ମେ ୦୫ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 05, 2022 IST

ମେଷ– ଆଜି ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ । ସାମାଜିକସ୍ତରରେ ବିଜ୍ଞ ବ୍ୟକ୍ତିମାନେ ଆପଣଙ୍କର ନିଃସ୍ୱାର୍ଥ ପର କାର୍ଯ୍ୟବଳୀର ଭୂୟସୀ ପ୍ରଶଂସା କରିବେ । କୌଣସି ପ୍ରକାରର ପ୍ରତିବନ୍ଧକ ନ ଥାଇ ମାଙ୍ଗଳିକ କାମ ସୁରୁଖୁରୁରେ ସମାପନ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

 ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

 ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

 ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

 କର୍ମଜୀବି- ପ୍ରଶଂସିତ ହେବେ ।

 ବ୍ୟବସାୟୀ- ଅର୍ଥ ହାନୀ ହେବ ।

 ଗୃହିଣୀ- ନୂଆ ବସ୍ତ୍ର ଲାଭ ହେବ ।

ବୃଷ– ଆଜି ଆବଶ୍ୟକତା ଅନୁସାରେ ଅର୍ଥର ଅଭାବ ରହିବ ନାହିଁ । ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ଥିରତା ବ୍ୟାହତ ହେବା ସୂଚନା ରହିଛି । ଆପଣଙ୍କ ପ୍ରତି ନିକଟ ସମ୍ପର୍କୀୟମାନେ ସହାନୁଭୂତି ପ୍ରକାଶ କରିବା ଫଳରେ କାମ ଅଟକି ରହିବ ନାହିଁ । ପ୍ରକାଶନ ତଥା ପ୍ରଶାସନିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

 ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

 ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

 କର୍ମଜୀବି- କରିତ୍‌କର୍ମା ହେବେ ।

 ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।

 ରୋଗୀ- ଅସାଧ୍ୟ  ରୋଗରୁ ମୁକ୍ତ ହେବେ ।

 ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ମିଥୁନ – ପାରିବାରିକ କ୍ଷେତ୍ରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ସକାଳୁ କୌଣସି କାମ ଆରମ୍ଭ କରିବାକୁ ମନସ୍ଥ କରି ବନ୍ଧୁମାନଙ୍କ ପରାମର୍ଶ ନେଇପାରନ୍ତି । ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ । ଶୁଭ ରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୨ ।

 ଚାଷୀ- ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।

 ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

 ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

 କର୍ମଜୀବି- ସମ୍ମାନିତ ହେବେ ।

 ବ୍ୟବସାୟୀ- ସଫଳତା ହାତ ଛଡା ହୋଇଯିବ ।

 ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ– ଆଜି ଯେଉଁ କାମ କରନ୍ତୁ ନା କାହିଁକି, କୌଣସିରେ ଅସୁବିଧା ରହିବ ନାହିଁ । ଅଭାବ ନ ଥିଲେ ମଧ୍ୟ ଜରୁରୀ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଋଣ କରିବେ । ଆଲୋଚନା, ପରିବହନ, ଲୋକସମ୍ପର୍କ, ସଭା ସମିତି କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩।

 ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

 ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌କୁ ହାତଛଡା କରନ୍ତୁ ନାହିଁ ।

 କର୍ମଜୀବି- କରିତ୍‌କର୍ମା ହେବେ ।

 ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁବିଦେଶ ଯାତ୍ରା କରିପାରନ୍ତି ।

 ରୋଗୀ- ଅସାଧ୍ୟ ରୋଗରୁ ମୁକ୍ତ ହେବେ ।

 ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ସିଂହ –  ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ସାଧାରଣତଃ କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ଦିନଟି ପ୍ରାୟତଃ ଖୁସିରେ ଅତିବାହିତ ହେବ । ସ୍ୱାସ୍ଥ୍ୟ ଭଲ ରହିବ ଏବଂ ପାରିବାରିକ କ୍ଷେତ୍ରରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

 ଚାଷୀ-ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

 ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

 ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

 କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

 ବ୍ୟବସାୟୀ- ଅର୍ଥ ଲାଭ ହେବ ।

 ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

କନ୍ୟା– ଯାହାକୁ ଯାହା କହିବେ ସେହି ବ୍ୟକ୍ତି କଦାପି ମନା କରିବ ନାହିଁ । କିନ୍ତୁ ଅନ୍ୟ ମନସ୍କ କିମ୍ବା ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନୀ ଘଟିପାରେ । ଆଜି ଆପଣ ସଭା ସମିତିରେ ସମ୍ମାନିତ ହେବେ, ସମ୍ମାନ ଓ ପ୍ରତିଷ୍ଠା ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

 ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

 ବ୍ୟବସାୟୀ-  ବିଜୟୀ ହେବେ ।

 କର୍ମଜୀବି- ସ୍ୱୀକାର୍ଯ୍ୟ କରିବେ ।

 ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।

 ରୋଗୀ-ଅସାଧ୍ୟ  ରୋଗରୁ ମୁକ୍ତ ହେବେ ।

 ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ତୁଳା– ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରି ପାରନ୍ତି, ଫଳତଃ ଘରେ ଉଚ୍ଚବାଚ ଘଟିପାରେ । ନିର୍ମାଣ, ପ୍ରଶାସନ, ମାଲିମକଦ୍ଦମା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ । ଆନୁଷ୍ଠାନିକ କାମରେ ଯୋଗ ଦେଲେ ସମ୍ମାନିତ ହେବେ । ଶୁଭରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

 ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

 ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

 କର୍ମଜୀବି- ଅର୍ଥ ହାନୀ ହେବ ।

 ବ୍ୟବସାୟୀ- ସଫଳତା ହାତ ଛଡା ହୋଇଯିବ ।

 ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ବିଛା–କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ପୂର୍ଣ୍ଣଶାନ୍ତି ପ୍ରଦ ରହିବ । ପଦସ୍ଥବ୍ୟକ୍ତିଙ୍କ ସାହାର୍ଯ୍ୟରେ କାମ ହାସଲ କରିବେ। ସଭାସମିତି, ଲେଖାପଢା, ଆଲୋଚନା, ଲୋକସମ୍ପର୍କ, ଆନୁଷ୍ଠାନିକ କାମରୁ ସୁଫଳ ପାଇବେ । କଚେରି ମାମଲା ମନ୍ଥର ହୋଇପାରେ, ଯାହାକି ସାମୟିକ ଦୁଶ୍ଚିନ୍ତା ବୃଦ୍ଧି କରିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

 ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

 କର୍ମଜୀବି- କାର୍ଯ୍ୟକରି ପ୍ରଶଂସିତ ହେବେ ।

 ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

 ରୋଗୀ- ରୋଗରୁ ମୁକ୍ତ ହୋଇ ପାରନ୍ତି ।

 ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ଧନୁ – ପଡୋଶୀଙ୍କ ସହ ବହୁ ଦିନର ମନାନ୍ତର ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇଯିବ । ପାରିବାରିକ ଜୀବନ ଉଚିତବୁଝାମଣା ହେତୁ କୌଣସି ମତାନ୍ତର କିମ୍ବା ମନାନ୍ତର ହେବ ନାହିଁ । ବାଣିଜ୍ୟ ଓ ବ୍ୟବସାୟିକ ସ୍ଥିତି ଏକ ପ୍ରକାର ଭଲ ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

 ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ- ବ୍ୟାୟାମ୍‌ କରିବାଉଚିତ୍ ।

 ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।

 କର୍ମଜୀବି-ଅର୍ଥ ହାନୀ ହେବ ।

 ବ୍ୟବସାୟୀ- ସଫଳତା ହାତ ଛଡା ହୋଇଯିବ ।

 ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

ମକର– ଅସମର୍ଥିତ ସୂତ୍ରରୁ ଆକସ୍ମିକ ଭାବରେ ଅଶୁଭ ଖବର ପାଇ ବିଚଳିତ ହୋଇ ପାରନ୍ତି । ପରିବାର ମଧ୍ୟରେ ନିଜର ମନର ଭାବକୁ ହଠାତ୍ ପ୍ରକାଶ କରନ୍ତୁ ନାହିଁ । ନିର୍ମାଣାଧୀନ ଗୃହ, ଯାନବାହନକୁ ଶେଷ ସ୍ପର୍ଶ ଦେବେ ଏବଂ ଏକ ପ୍ରକାର ଖୁସି ରହିବେ । ଶୁଭ ରଙ୍ଗ କଫି ।ଶୁଭ ଅଙ୍କ ୮ ।

 ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

 ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

 କର୍ମଜୀବି- ଜଳ ଯାତ୍ରା ମନା ।

 ଛାତ୍ରଛାତ୍ରୀ-ଯୋଗ, ସ୍ମରଣ ଶକ୍ତି ବଢାଇ ଥାଏ ।

 ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

 ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

କୁମ୍ଭ -ପରିବାରରେ ଅଶାନ୍ତି ପୂର୍ବ ପରି ଲାଗି ରହୁଥିବା ହେତୁ, କାମ ଠିକ ରହିବ ନାହିଁ । ସ୍ୱାସ୍ଥ୍ୟବସ୍ଥା ଭଲ ଦିଗରୁ ଗତି କରିବାରୁ ଆଶ୍ୱସ୍ତି ଲାଭ କରିବେ । ଗୃହ, ଭୂମି, କଚେରି ମାମଲା କିମ୍ବା ଗାଡି ମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ମାତ୍ର ବିଶେଷ ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

 ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

 ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

 ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।

 କର୍ମଜୀବି-ଅର୍ଥ ହାନୀ ହେବ ।

 ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।

 ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମୀନ – ଜିଦ୍ ତ୍ୟାଗ କଲେ ଉପକୃତ ହେବେ ନତୁବା କଳହ ଭିତରକୁ ଟାଣି ହୋଇଯିବେ । ପରିବାରରୁ ଆଶାନୁରୂପ ସ୍ନେହ, ସହାନୁଭୂତି ପାଇବା କମି ଯାଇପାରେ । ଦେହରେ କୌଣସି ବଡ ଧରଣର ରୋଗ ନ ଥାଇ ମଧ୍ୟ ଦୁର୍ବଳତା ଅନୁଭବ କରିବେ । ଶୁଭ ରଙ୍ଗ ମେରୁନ୍  ।ଶୁଭ ଅଙ୍କ ୬ ।

 ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

 ବ୍ୟବସାୟୀ-ନୂଆବ୍ୟବସାୟଲାଭହେବ ।

 କର୍ମଜୀବି- ସ୍ୱୀକାର୍ଯ୍ୟ କରିବେ ।

 ଛାତ୍ରଛାତ୍ରୀ-ବହୁ ପରିଶ୍ରମ କରିବାକୁ ପଡିବ ।

 ରୋଗୀ- ରୋଗରୁ ମୁକ୍ତ ହୋଇ ପାରନ୍ତି ।

 ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.