୨୬ ଜାନୁଆରୀ ୧୯, ଶନିବାର

Published By : Prameya-News7 Bureau | January 26, 2019 IST

ମେଷ – ପ୍ରବଳ ଉତ୍ସାହ ଉଦ୍ଦିପନା ମାଧ୍ୟମରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି । କଳହ ଠାରୁ ଦୂରେଇ ରହିବାକୁ ପଡିବ । କେତେକ କ୍ଷେତ୍ରରେ ଭଲ ବୁଝାମଣା ଘଟିପାରେ ।


ବୃଷ – ଭିଜନାଦିରେ ଆନନ୍ଦ ଅନୁଭବ କରିପାରନ୍ତି । କର୍ମକ୍ଷେତ୍ର ଉତ୍ସାହପୂର୍ଣ୍ଣ ହୋଇପାରେ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି ।


ମିଥୁନ - ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ମନରେ ଦ୍ୱିଧାଭାବ ଜାତ ହୋଇପାରେ । ମନରେ ବିଷାଦ ଭାବ ଜାତ ହୋଇପାରେ । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ ।


କର୍କଟ- ପାରିବାରିକ ଜଞ୍ଜାଳ ବଢିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ ।


ସିଂହ – ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ ହେବ । ଖର୍ଚ୍ଚାନ୍ ହୋଇପାରନ୍ତି । ବ୍ୟୟ ପରିମାଣ ବୃଦ୍ଧି ପାଇବ । ସରଳ ବାକ୍ୟ ବିନିମୟରେ ପରକୁ ଆପଣାର କରିପାରନ୍ତି ।


କନ୍ୟା – ଠାକୁର ଦର୍ଶନ କରି ଆନନ୍ଦ ଅନୁଭବ କରିପାରନ୍ତି । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରକ ପ୍ରକାଶ କରିପାରନ୍ତି ।


ତୁଳା – ଦ୍ରବ୍ୟ ନଷ୍ଟ ହେବାର ସୂଚନା ମିଳୁଛି । କର୍ମ ଚଞ୍ଚଳ ରହିପାରନ୍ତି । ସୁ-ସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ ।


ବିଛା – କାର୍ଯ୍ୟରେ ସଫଳତା ମିଳିବ । ଚିନ୍ତାଯୁକ୍ତ ହୋଇପାରନ୍ତି । ଅଧିକ କ୍ଷମତା ହାତକୁ ଆଣି ତାର ସଦ୍ ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ ।


ଧନୁ – ପାରିବାରିକ କ୍ଷେତ୍ରରେ ଶାନ୍ତିା ବାତାବରଣ ସୃଷ୍ଟି ହୋଇପାରେ । ଅର୍ଥ ଟାଣଟୁଣ ରହିବ । ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ । ସ୍ୱାଭିମାନୀ ହୋଇପାରନ୍ତି ।


ମକର – ପଡୋଶୀଙ୍କ ସହିତ ମନୋମାଳିନ୍ୟ ଘଟିପାରେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ସୁଖକର ଘଟଣାମାନ ଘଟିପାରେ ।


କୁମ୍ଭ - ଇଚ୍ଛା କରୁଥିବା କାର୍ଯ୍ୟ ହାତକୁ ଆସିବ ଓ ସେହି କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଶତ୍ରୁ ପରାଜିତ ହେବ ।


ମୀନ - କାର୍ଯ୍ୟରେ ଉନ୍ନତି ଘଟିପାରେ । ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.