ଡବଲିନ୍, ୧୭/୮: ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଟି-୨୦ ସିରିଜ୍ । ଆଜି ଠାରୁ ଆରମ୍ଭ ହେଉଛି ୩ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା । ଡବଲିନରେ ଭାରତୀୟ ସମୟ ସଂଧ୍ୟା ସାଢେ ୭ଟାରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଗତ ବର୍ଷ ଭଳି ଏଥର ମଧ୍ୟ ଟିମ୍ ଇଣ୍ଡିଆ ଆଧିପତ୍ୟ ଜାରି ରଖିବ ବୋଲି କୁହାଯାଉଛି । ଏହି ସିରିଜରୁ ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରାଙ୍କ ନେତୃତ୍ୱରେ ଯୁବ ଭାରତୀୟ ଦଳ ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବ ।
ଘରୋଇ ଆୟର୍ଲାଣ୍ଡ ଦଳ ମଧ୍ୟ ଏଥର ସିରିଜ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଛି । ସେପଟେ ବିସିସିଆଇ ବୁମରାଙ୍କ ପ୍ରଦର୍ଶନ ଉପରେ ନଜର ରଖିଛି । ସିରିଜ୍ ଫଳାଫଳ ଅପେକ୍ଷା କିଛି ଯୁବ ତାରକା ଓ ବୁମରାଙ୍କ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ । ବୁମରା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପେସ୍ ବୋଲର । ଦୀର୍ଘ ୩୨୬ ଦିନ ପରେ ସେ କ୍ରିକେଟ୍ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ଆଗକୁ ଦିନିକିଆ ବିଶ୍ୱକପ୍ ମଧ୍ୟ ରହିଛି । ବୁମରାଙ୍କ ଫିଟ୍ନେସ୍ ଓ ଫର୍ମ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ଜରୁରୀ । ଅନ୍ୟତମ ଯୁବ ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଫିଟ୍ ହୋଇ ଫେରିଛନ୍ତି । ଉଭୟ ବୁମରା ଓ ପ୍ରସିଦ୍ଧ କ୍ରିଷ୍ଣା ନେଟ୍ସରେ ଦମ୍ଦାର ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା ।
wp:embed {"url":"https://www.prameyanews7.com/india-vs-pakistan-match-craze-in-sri-lanka-at-peak-ticket-prices-skyrocket/","type":"wp-embed","providerNameSlug":"prameya-news-7"} /wp:embedନବାଗତ ମୁଖ୍ୟ ଆକର୍ଷଣ: ଅନେକ ଯୁବ ଖେଳାଳିଙ୍କୁ ଏହି ସିରିଜ ପାଇଁ ମନୋନୀତ କରାଯାଇଛି । ଗତ ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂହଙ୍କ ସମେତ ୱିକେଟ୍ କିପର ଜିତେଶ ଶର୍ମାଙ୍କ ପ୍ରଦର୍ଶନକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଉଭୟ ଡେଥ୍ ଓଭରରେ ବିସ୍ଫୋରକ ବ୍ୟାଟିଂ କରିବାର କ୍ଷମତା ରଖିଛନ୍ତି । ରିଙ୍କୁ ବାମ ହାତି ବ୍ୟାଟର ହୋଇଥିବାରୁ ପ୍ରଥମ ମ୍ୟାଚରେ ପଦାର୍ପଣ କରିବା ଏକ ପ୍ରକାର ନିଶ୍ଚିତ । ଜିତେଶଙ୍କୁ ଅପେକ୍ଷା କରିବାକୁ ପଡ଼ିପାରେ । କାରଣ ଦଳରେ ଅନ୍ୟ ୱିକେଟ୍ କିପର ଭାବେ ଅଭିଜ୍ଞ ସଞ୍ଜୁ ସାମସନ୍ ରହିଛନ୍ତି । ଦଳରେ ରହିଥିବା ଅନ୍ୟ ଯୁବ ଖେଳାଳି ଯଶସ୍ୱୀ ଜୈସ୍ୱାଲ ଓ ତିଳକ ବର୍ମା ଦକ୍ଷତା ପ୍ରମାଣିତ କରିସାରିଛନ୍ତି । ଜୈସ୍ୱାଲ ଓ ଋତୁରାଜ ଗାଏକୱାଡ୍ ପାଳି ଆରମ୍ଭ କରିପାରନ୍ତି ।
wp:embed {"url":"https://www.prameyanews7.com/dutee-will-not-be-able-to-run-until-january-2027/","type":"wp-embed","providerNameSlug":"prameya-news-7"} /wp:embedସବୁଠି ଭାରତୀୟ ଫ୍ୟାନ: ବିରାଟ କୋହଲି, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜାଙ୍କ ଭଳି ଲୋକପ୍ରିୟ ସିନିୟର ଖେଳାଳି ଏଥର ଆୟର୍ଲାଣ୍ଡ ଗସ୍ତରେ ଆସି ନାହାନ୍ତି । ତଥାପି ଫ୍ୟାନ୍ମାନେ ଯୁବ ଭାରତୀୟ ଦଳଙ୍କୁ ଦେଖିବା ପାଇଁ ଡବ୍ଲିନ୍ରେ ଗହଳି ଲଗାଇଛନ୍ତି । ପ୍ରଥମ ୨ଟି ମ୍ୟାଚ୍ର ସମସ୍ତ ଟିକେଟ୍ ବିକ୍ରି ହୋଇଯାଇଛି ।
ପେସ୍ ବୋଲିଂର ସ୍ୱର୍ଗ: ୩ଟି ଯାକ ମ୍ୟାଚ୍ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ପେସ୍ ବୋଲିଂ ପାଇଁ ଅନୁକୂଳ । ନୂଆ ବଲ୍ ସୁଇଂ ଓ ଅତିରିକ୍ତ ବାଉନ୍ସ ହେବା ନିଶ୍ଚିତ । ମାତ୍ର କ୍ରିଜ୍ରେ ତିଷ୍ଠି ପାରିଲେ ବଡ଼ ସ୍କୋର ସଂଗ୍ରହ କଷ୍ଟକର ହେବ ନାହିଁ ।