୨୧ ଜାନୁଆରୀ ୧୯, ସୋମବାର

Published By : Prameya-News7 Bureau | January 21, 2019 IST

ମେଷ – ଦିନଟି ମଧ୍ୟମ ରହିବ । ମନରେ ଅଶାନ୍ତି ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ବିଳମ୍ବର ଯୋଗ ଅଛି । ଆୟ ବ୍ୟୟ ପ୍ରାୟ ସମାନ ରହିବ । ଉଚ୍ଚ ଆଶା ଆସାରେ ହିଁ ରହିଯିବ । ପାରିବାରିକ ଜୀବନରେ କଳହ ଯୋଗ । ଚାକିରୀରେ ମଧ୍ୟମ ଫଳ ।


ବୃଷ – ଦିନଟି ଭଲରେ ଯିବ ନାହିଁ । ଦୁଃଖ ଓ ଅଶାନ୍ତି ଭିତରେ ଦିନ କଟିବ । ଦେହ ଭଲ ରହିବ । କର୍ମକ୍ଷେତ୍ରରେ ଅଯଥା ଶ୍ରମବହୁଳ ଯୋଗ । ସହକର୍ମୀମାନେ ଅସହଯୋଗ କରିବେ । ବ୍ୟବସାୟରେ ଲାଭ ହେବ ।


ମିଥୁନ - ଦିନଟି ଆଜି ଅଶୁଭରେ କଟିବ । ଦେହ ସୁସ୍ଥ ରହିବ । ମନରେ ନାନା ଦୁର୍ଭାବନା ଭରି ଯିବ । ପାରିବାରିକ ଜୀବନ ଅଶାନ୍ତିପୂର୍ଣ୍ଣ ଅଟେ । ଚାକିରୀରେ ଅସ୍ଥିରତା ବଢିବ । ବ୍ୟବସାୟରେ କ୍ଷତି ହେବ ।


କର୍କଟ- ଦିନଟି ଭଲରେ ଯିବ । ଦେହ ଓ ମନ ଭଲ ରହିବ । ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହିଛି । ପାରିବାରିକ ଜୀବନ ଆନନ୍ଦ ଉତ୍ସବ ମଧ୍ୟରେ କଟିବ । ଚାକିରୀରେ ପ୍ରଶଂସିତ ହେବେ । ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ ।


ସିଂହ – ଦିନଟି ଖୁବ ଭଲରେ ଯିବ । ଦେହ ମନ ଭଲ ରହିବ । ଆୟ ଅବ୍ୟାହତ ରହିବ । ଦ୍ରବ୍ୟ ଲାଭ ଯୋଗ ରହିଛି । ପାରିବାରିକ ଜୀବନ ଭୋଗବିଳାସ ମଧ୍ୟରେ କଟିବ । ନୂତନ କର୍ମ ସଂସ୍ଥାନ ବା ପଦୋନ୍ନତି ଯୋଗ ଅଛି । ବ୍ୟବସାୟ ଲାଭପ୍ରଦ ହେବ ।


କନ୍ୟା – ଦିନଟି ସମାନ୍ୟ ଅଶୁଭ ରହିବ । ମନ ଭଲ ରହିବ । କର୍ମକ୍ଷେତ୍ରରେ ବିଳମ୍ବ ଯୋଗ । ଭ୍ରମଣ ଯୋଗ ରହିଛି । ଆୟ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରିକ ଜୀବନ ସୁଖରେ କଟିବ । ବ୍ୟବସାୟରେ ଅଗ୍ରଗତି ଘଟିବ ।


ତୁଳା – ଦିନଟି ଶୁଭରେ କଟିବ । କର୍ମକ୍ଷେତ୍ରରେ କ୍ଷତି ବା ବିରୁଦ୍ଧାଚରଣ ଦେଖାଦେବ । ଦେହ ଭଲ ରହିବ ନାହିଁ । ଅର୍ଥ ସଂକଟ ଭିତରେ ଗତି କରିବ । ବ୍ୟବସାୟରେ କ୍ଷତିର ଯୋଗ ଅଛି ।


ବିଛା - ଦିନଟି ଉତ୍ତମ ଯିବ ନାହିଁ । ନାନା ସମସ୍ୟାର ସମ୍ମୁଖୀନ ହେବେ । ଦେହ ଭଲ ରହିବ । ଜମି ଜମା ନେଇ ଗଣ୍ଡଗୋଳ ଉପୁଜିପାରେ । ପାରିବାରିକ ଜୀବନରେ ପତ୍ନୀ ପୀଡା ଯୋଗ । ବ୍ୟବସାୟରେ ମଧ୍ୟମ ଫଳ ।


ଧନୁ – ଦିନଟି ଶୁଭରେ କଟିବ । ଦେହ ଓ ମନ ଖୁବ୍ ଭଲ ରହିବ । କର୍ମକ୍ଷେତ୍ରରେ ସମ୍ମାନୀତ ହେବେ । ବୈଷୟିକ ଧନ୍ଦାରେ ନିଯୁକ୍ତି ରହିବେ । ପାରିବାରିକ ଜୀବନରେ ସୁଖି ହେବେ । ବ୍ୟବସାୟରେ ଲାଭ ଦାୟକ ହେବ । ଆୟ ଉତ୍ତମ ଅଟେ ।


ମକର – ଦିନଟି ସାମନ୍ୟ ଶୁଭ ରହିବ । ଆୟ ମଧ୍ୟମ ରହିବ । ପ୍ରତିଯୋଗିତାରେ ସଫଳ ହେବେ । ବନ୍ଧୁ ସହ ଯୋଗ ମିଳିବ । ପାରିବାରିକ ଜୀବନ ସୁଖମୟ ରହିବ । ବ୍ୟବସାୟରେ ଲାଭ ପାଇବେ ।


କୁମ୍ଭ - ଆଜି ଆପଣଙ୍କ ଦିନଟି ଶୁଭ ଅଛି । ଦେହ ସୁସ୍ଥ ରହିବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଆୟ ଉତ୍ତମ ଅଟେ । ପାରିବାରିକ ଜୀବନରେ ବନ୍ଧୁ ମିଳନ ଯୋଗ ଅଛି । ବ୍ୟବସାୟ ଲାଭପ୍ରଦ ହେବ ।


ମୀନ - ଦିନଟି ଉତ୍ତମ ରହିବ । ଦେହ ଓ ମନ ଖୁବ୍ ଭଲ ରହିବ । କର୍ମକ୍ଷେତ୍ରରେ ସାଫଲ୍ୟତା ଯୋଗ ଅଛି । ଦୂର ଯାତ୍ରାରେ ସଫଳ ହେବେ । ପ୍ରତିଷ୍ଠା ବୃଦ୍ଧି ପାଇବ । ପାରିବାରିକ ଜୀବନ ସୁଖରେ କଟିବ । ଚାକିରୀରେ ଉଚ୍ଚପଦ ଲାଭ ବା ପ୍ରଶଂସିତ ହେବେ । ବ୍ୟବସାୟ ଆଗେଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.