉପୁଜି ପାରେ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି ।


ସିଂହ – ଯାତ୍ରାଦିରେ ବନ୍ଧୁଙ୍କ ସହିତ ସମ୍ମିଳିତ ହୋଇପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱି ହେବେ ।


କନ୍ୟା – କାର୍ଯ୍ୟରେ ଢେର ଉନ୍ନତି ଘଟିବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । କୁଳଦିପକ ହେବେ । ମନ ପ୍ରସନ୍ନ ରହିବ ।


ତୁଳା – ମଉଜ ମଜଲିସ୍ କରି ଅର୍ତ କଷ୍ଟ ଅନୁଭବ କରିପାରନ୍ତି । ଭାଗ୍ୟର ପରିବର୍ତ୍ତନ ଘଟିବ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି ।


ବିଛା – ଲାଗି ରହିଥିବା ଚିନ୍ତା ଦୁରୀଭୁତ ହୋଇପାରେ । ମାତ୍ର ସୁଖଭୋଗ କରିବା ସମ୍ଭବପର ନୁହେଁ । ଈର୍ଷା ପରିତ୍ୟାଗ କଲେ ଲୋକ ସଂପର୍କ ବୃଦ୍ଧି ପାଇବ ।


ଧନୁ – ବ୍ୟବସାୟରେ ଲାଭ କ୍ଷତି ସମସନ୍ତରାଳ ହତି ଦେଇ ଚାଲିବେ । ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି । ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ ।


ମକର – ବଦଖର୍ଚ୍ଚରୁ ବିରତ ନ ହେଲେ ପରିଣାମ ଭୟାବହ ହେବ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ ସଦିଚ୍ଛା ଭାବ ରହିବ ।


କୁମ୍ଭ - ଅଯଥାରେ ଖର୍ଚ୍ଚ ବୃଦ୍ଧି ହୋଇପାରେ । ଚଞ୍ଚଲ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନ ଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ ।


ମୀନ - ମନ ବ୍ୟାକୁଳିତ ହୋଇପାରେ । ଉଦାର ସ୍ୱଭାବର ହେବେ । ଦାନ ଶୀଳ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ସୁସ୍ଥ ଓ ନିରାମୟ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.