scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତିନି ରାଜ୍ୟରେ ବିଜୟ ୨୦୨୪ରେ ବି ହ୍ୟାଟ୍ରିକ୍‌ର ଗ୍ୟାରେଣ୍ଟି…ପିଏମ୍ ମୋଦୀଙ୍କ ବଡ଼ ସନ୍ଦେଶ

3/12/2023 at 9:00 PM

ନୂଆଦିଲ୍ଲୀ: ତିନି ରାଜ୍ୟରି ବିଜେପି ଅଭୂତପୂର୍ବ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ବିଜେପି ମୁଖ୍ୟାଳୟରେ ଦେଶକୁ ସମ୍ୱୋଧିତ କରିଛନ୍ତି । ଏହି ଅବସରରେ ସେ ଆଜିର ଏହି ବିଜୟକୁ ଐତିହାସିକ କହିବା ସହ ସମସ୍ତ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ବିରୋଧୀ କଂଗ୍ରେସକୁ ବି ଟାର୍ଗେଟ୍ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମ୍ୱୋଧନରେ କହିଛନ୍ତି, ‘କଂଗ୍ରେସ ସମାଜକୁ ଜାତି ଆଧାରରେ ବାଣ୍ଟିବାକୁ ଚେଷ୍ଟା କରୁଛି । ହେଲେ ଆମେ ଦେଶର ୪ଟି ମୁଖ୍ୟ ଜାତି ଥିବା କଥା କହିଥିଲୁ । ନାରୀ ଶକ୍ତି, ଯୁବ ଶକ୍ତି, କୃଷକ ଏବଂ ଗରିବ ପରିବାର ଭଳି ୪ ପ୍ରମୁଖ ଜାତିକୁ ସଶକ୍ତ କରିବା ଦ୍ୱାରା ଦେଶ ସଶକ୍ତ ହେବ’। ବର୍ତ୍ତମାନ ସମୟରେ ବଡ଼ ସଂଖ୍ୟାର ଓବିସି ଏବଂ ଆଦିବାସୀ ଏହି ଜାତିରେ ଆସୁଛନ୍ତି ବୋଲି ସେ କହିଛନ୍ତି ।

ମୋଦୀ କହିଛନ୍ତି, ‘ଆଜିର ଏହି ବିଜୟ ଐତିହାସିକ । ସବକା ସାଥ୍, ସବକା ବିକାଶ ଭାବନାର ବିଜୟ ହୋଇଛି । ବିକଶିତ ଭାରତ ଆହ୍ୱାନର ବିଜୟ ହୋଇଛି । ଆତ୍ମନିର୍ଭର ଭାରତ ଜିତିଛି । ଭାରତର ବିକାଶ ପାଇଁ ରାଜ୍ୟର ବିକାଶ ଚିନ୍ତାଧାରାର ବିଜୟ ହୋଇଥିବା ବେଳେ ସଚ୍ଚୋଟତା ଜିତିଛି । ମଧ୍ୟପ୍ରଦେଶରେ ବିଜେପି ଅପରିବର୍ତ୍ତିତ ଥିବା ବେଳେ ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସକୁ ଗାଦିଚ୍ୟୁତ କରିଛି’।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆଜିର ଏହି ଫଳାଫଳ ଅନ୍ୟ ଏକ ଚିତ୍ର ସ୍ପଷ୍ଟ କରିଦେଇଛି । ଦେଶର ଯୁବପିଢ଼ି ବିକାଶ ଚାହୁଁଛନ୍ତି । ଯେଉଁ ସରକାର ଯୁବକଙ୍କ ବିରୋଧରେ କାମ କରିଛି ତାକୁ ଶାସନରୁ ବିଦା ହେବାକୁ ପଡ଼ିଛି । ରାଜସ୍ଥାନ, ଛତିଶଗଡ଼ ଏବଂ ତେଲଙ୍ଗାନା ଏହାର ଉଦାହରଣ । ଏହି ୩ ରାଜ୍ୟରେ ଶାସନରେ ଥିବା ଦଳକୁ ପରାଜୟ ସ୍ବୀକାର କରିବାକୁ ପଡ଼ିଛି’ । ଦୁର୍ନୀତି ବିରୋଧରେ ଏହା ଜନମତ ହୋଇଥିବା ବେଳେ ୨୦୨୪ ଲୋକସଭା ନିର୍ବାଚନରେ ହ୍ୟାଟ୍ରିକ୍‌ର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି ।

ଅନ୍ୟପଟେ, ତେଲଙ୍ଗାନାର ଜନତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ବିଶେଷ ଧନ୍ୟବାଦ ଦେଇ ପ୍ରତି ନିର୍ବାଚନରେ ରାଜ୍ୟରେ ବିଜେପିର ଗ୍ରାଫ୍‌ ବଢ଼ୁଛି ବୋଲି ପିଏମ୍ ମୋଦୀ କହିଛନ୍ତି । ରାଜ୍ୟର ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି ।

Also Read: ସେମି ଫାଇନାଲ୍‌ରେ ବିଜେପିର ବମ୍ପର ବିଜୟ, ଜାଣନ୍ତୁ କ’ଣ ରହିଛି ବିଜୟର ବଡ଼ ଫ୍ୟାକ୍ଟର ?

   Related Posts