୧୩ ଜାନୁଆରୀ ୧୯, ରବିବାର

Published By : Prameya-News7 Bureau | January 13, 2019 IST

ମେଷ – ଅନ୍ୟାୟର ପ୍ରତିରୋଧ କରିପାରନ୍ତି । ପ୍ରୀତି ଲାଭର ସମୟ ଉପସ୍ଥିତ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମନୋରମା ପତ୍ନୀଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ ।

ବୃଷ – ଗୁପ୍ତଧନ ସନ୍ଧାନ ପାଇବେ । ମନରେ ଗର୍ବ ଭାବ ଉଦ୍ରେକ ହୋଇପାରେ । ପାରିବାରିକ ସୁଖ ମିଳିବ । ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି ।

ମିଥୁନ – ଋଣଗ୍ରସ୍ତ ହେବାର ସୂଚନା ମିଳୁଛି । ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ବ୍ୟୟ ବୃଦ୍ଧିର ଆଶଙ୍କା ଅଛି । ବୁଦ୍ଧି ପ୍ରୟୋଗ କରି ନିଧିପ୍ରାପ୍ତ ହୋଇପାରନ୍ତି ।

କର୍କଟ- ସୁ-ସମାଚାର ପାଇ ପାରନ୍ତି । କେତେକ କ୍ଷେତ୍ରରେ ମାନ-ମନାନ୍ତର ଘଟିପାରେ । ବିଭିନ୍ନ ଦିଗରୁ ଧନ ଲାଭର ସୂଚନା ମିଳୁଛି ।

ସିଂହ – ଅର୍ଥାଭାବ ଅନୁଭବ କରିପାରନ୍ତି । ଦୃଢ ସଂକଳ୍ପ ନେଇ କାର୍ଯ୍ୟ ପରିଚାଳନା କରିବେ । ଏହି କାର୍ଯ୍ୟ କରି ଅର୍ଥାଭାବଦୂର କରିପାରନ୍ତି ।

କନ୍ୟା – କୁ-କାର୍ଯ୍ୟ କରିବାକୁ ଆପଣଙ୍କୁ ବାଧ୍ୟ କରାଯାଇପାରେ । ମନ ଆକୁଳିତ ହେବାର ସୂଚନା ମିଳୁଛି । ଅର୍ଜିତ ଧନରେ ଜୀବନ ନିର୍ବାହ କରିବାର ଶପଥ ନେବେ ।

ତୁଳା – କାର୍ଯ୍ୟକ୍ଷେତ୍ରରେ ଉନ୍ନତି ସାଧନ କରିପାରନ୍ତି । ସୁଖ-ସମ୍ମାନ ଲାଭ କରିବେ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି ।

ବିଛା – କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ଆତ୍ମ ତୃପ୍ତି ଲାଭ କରିବେ । ଧନକ୍ଷୟ ହେବାର ସୂଚନା ମିଳୁଛି । ଦିନଟି ଆନନ୍ଦଦାୟକ ହେବ ।

ଧନୁ – ଅତିଥି ଚର୍ଚ୍ଚା ପାଇଁ ବ୍ୟସ୍ତ ରହିପାରନ୍ତି । ମୂଲ୍ୟବାନ ଦ୍ରବ୍ୟ ଲାଭ କରିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଦିନଟି ଆନନ୍ଦ ଦାୟକ ହେବ ।

ମକର – ଇଚ୍ଛା କରୁଥିବା କାର୍ଯ୍ୟ ବିନା ବାଧାରେ କରିପାରନ୍ତି । କର୍ତ୍ତବ୍ୟ ପାଳନ କରିବାରେ ସିଦ୍ଧହସ୍ତ ହେବେ । କୁଶଳ ସମାଚାର ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି ।

କୁମ୍ଭ – ମୂଲ୍ୟବାନ ଦ୍ରବ୍ୟ ଲାଭ କରିପାରନ୍ତି । ପରୋପକାର କରି ଆତ୍ମତୃପ୍ତି ଲାଭ କରିବେ । ନିଜ ବିଶ୍ୱସ୍ତ ଲୋକଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିପାରନ୍ତି ।

ମୀନ – ସାମାଜିକ ସଂପର୍କ ଦୃଢୀଭୂତ ହେବ । ସୁଖପ୍ରାପ୍ତି ହେବା କଷ୍ଟକର ହୋଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ନିଜେ ଅପବାଦ ପାଇ ଅନ୍ୟ ମୁଣ୍ଡରେ ଦୋଷ ବୋଳି ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.