ମେ’ ୨୪ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 24, 2022 IST

ମେଷ– କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ କରି ସହକର୍ମୀମାନେ କଳହର ମାତ୍ରାକୁ ବଢାଇବେ । ଅନ୍ୟକୁ ଆପଣାର କରିବାରେ ପ୍ରଲୋଭନ ଓ କୌଶଳ ସାହାଯ୍ୟ କରିବ । ସମସ୍ୟା ଲାଗି ରହିଥିଲେ ମଧ୍ୟ ମନରେ ସାହସ ବାନ୍ଧି କୌଣସି କାମ କଲେ ସଫଳତା ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।
ଚାଷୀ-ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ବୃଷ – ବନ୍ଧୁଙ୍କ ପାଇଁ ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ତାଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ । ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲ ରହିବ । ଏକାସାଙ୍ଗରେ ବହୁତ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।
ଚାଷୀ-ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି-କାର୍ଯ୍ୟ ତତ୍ପର ରହିବେ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ମିଥୁନ – ସହକର୍ମୀଙ୍କ ସହ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ଆଶଙ୍କା ରହିଛି । ବହୁତ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନକୁ ଭାରାକ୍ରାନ୍ତ କରିବ । ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି ।ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ଚାଷୀ-ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କର୍କଟ – ଅଧିକାଂଶ ସମୟ ମନ ଅସ୍ଥିର ରହିବ । ଛୋଟ ଛୋଟ କଥାକୁ ନେଇ ଅନ୍ୟମାନଙ୍କ ସହ କଳହ କରିପାରନ୍ତି । ବିବାଦୀୟ ଘଟଣାଟି ଆଲୋଚନା ଦ୍ୱାରା ସମାଧାନ ହୋଇଯିବ । ଘରର ବରାଦ ଅନୁସାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି ।ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ରୋଗୀ-ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ସିଂହ – ସାମାଜିକ ସ୍ତରରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଆଜି ଘର କାମ ସାଙ୍ଗକୁ ଅଫିସ୍ କାମର ଜଞ୍ଜାଳ ବଳିଯିବ । ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ । ପରିବହନ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।
ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।
କର୍ମଜୀବି-ସଫଳତା ହାତ ଛଡା ହୋଇଯିବ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ-ଧାର୍ମିକ ହେବେ ।

କନ୍ୟା – ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଭିତର ଦେଇ ଚଳିବା ପାଇଁ ବାଧ୍ୟ ହେବେ । ମନ ଭଲ ନ ଥିବା କାରଣରୁ କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ । ଆମଦାନି କାରବାର କ୍ଷେତ୍ର ବେଶ୍ ଭଲ ରହିବ । କର୍ମ କ୍ଷେତ୍ରରେ ପ୍ରାୟୋଜିତ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।
ଗୃହିଣୀ-ସୁଖ ଅନୁଭବ କରିବେ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କର୍ମଜୀବି-ସଫଳତା ହାତ ଛଡା ହୋଇଯିବ ।
ଛାତ୍ରଛାତ୍ରୀ-ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ତୁଳା – ଯାହା କରିବା ସକାଶେ ମନସ୍ଥ କରିଛନ୍ତି ସେଥିପାଇଁ ବନ୍ଧୁଙ୍କ କଥା ମାନି କାମ କଲେ ବହୁତ ଭଲ ହେବ । ଏପରିକି କର୍ମକ୍ଷେତ୍ରରେ ମଧ୍ୟ ସମସ୍ୟାରୁ ମୁକୁଳି ଯାଇପାରନ୍ତି । ସାୟାହ୍ନରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।
ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।
ଗୃହିଣୀ-ସୁଖୀ ହେବେ ।

ବିଛା – ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସବୁ କାମ ଘାତପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବ । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ପରିବହନ ଓ ବ୍ୟବସାୟିକ ସ୍ଥିତି ମାନ୍ଦା ହେବ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ଗୃହିଣୀ-କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସଫଳତା ମିଳିବ ।
କର୍ମଜୀବି-ସହଯୋଗ ମିଳିବ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ଧନୁ – ଆଜିର କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ । ଇର୍ଷାପରାୟଣ ନିଜ ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି । ଯାତ୍ରା, ବାନିଜ୍ୟ, ବ୍ୟବସାୟ ଓ ଜମିଜମା କାରବାରରେ କିଛିଟା ସମାୟିକ ସମସ୍ୟା ଲାଗି ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
ରୋଗୀ-ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ସୁଖଭାରା ଦିନଟି ।

ମକର – ଆନୁଷ୍ଠାନିକ ସାହାର୍ଯ୍ୟ ସହ-ଯୋଗ ଲାଭ କରି କାମଗୁଡିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବ ନାହିଁ । ବନ୍ଧୁମାନଙ୍କ ପରାମର୍ଶାନୁସାରେ ପାରିବାରିକ ଝାମେଲା ସମାଧାନ ଆଡକୁ ଗତି କରିବ । ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପରିସ୍ଥିତିକୁ ସମ୍ଭାଳି ନେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ଚାଷୀ-ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି-ଅର୍ଥ ମିଳିବ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

କୁମ୍ଭ – ବନ୍ଧୁମାନଙ୍କ ସହ ସକାଳୁଆ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ । ଦେହ ଭଲ ରହିବ , ମାତ୍ର କଠିନ ପରିଶ୍ରମଜନିତ କ୍ଳାନ୍ତି ବୋଧ କରିପାରନ୍ତି । କର୍ମକ୍ଷେତ୍ରରେ ଛୋଟ ଛୋଟ କଥାକୁ କେନ୍ଦ୍ର କରି ମାନସିକ ଦ୍ୱନ୍ଦ୍ୱ ଲାଗି ରହିପାରେ । ପଡୋଶୀଙ୍କ ସହାୟତାରେ ନୂତନ ବୈବାହିକ ସମ୍ପର୍କ ସ୍ଥାପନ ହୋଇଯିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
ରୋଗୀ-ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ମୀନ – ଆଜିର କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ । ଅଫିସ୍ କାମର ବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ । ପରିଜନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ସାଙ୍ଗକୁ ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ଞ୍ଜ ।
ରୋଗୀ-ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.