scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜୁନ୍‌ ୨୨ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

22/06/2022 at 7:00 AM

ମେଷ–ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା ଆଦି ଉନ୍ନତ ମାନର ରହିବ । ପାରିବାରିକ ଅଶାନ୍ତି କାରଣରୁ ମନ ଅସ୍ଥିର ରହିଲେ ମଧ୍ୟ ସମସ୍ୟା ସମାଧାନ ହୋଇଯିବ । ସଭା ସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।
ଚାଷୀ-ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ-ବିଦ୍ୟା ଆରୋହଣ କରିବେ ।
କର୍ମଜୀବି-ଅର୍ଥ ମିଳିବ ।
ବ୍ୟବସାୟୀ-ସଫଳତା ହାତଛଡା ହୋଇଯିବ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ବୃଷ – ଆନୁଷ୍ଠାନିକ କାମରେ କଳା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ । ବନ୍ଧୁ ଗହଣରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ନ ରହିଲେ ମନାନ୍ତର ଅବଶ୍ୟମ୍ଭାବୀ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।
ଗୃହିଣୀ-ସୁଖଭାରା ଦିନଟି ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
କର୍ମଜୀବି- କରତ୍‌କର୍ମା ହେବେ ।
ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
ରୋଗୀ-ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ମିଥୁନ – ପାରିବାରିକ ସ୍ତରରେ ପିଲାଙ୍କ କଥାକୁ ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ । ପରିବାରର ସହମତିରେ କୌଣସି ନୂତନ କାର୍ଯ୍ୟରେ ହାତ ଦେଲେ କୃତକାର୍ଯ୍ୟ ହେବେ । ସ୍ୱାର୍ଥସାଧନ ମାନସରେ ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି ।ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।
ଚାଷୀ-ଜଳ ସଞ୍ଚୟ କରନ୍ତୁ ।
ରୋଗୀ-ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

କର୍କଟ –ନୂତନ ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି । ଶନିଙ୍କ କୁପ୍ରଭାବ ରାଶି ଉପରେ ପଡୁଥିବାରୁ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ଅଧିକାଂଶ ସମୟ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ଶୁଭ ରଙ୍ଗ ନାଲି । ଶୁଭ ଅଙ୍କ ୧ ।
ଗୃହିଣୀ-ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ-ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ସିଂହ –ଆପଣଙ୍କ ଭୁଲ୍ ନିଷ୍ପତ୍ତି କାମରେ ଦ୍ୱନ୍ଦ୍ୱ, ପରିବାରରେ ଅଶାନ୍ତି ଓ ଅର୍ଥପ୍ରାପ୍ତିରେ ସମସ୍ୟା ସୃଷ୍ଟି କରିବ । କର୍ମକ୍ଷେତ୍ରରେ କେତେକ ସାମାନ୍ୟ ଭୁଲରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । କରଜଦାତାଙ୍କ ଚାପ ବୃଦ୍ଧି ପାଇବାକୁ ମାନସିକ ଭାରସାମ୍ୟ ହରାଇବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।
ଚାଷୀ-କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ-ବିଦ୍ୱାନ୍ ହେବେ ।
କର୍ମଜୀବି-କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ-ସୁଖ ଅନୁଭବ କରିବେ ।

କନ୍ୟା –ଇଚ୍ଛା ନ ଥିଲେ ମଧ୍ୟ ଆଜି ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ । ପାରିବାରିକ ସଦ୍ଭାବ ଅକ୍ଷୁର୍ଣ୍ଣ ରହିବା ହେତୁ ସାମାନ୍ୟ ମାନସିକ ଶାନ୍ତି ଲାଭ କରିବେ । କର୍ମାରମ୍ଭରେ ସଂକଟରେ ସମ୍ମୁଖୀନ ହେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍ ହୋଇଯିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।
ଚାଷୀ-ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ-ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ-ସୁଖଭାରା ଦିନଟି ।

