scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମାର୍ଚ୍ଚ ୨୨ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

22/03/2022 at 7:01 AM

ମେଷ – କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ । ପାରିବାରିକ କ୍ଷେତ୍ରରେ ମନ କଥା କାହାକୁ କରିପାରୁ ନ ଥିବେ କିମ୍ବା ସମାଧାନର ରାସ୍ତା ଖୋଜି ପାଉ ନ ଥିବେ । ପିଲାମାନଙ୍କ ବିଶୃଙ୍ଖଳିତ ଚଳଣି ଅସନ୍ତୋଷର କାରଣ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ବିଜୟୀ ହେବେ ।
କର୍ମଜୀବି- ସମ୍ମାନ ପାଇବେ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
ରୋଗୀ- ଥଣ୍ଡାଜନିତ ରୋଗ ହୋଇପାରେ ।
ଚାଷୀ- ଶାରୀରିକ କ୍ଳାନ୍ତି ଆସିପାରେ ।

ବୃଷ – ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡିକ ତ୍ୱରାନ୍ୱିତ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ପାରିବାରିକ ଜୀବନରେ ସନ୍ତାନଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ମିଥୁନ – ଆକସ୍ମିକ କଳହ ସୃଷ୍ଟି କାରଣରୁ ନିଜ ଲୋକମାନେ ଦୂରେଇ ଯିବାର ସମ୍ଭାବନା ରହିଛି । ରୋଗପୀଡା, ଶତ୍ରୁତା ଓ ଧାର କରଜ ଚିନ୍ତାକୁ ବଢାଇବ । ଅବଶ୍ୟ କର୍ମକ୍ଷେତ୍ର, ଯାନବାହନ, ଦୋକାନବାଡି, ସଭା ସମିତିରୁ ଉପକୃତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।
ବ୍ୟବସାୟୀ- ଚୌର ଭୟ ଅଛି ।
କର୍ମଜୀବି – କାମଟି ହଠାତ୍ ହୋଇଯିବ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

କର୍କଟ – ପୂର୍ବ ବିବାଦକୁ ନେଇ ନିଜର ଲୋକମାନେ ଶତ୍ରୁତା କରିପାରନ୍ତି । ପୁଷ୍ୟା ନକ୍ଷତ୍ର ସକାଶେ ଧନହାନି କିମ୍ବା ଅର୍ଥକୁ କେନ୍ଦ୍ର କରି କଳହର ମାତ୍ରା ବଢି ଯାଇପାରେ । ଯୁ୍‌କ୍ତିତର୍କ ହେତୁ ସଭାରେ ଆଲୋଚନା ଅସମାପ୍ତ ରହିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।
ଚାଷୀ- ଉତ୍ତମ ଫଳ ପାଇବେ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ଭୁଲ୍ ମାର୍ଗ ଅନୁସରଣ କରିପାରନ୍ତି ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ଧାର୍ମିକ ହେବେ ।

ସିଂହ – କର୍ମଜଞ୍ଜାଳ ପ୍ରଭାବରୁ ଆଜି ଆପଣ ଦୀର୍ଘ ସମୟ ଗୋଟିଏ ସ୍ଥାନରେ ଅଟକି ରହିପାରିବେ ନାହିଁ । ପରିଜନଙ୍କ ସ୍ୱାସ୍ଥ୍ୟହାନି ଜନିତ ମନ ଉଦ୍‌ବେଗ ରହିବ । ଷ୍ଟେସନେରି ଜିନିଷ, ନୂତନ ବସ୍ତ୍ର ଅଳଙ୍କାର କିମ୍ବା ଗାଡିମୋଟର ଆଦି କ୍ରୟ କରିବା ସକାଶେ ମନ ବଳାଇ କୃତକାର୍ଯ୍ୟ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।
ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ମଧୁରଭାଷୀ ହେବେ ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଚାଷୀ- ଶ୍ରମ ସାର୍ଥକ ହେବ ।

