୧୧ ଜାନୁଆରୀ ୧୯, ଶୁକ୍ରବାର

Published By : Prameya-News7 Bureau | January 11, 2019 IST

ମେଷ – ମାନସିକ ଶାନ୍ତି ଫେରି ପାଇବେ । ସରକାରୀ ଅନ୍ୟାନ୍ୟ ସ୍ତରରୁ ଆୟ ଆସିପାରେ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ ।


ବୃଷ – ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ସୁ-ସମ୍ପର୍କ ରହିବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । କୁଳ ଉଜ୍ଜ୍ୱଳକାରୀ ହେବେ । ମନରେ ପ୍ରସନ୍ନତା ଦେଖା ଦେବ । ଦୟାଳୁି ସ୍ୱଭାବର ହେବେ ।


ମିଥୁନ - ଲାଗି ରହିଥିବା ବିବାଦ ନିର୍ବିଘ୍ନରେ ସମାଧାନ ହୋଇପାରେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧପୂର୍ଣ୍ଣ ଜୀବନ ଯାପନ କରିବେ ।


କର୍କଟ – ମାନସିକ ସ୍ତରରେ ଦୁର୍ବଳ ରହିବେ । କଳହ ଜନିତ ମାନସିକ ପୀଡା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ ।


ସିଂହ – ବହୁ ସହ ଯୋଗୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ ।


କନ୍ୟା – ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଢେର ସୁନାମର ଅଧିକାରୀ ହେବେ ।


ତୁଳା – ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ ।


ବିଛା – ପାରସ୍ପରିକ ବୁଝାମଣା ଠିକ୍ ରହିବ । ବାଦ-ବିବାଦର ସମାଧାନ ବିଶିଷ୍ଟ ବ୍ୟକ୍ତିଭାବେ ମର୍ଯ୍ୟାଦା ମିଳିବ । ସୁସ୍ଥ ଓ ନିରାମୟ ରହିବେ । କୃଷିକ୍ଷେତ୍ରରୁ ଲାଭ ପାଇବେ ।


ଧନୁ – କଥାରେ ଲୋକଙ୍କୁ ବାନ୍ଧି ରଖିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ମନପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି । ମଧୁରଭାଷୀ ହେବେ ।


ମକର – ବିଭିନ୍ନ ସ୍ତରରୁ ସୁପରାମର୍ଶ ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ଆଧାର ହୋଇପାରନ୍ତି । ପରଦେଶବାସୀ,ମଧୁରଭାଷୀ,ସହନଶୀଳ,ଶାନ୍ତିପ୍ରିୟ ହୋଇପାରନ୍ତି ।


କୁମ୍ଭ - କିଛି ସମୟ ପାଇଁ ବ୍ୟକ୍ତିଗତ କାର୍ଯ୍ୟ କରିପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।


ମୀନ - ପରିଶ୍ରମ ଯେତେ ଅଧିକ କଲେ ବି ସଫଳତା ମିଳିବ କଷ୍ଟସାଧ୍ୟ ହେବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.