୨୦ ସେପ୍ଟେମ୍ବର, ଗୁରୁବାର

Published By : Prameya-News7 Bureau | September 20, 2018 IST

ମେଶ – ସହକର୍ମୀମାନଙ୍କର ପ୍ରିୟପାତ୍ର ହୋଇପାରନ୍ତି । ବିଭିନ୍ନ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି । ଧନ ଲାଭର ସୁଯୋଗ ସୃଷ୍ଟି ହୋଇଛି । ବୃଷ – ବହୁ ଶୁଭ ଯୋଗ ଅଛି, ମାତ୍ର ଅଷ୍ଟମ ଚନ୍ଦ୍ର ସହିତ ଶନିଯୁକ୍ତ ହେତୁ କ୍ଳାନି ଉପୁଜିପାରେ । ଅସୁସ୍ଥତା ଅନୁଭବ କରିପାରନ୍ତି । ବନ୍ଧୁମାନେ ସହ ଯୋଗ କରିବାର ପ୍ରତିଶ୍ରୁତି ଦେଇ ଠିକଣା ସମୟରେ ଦୂରେଇ ଯିବେ । ମିଥୁନ– ସୁଖ ସମ୍ମାନ ଲାଭ କରିବେ । ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ । ମନୋରଞ୍ଜନ କାର୍ଯ୍ୟରେ ସାମିଲ ହେବେ । ଶାନ୍ତ ଓ ନିପୁଣ ହେବେ । କର୍କଟ– ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡିବ । ବିବାଦୀୟ ଘଟଣାରେ ବିଜୟୀ ହେବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ । ସିଂହ – ଚିନ୍ତାମୁକ୍ତ ହେବେ । ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି । କନ୍ୟା – ଆତ୍ମ ସଂଯମୀ ହେବେ । କାହା ଦ୍ବାରା ପ୍ରଭାବିତ ନ ହୋଇ ନିଜ ବୁଦ୍ଧି ବିବେକ, ଜ୍ଞାନ, ଗରିମାକୁ ବ୍ୟବହାର କରି କାର୍ଯ୍ୟ କଲେ ସଫଳତା ପାଇବେ । ତୁଳା – ଆଳସ୍ୟ ପରାୟଣ ହେଲେ ବି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଶ୍ରେଷ୍ଠ ପଦବୀ ମିଳିପାରେ । ବିଛା – ନୂତନ ନିଯୁକ୍ତି ମିଳିପାରେ । ସୁଖ ସମ୍ମାନ ଲାଭ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଧନୁ – କାର୍ଯ୍ୟରେ ମିଶ୍ରିତ ଫଳ ମିଳିପାରେ । ସୁଖ ସମ୍ମାନ ଲାଭ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ମକର – ଦେବ ଦର୍ଶନର ସୁଯୋଗ ପାଇବେ । ନିରୁତ୍ସାହିତ ହୋଇପାରନ୍ତି । ଧନ ପ୍ରାପ୍ତି ପାଇଁ ଅପରାହ୍ନ ପ୍ରକୃଷ୍ଟ ସମୟ ଅଟେ । ଜ୍ଞାନ ଗରିମାଯୁକ୍ତ ହେବେ । କୁମ୍ଭ – ନାନା ସୁଖର ଅଧିକାରୀ ହୋଇପାରନ୍ତି । ବିଶାଳ ଯଶର ଅଧିକାରୀ ହେବେ । ଦାନ-ଧର୍ମକୁ ନିଷ୍ଠାର ସହ ପାଳନ କରିବେ । ଶତ୍ରୁମାନଙ୍କୁ ପରାଜିତ କରି ବିଜୟ ବାନା ଉଡାଇ ପାରନ୍ତି । ମୀନ – କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ । ଚିନ୍ତାଧାରା ଉନ୍ନତ ମାନର ହେବ । ଆତ୍ମୀୟଙ୍କ ସହ ସଂପର୍କ ରଖିଲେ ଭବିଷ୍ୟତ ପାଇଁ ହିତକର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.