କନ୍ୟା – ବାକି କାମଗୁଡିକ ସାରିବା ସକାଶେ ଅସାମର୍ଥ୍ୟତା ପ୍ରକାଶ ପାଇବ । ହିତକାଂକ୍ଷୀଙ୍କ ସାହାର୍ଯ୍ୟରୁ ପାରିପାଶ୍ୱିର୍କ ପରିସ୍ଥିତି ଭଲ ରହିପାରେ । ଆନୁଷ୍ଠାନିକ କାମ,କଳା,ସାହିତ୍ୟ,ପ୍ରଶାସନ ଓ ରାଜନୀତି କ୍ଷେତ୍ରରେ ନିର୍ଭରଶୀଳ ହେତୁ ଚିନ୍ତାକୁଳ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ୟୋଗା କରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୁଖଭାରା ଦିନଟି ।

ତୁଳା – ସାମୟିକ ବ୍ୟସ୍ତତା କାରଣରୁ ଅଫିସରେ କାମଗୁଡିକ ଗୋଳମାଳିଆ ଧରିପାରେ । ବିଭିନ୍ନ ପ୍ରକାର ଅସୁବିଧା ହେତୁ ବହୁ ଦିନରୁ ଅଟକି ରହିଯାଇଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ । ବିବାଦୀୟ ଘଟଣାରେ ବିଜୟଲାଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ବ୍ୟବସାୟୀ- ଗୃହୋପକରଣ କ୍ରୟ କରିପାରନ୍ତି ।
କର୍ମଜୀବି- କାର୍ଯ୍ୟରେ ଶିଥିଳତା ଆସିବ ।
ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।
ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଚାଷୀ- ମୁଣ୍ଡରେ ପଗଡି ବାନ୍ଧନ୍ତୁ ।

ବିଛା – ମନରେ ବିଭିନ୍ନ ପ୍ରକାର ଭାବନା ଉଦ୍ରେକ ହେବାରୁ କାର୍ଯ୍ୟଧାରା ନିୟନ୍ତ୍ରିତ ରହି ନ ପାରେ । ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା , ଅଧ୍ୟାତ୍ମିକ ସବା ସମିତିରେ ପ୍ରଶଂସିତ ହେବେ । ଅତୀତ କଥାକୁ କେନ୍ଦ୍ର କରି ଯୁକ୍ତିତର୍କଜନିତ ବନ୍ଧୁ ସମ୍ପର୍କ ଛିନ୍ନ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।
ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
କର୍ମଜୀବି- ପ୍ରମୋସନ୍ ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ଧନୁ – ସହନଶୀଳତା ଅଭାବଜନିତ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ପାଖରେ ଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହ ଜନକ ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।
ଗୃହିଣୀ- ସୁଖୀ ହେବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
କର୍ମଜୀବି- ଜଳଯାତ୍ରା ମନା ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ମକର – ଆଜିର କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହର କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ପଦସ୍ଥବ୍ୟକ୍ତିଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବାର ସୂଚନା ମଧ୍ୟ ରହିଛି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।
ଚାଷୀ- ସାଙ୍ଗରେ ପାଣି ନେଇ ବାହାରନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
ଗୃହିଣୀ- ଧାର୍ମିକ ହେବେ ।

କୁମ୍ଭ – ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେବାର ସୂଚନା ବହୁ ଆଗରୁ ପାଇବେ । ସାମାଜିକ କ୍ଷେତ୍ରରେ ଅନ୍ୟମାନଙ୍କ ସତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ତଥା ବିଭିନ୍ନ ପ୍ରକାର ଝମେଲା ହେତୁ ବ୍ୟସ୍ତ ରହିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଚୌର ଭୟ ଅଛି ।
କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଚାଷୀ- ଶାରୀରିକ କ୍ଳାନ୍ତି ଆସିପାରେ ।

ମୀନ – ସାମୟିକ କୌଣସି ଜିନିଷର ଅଭାବଜନିତ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ଘର କଥା ମନକୁ ବାରମ୍ବାର ଆଲୋଡନ କରିବାରୁ ଅଶାନ୍ତ ରହିପାରନ୍ତି । ଆଜିର ବାଣିଜ୍ୟ,ବ୍ୟବସାୟ ଓ ପରିବହନ କିଛି ମନ୍ଦ ହେବନି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

   Related Posts