ଜୁନ୍‌ ୦୫ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 05, 2022 IST

ମେଷ– ଧୈର୍ଯ୍ୟ ଓ ପାରଦର୍ଶିତାର ପୁରସ୍କାର ପାଇବେ । ସ୍ୱଳ୍ପ ଆୟର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ମନ ପ୍ରସନ୍ନ ରହିବ । ପରିବାରରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି । ଔଷଧ କିମ୍ବା ଶୃଙ୍ଗାର ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।
ଗୃହିଣୀ- ପରକୁ ଆପଣାର କରିବେ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।
କର୍ମଜୀବ- ସୁଯୋଗ ପ୍ରାପ୍ତ କରିବେ ।
ଛାତ୍ରଛାତ୍ରୀ- ଚିଡଚିଡା ହୋଇପାରନ୍ତି ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଚାଷୀ- କର୍ମ ଲାଭଜନକ ହେବ ।

ବୃଷ –କାର୍ଯ୍ୟରେ ପୂର୍ଣ୍ଣତା ପ୍ରାପ୍ତ ନିମନ୍ତେ ଲାଗି ପଡିବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ହେବ । ନୀରୋଗ ରହିବେ । ଆୟ ଆଶାନୁରୂପ ହେବ । ଚାକିରି କ୍ଷେତ୍ରରେ ସମ୍ମାନିତ ହେବେ । ବିଦ୍ୟାର୍ଥୀଙ୍କୁ ଉଚ୍ଚଫଳ ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।

ମିଥୁନ – କାର୍ଯ୍ୟରେ ପଛେଇ ଯାଇପାରନ୍ତି । ଶାରୀରିକ କ୍ଷେତ୍ରରେ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ରୋଜଗାର ମଧ୍ୟମ ଧରଣର ହୋଇପାରେ । ଚାକିରି କ୍ଷେତ୍ରରେ ସନ୍ଦିହାନ୍ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ଗୃହିଣୀ- ମିତ୍ର ସୁଖ ପାଇବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
କର୍ମଜୀବ- ସୁ ସମ୍ବାଦ ପାଇବେ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।
ରୋଗୀ- ଆତ୍ମ ସନ୍ତୋଷ ଲାଭ କରିବେ ।
ଚାଷୀ- ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି ।

କର୍କଟ – ସହକର୍ମୀଙ୍କ ସହିତ ସୁସମ୍ପର୍କ ରହିବ । ବ୍ୟବସାୟରେ ଆଗକୁ ବଢିବେ । ବନ୍ଧୁ ଓ ସହୋଦରମାନଙ୍କ ସହାର୍ଯ୍ୟ ପାଇ ଅସାଧ୍ୟ ସାଧନ କରିପାରନ୍ତି । ସେବଳ ମନୋଭାବର ହୋଇପାରନ୍ତି । କାର୍ଯ୍ୟକୁ ଶୃଙ୍ଖଳିତ କରିବାରକୁ ଉଦ୍ୟେଗ ଜାରି ରଖିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ଚାଷୀ- ସରକାରଙ୍କ କୃପା ପ୍ରାପ୍ତ ହେବ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ଧାର୍ମିକ ହେବେ ।

ସିଂହ –ଅସଜଡା କାର୍ଯ୍ୟକୁ ସଜାଡି ଦେଇପାରନ୍ତି । ଥଣ୍ଡା କଫରେ ସାମାନ୍ୟ ପୀଡା ଉପୁଜି ପାରେ । ମନ ଚଞ୍ଚଳ ରହିବ । ଆୟ-ବ୍ୟୟ ପ୍ରାୟ ସମାନ୍ତରାଳ ଗତି କରିବ । ଶତ୍ରୁ ବଳବାନ୍ ଥାଇ ମଧ୍ୟ ଅପସରିଯିବ । ଚାକିରିରେ ସୁନା ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
ଗୃହିଣୀ- ସଦିଚ୍ଛା ଭାବ ରହିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
କର୍ମଜୀବ- ସୁ ସମ୍ବାଦ ପାଇବେ ।
ଛାତ୍ରଛାତ୍ରୀ- ବାପା ମା ଙ୍କ କଥା ମାନିବେ ।
ରୋଗୀ- ସୁସ୍ୱାଦୁ ଭୋଜନ ମିଳିବ ।
ଚାଷୀ- ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି ।