ତୁଳା – ଅପ୍ରିୟ ସତ୍ୟ ଭାଷଣରୁ ବିରତ ରହିବା ଭଲ ହେବ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ ।ନିଜର ଅବହେଳାଜନିତ ସ୍ୱାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ବନ୍ଧୁଙ୍କ ସମ୍ପର୍କରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ଶୁଭ ରଙ୍ଗୟେଲୋ । ଶୁଭ ଅଙ୍କ ୩ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ-ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କର୍ମଜୀବି- କରତ୍‌କର୍ମା ହେବେ ।
ଛାତ୍ରଛାତ୍ରୀ-ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ବିଛା – ସ୍ୱାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ପାରିବାରିକ କଳହ କାରଣରୁ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାରେ ମନ ଉଣା ରହିବ । ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇ ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି । କୌଣସି ଆନୁଷ୍ଠାନିକ ଅଥବା ସାମାଜିକ କାର୍ଯ୍ୟରେ ଯୋଗଦେବାକୁ ଆହ୍ୱାନ ଆସିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ-ବିଦ୍ୱାନ୍ ହେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ଧନୁ –ଆଜିର ମନୋରଞ୍ଜନ ପ୍ରୀତିପ୍ରଦ ହେବା ସାଙ୍ଗକୁ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ । ଆଜିର କର୍ମକ୍ଷେତ୍ରରେ ପ୍ରତ୍ୟେକ ପରିସ୍ଥିତିରେ କାର୍ଯ୍ୟ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ । ମନ ଭିତରେ ଉଙ୍କି ମାରୁଥିବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାର୍ଯ୍ୟ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ବ୍ୟବସାୟୀ-ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କର୍ମଜୀବି-ସଫଳତା ହାତ ଛଡା ହୋଇଯିବ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ମକର –ସାମାଜିକ ସ୍ତରରେ ପରିସ୍ଥିତିକୁ ଦେଖି ସବୁ ଜାଣିଶୁଣି ସୁଦ୍ଧା ଚୁପ୍ ରହିବାକୁ ବାଧ୍ୟ ହେବେ । ପରିବାରର ସହମତିରେ ନୂତନ ଯୋଜନା ସକାଶେ ମନ ବଳାଇ କାର୍ଯ୍ୟାରମ୍ଭ କରିପାରନ୍ତି । କ୍ରୟ ବିକ୍ରୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡିବାର ଆଶଙ୍କା ରହିଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ-ଅର୍ଥ ଲାଭ ହେବ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

କୁମ୍ଭ – ବିଭିନ୍ନ ପ୍ରକାରର ନକାରାତ୍ମକ ଭାବନା ମାନକୁ ବିଷାକ୍ତ କରିବାର ସୁଚନା ରହିଛି । ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ । ଦୈନନ୍ଦିନ ଜୀବନଯାତ୍ରାରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେବା ଭଲ ହେବନି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
କର୍ମଜୀବି- କରତ୍‌କର୍ମା ହେବେ ।
ଛାତ୍ରଛାତ୍ରୀ-ସ୍ମରଣ ଶକ୍ତି ପାଇଁ ବୁଧକାରକ ଚେର ବ୍ୟବହାର କରନ୍ତୁ ।
ରୋଗୀ-ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ମୀନ – ବହୁ ପୂର୍ବରୁ ଚିନ୍ତା କରିଥିବା ଯୋଜନା ଠିକ୍ ଭାବରେ ବଦଳାଇବା ପାଇଁ କଷ୍ଟ କର ହେବ । ଆଜି ଆପଣ ନିଜ କାମ ପଛକୁ ପକାଇ ଅନ୍ୟମାନଙ୍କ ନିର୍ଦ୍ଦେଶରେ କାମ କରିପାରନ୍ତି । ପରିବାର ସକାଶେ ଗୁରୁତ୍ୱପୂର୍ଣ୍ଣ କାମଟି ହାସଲ କରିବା କଷ୍ଟକର ହୋଇପଡିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
ଚାଷୀ-ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ-ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ-ବିଜ୍ଞ ହେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

   Related Posts