କନ୍ୟା – ମନରେ ନୂତନ ଚିନ୍ତାଧାରା ଉଦ୍ରେଗ ହେବ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇପାରନ୍ତି । କାର୍ଯ୍ୟରେ ଆଗେଇବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ବିଦ୍ୟାର୍ଥୀ ଖୁସି ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।
ଚାଷୀ- ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଗ୍ରହଣ କରିବେ ।
କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ତୁଳା –କାର୍ଯ୍ୟରେ ଆଗକୁ ବଢି ପାରନ୍ତି । ମନୋବଳ ଦୃଢ ରହିବ । ସୁସ୍ଥ ରହିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଚାକିରି କ୍ଷେତ୍ରରେ ମନ ପ୍ରସନ୍ନ ରହିବ । ବ୍ୟବସାୟରେ ଢେର ଉନ୍ନତି ଘଟିବ । ଦାନଶୀଳ ହୋଇପାରନ୍ତି । ବିଦ୍ୟାର୍ଥୀ ଆଗକୁ ବଢିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ଛାତ୍ରଛାତ୍ରୀ- ଥଣ୍ଡା କାଷ ହୋଇପାରେ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି ।

ବିଛା – ଉପୁଜି ଥିବା ବିବାଦର ସମାଧାନ ହେବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଆୟ ବୃଦ୍ଧିର ମାର୍ଗ ଉନ୍ମୁକ୍ତ ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।
ଚାଷୀ- ଆର୍ôଥକ ସ୍ଥିତି ସ୍ୱଚ୍ଛଳତା ଦେଖା ଦେବ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ଗ୍ରହଣ କରିବେ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ଧନୁ –ଚିନ୍ତା ଦୂରେଇ ଯିବ । ବିଭିନ୍ନ ଦିଗରୁ ଧନାଗମ ହେବାର ସୁଯୋଗ ସୃଷ୍ଟି ହୋଇଛି । ଭାଗ୍ୟଶାଳୀ ହେବେ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟ ବିଳମ୍ବିତ ହୋଇପାରେ । ଭ୍ରମଣ ଯୋଗ ଅଛି । ଚାକିରିରେ ସହଯୋଗ ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ମକର –ସୁଖ,ସନ୍ତୋଷ ଲାଭ କରିପାରନ୍ତି । ବନ୍ଧୁ ସହାୟତା ଓ ସରକାରୀ ପ୍ରୋତ୍ସାହନ ପାଇ ଲାଭବାନ୍ ହେବେ । ଗୁଣଯୁକ୍ତ ହେବେ । ଧନବାନ୍ ହୋଇପାରନ୍ତି । ଭୋଜନ ରୁଚିକର ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

କୁମ୍ଭ – ନିଜ ମନକୁ ନିଜେ ସାନ୍ତନା ଦେବେ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କିଛି ସମୟ ପାଇଁ ଏକାନ୍ତରେ ସମୟ କଟାଇବାକୁ ଇଚ୍ଛା କରିବେ । ମଧୁର କଥାରେ ଅନ୍ୟମାନଙ୍କୁ ଆୟତ୍ତ କରିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ୍ ୬ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।
ବ୍ୟବସାୟୀ- ବିଜୟୀ ହେବେ ।
କର୍ମଜୀବି- ଜଳଯାତ୍ରା ମନା ।
ଛାତ୍ରଛାତ୍ରୀ- ଠିକ୍ କଥା ବି ଭୁଲ୍ ଲାଗିବ ।
ରୋଗୀ- ସୁସ୍ୱାଦୁ ଭୋଜନ ମିଳିବ ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ମୀନ – ଉପୁଜିଥିବା ଜଞ୍ଜାଳ ତୁଟାଇ ଉନ୍ନତି ପଥରେ ଆଗକୁ ବଢି ପାରନ୍ତି । ବିଭାଗୀୟ ସ୍ତରରେ ସମ୍ମାନିତ ହେବେ । ରାଜକୋଷ ଅର୍ଥ ପାଇବାର ସୂଚନା ମିଳୁଛି । ସୁଶୀଳା ପତ୍ନୀଙ୍କ ସହଯୋଗ ପାଇବେ । ଦାମ୍ପତ୍ୟ ସୁଖ ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ୍ ୩ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.